ଜାତୀୟ ରାଜପଥ କାର୍ଯ୍ୟ ନିମ୍ନମାନର; ଭାଙ୍ଗିଯାଉଛି ନବନିର୍ମିତ ଡ୍ରେନ୍‌ ସ୍ଲାବ୍‌

କାମାକ୍ଷାନଗର, ୧୧।୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଦେଇ ଯାଇଥିବା ୨୦୦ନଂ. ଜାତୀୟ ରାଜପଥର ଦୋହରୀକରଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ହେଲେ ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛନ୍ତି ବାଇସିଙ୍ଗାର ପୂର୍ବତନ ସରପଞ୍ଚ ହିତେନ୍ଦ୍ର ବିଶ୍ୱାଳ। ଠିକାସଂସ୍ଥା ପକ୍ଷରୁ ଡ୍ରେନ୍‌ ଏବଂ ସ୍ଲାବ୍‌ ନିର୍ମାଣ ଭାଗମାପ ଅନୁଯାୟୀ ହୋଇନାହିଁ। ଭାରିଯାନ ଗଲାବେଳକୁ ସ୍ଲାବ୍‌ ଭାଙ୍ଗିପଡୁଛି। ଏ ନେଇ ସେ ଠିକାସଂସ୍ଥା କର୍ତ୍ତୃପକ୍ଷ ଏବଂ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ହିତେନ୍ଦ୍ରଙ୍କ କହିବା କଥା, ପରଜଙ୍ଗ ବ୍ଲକ ପିତିରି ଛକଠାରୁ କାମାକ୍ଷାନଗର ମାଳପୁରା ଯାଏ କୁନାଲ ଠିକାସଂସ୍ଥା କାମ କରୁଥିବାବେଳେ ମାଳପୁରାଠାରୁ ସୁକିନ୍ଦା ଯାଏ ବାଲାଜୀ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ରାସ୍ତା ନିର୍ମାଣ କିପରି ହେବ, ଏଥିରେ ସାମଗ୍ରୀର ଅନୁପାତ କେତେ ରହିବ ଏବଂ କେଉଁ କେଉଁ ସାମଗ୍ରୀ ଲାଗିବ ସେ ସମ୍ପର୍କିତ କୌଣସି ସୂଚନା ଫଳକ କାର୍ଯ୍ୟସ୍ଥଳରେ ଲଗାଯାଉନାହିଁ। ମାଳପୁରା ଗ୍ରାମ ନିକଟରେ ଠିକା କମ୍ପାନୀ ପକ୍ଷରୁ ଓଭରବ୍ରିଜ୍‌ କାମ ଚାଲିଛି। ଏଥିସହ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ କରାଯିବା ସହ ସ୍ଲାବ୍‌ ଦ୍ୱାରା ଘୋଡ଼ଣି ବ୍ୟବସ୍ଥା କରାଯାଇଛି। ହେଲେ ଏହି ସ୍ଲାବ୍‌ ତିଆରିରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି। ଅଞ୍ଚଳବାସୀ ପ୍ରତିବାଦ କଲେ କେହି ଶୁଣୁନାହାନ୍ତି। ଶୁକ୍ରବାର ଡ୍ରେନ୍‌ର ସ୍ଲାବ୍‌ ଦେଇ ଏକ ଇଟା ବୋଝେଇ ଟ୍ରାକ୍ଟର ଯାଉଥିବାବେଳେ ଏହା ଭାଙ୍ଗିଯାଇଥିଲା। ଫଳରେ ଟ୍ରାକ୍ଟରଟି ଡ୍ରେନ୍‌ ଭିତରକୁ ଖସିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୌଭାଗ୍ୟବଶତଃ ଚାଳକ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ହିତେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚତ୍ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏପରି ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଜଣାଇଥିଲେ। ହେଲେ କେହି ଏହାକୁ ଗୁରୁତ୍ୱ ଦେଉ ନ ଥିବା ସେ କହିଛନ୍ତି। ଏ ନେଇ ଜିଲା ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କୁହନ୍ତି, ଏହା ଆମ ବିଭାଗର କାର୍ଯ୍ୟ ନୁହେଁ। ତଥାପି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri