Posted inଖେଳ

ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉଦ୍‌ଯାପିତ

ଭୁବନେଶ୍ୱର, ୧୦।୧୦(କ୍ରୀଡ଼ା ପ୍ରତିନିଧି)- କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବୁଧବାର ଉଦ୍‌ଯାପିତ ହୋଇଛି। ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଅନ୍ତର୍ଗତ ସଫ୍ଟ ଟେନିସ ପୁରୁଷ ବିଭାଗରେ ପଞ୍ଜାବ ବିଶ୍ୱବିଦ୍ୟାଳୟ (ଚଣ୍ଡିଗଡ଼) ଚାମ୍ପିୟନ ଏବଂ ପଞ୍ଜାବୀ ବିଶ୍ୱବିଦ୍ୟାଳୟ (ପଟିଆଲା) ରନର୍ସଅପ୍‌ ହୋଇଛି। ମହିଳା ବିଭାଗରେ ପଞ୍ଜାବ ବିଶ୍ୱବିଦ୍ୟାଳୟ ଓ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟ ଯଥାକ୍ରମେ ଚାମ୍ପିୟନ ଓ ରନର୍ସଅପ୍‌ ହୋଇଛି। ଟଗ୍‌ ଅଫ୍‌ ଓ୍ବାର ଇଭେଣ୍ଟର ସିନିୟର ମହିଳା ୪୮୦ କେଜି ବିଚ୍‌ରେ କେରଳର କାଲିକଟ ପ୍ରଥମ ଏବଂ କେରଳର କନ୍ନୁର ବିଶ୍ୱବିଦ୍ୟାଳୟ ଦ୍ୱିତୀୟ, ସିନିୟର ପୁରୁଷ ୬୦୦ କେଜି ବିଚ୍‌ରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଚାମ୍ପିୟନ ଓ ଦିଲ୍ଲୀର ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ତ ବିଶ୍ୱବିଦ୍ୟାଳୟ ରନର୍ସଅପ୍‌, ସିନିୟର ମିକ୍ସ ୪+୪ ୫୪୦ କେଜି ବିଚ୍‌ରେ ଚଣ୍ଡିଗଡ଼ ପ୍ରଥମ ଏବଂ ପଞ୍ଜାବର ସନ୍ଥ ବାବା ଭାଗ୍‌ ସିଂ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ, ସିନିୟର ମହିଳା ୪୮୦ କେଜି ଆଉଟ୍‌ଡୋରରେ କାଲିକଟ ପ୍ରଥମ, କନ୍ନୁର ଦ୍ୱିତୀୟ, ସିନିୟର ପୁରୁଷ ୬୪୦ କେଜି ଆଉଟଡୋରରେ ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ତ ବିଶ୍ୱବିଦ୍ୟାଳୟ ପ୍ରଥମ ଓ କାଲିକଟ ଦ୍ୱିତୀୟ, ଏବଂ ସିନିୟର ମିକ୍ସ ୪+୪ ୫୬୦ କେଜି ଆଉଟଡୋରରେ କାଲିକଟ ଚାମ୍ପିୟନ ଏବଂ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ରନର୍ସଅପ୍‌ ହୋଇଛି।
ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ଚାମ୍ପିୟନଶିପ୍‌ର ମହିଳା ବାସ୍କେଟବଲରେ ଉତ୍ତର ପ୍ରଦେଶର ମହାତ୍ମା ଗାନ୍ଧୀ କାଶି ବିଦ୍ୟାପୀଠ ଚାମ୍ପିୟନ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ରନର୍ସଅପ୍‌, ମହିଳା ଚେସ୍‌ରେ କାଲିକଟ ଚାମ୍ପିୟନ ଓ କିଟ୍‌ ବିଶ୍ୱବିଦ୍ୟାଳୟ ରନର୍ସଅପ୍‌, ମହିଳା ଫୁଟବଲରେ ରାଞ୍ଚତ୍ ବିଶ୍ୱବିଦ୍ୟାଳୟ ପ୍ରଥମ ଓ ବି.ଆର. ଆମ୍ବେଦକର ବିହାର ବିଶ୍ୱବିଦ୍ୟାଳୟ ଦ୍ୱିତୀୟ, ଟେବୁଲ ଟେନିସର ପୁରୁଷ ବିଭାଗରେ ନର୍ଥ ବେଙ୍ଗଲ ବିଶ୍ୱବିଦ୍ୟାଳୟ ଚାମ୍ପିୟନ ଓ ୟୁନିଭର୍ସିଟି ଅଫ୍‌ କୋଲକାତା ରନର୍ସଅପ୍‌, ମହିଳା ବିଭାଗରେ ୟୁନିଭର୍ସିଟି ଅଫ୍‌ କୋଲକାତା ଚାମ୍ପିୟନ, ନର୍ଥ ବେଙ୍ଗଲ ବିଶ୍ୱବିଦ୍ୟାଳୟ ରନର୍ସଅପ୍‌ ଏବଂ ଭଲିବଲ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଚାମ୍ପିୟନ ଓ ବାରାଣାସୀର ମହାତ୍ମାଗାନ୍ଧୀ କାଶି ବିଦ୍ୟାପୀଠ ରନର୍ସଅପ୍‌ ହୋଇଛି। କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ହରେକୃଷ୍ଣ ଶତପଥି, ଜିସିପିଇର ପୂର୍ବତନ ପ୍ରିନ୍ସିପାଲ ମନମୋହନ ରାଉତ, ନୀଲକମଲ ରାଉତ ଏବଂ କିଟ୍‌ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟରେ ଲୋକେ…

ଶ୍ରୀନଗର,୧୨।୪: ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମାପ କରାଯାଇଛି। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri