Posted inଖେଳ

ଜାଡେଜା ଶ୍ରେଷ୍ଠ ଫିଲ୍‌ଡର

ମେଲବୋର୍ନ, ୧୬ା୬ (ପି.ଟି.)- ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବର୍ତ୍ତମାନ ବିଶ୍ୱ କ୍ରିକେଟର ଶ୍ରେଷ୍ଠ ଫିଲ୍ଡର ବୋଲି ଅଭିହିତ କରିଛନ୍ତି ଅଷ୍ଟ୍ରେଲିଆର ବ୍ୟାଟିଂ ଷ୍ଟାର ଷ୍ଟିଭ୍‌ ସ୍ମିଥ୍‌। ଯୁବ ଖେଳାଳିଙ୍କ ମଧ୍ୟରେ କେ.ଏଲ୍‌. ରାହୁଲଙ୍କ ପ୍ରଦର୍ଶନ ଉଚ୍ଚକୋଟୀର। ରବିବାର ଇନଷ୍ଟାଗ୍ରାମ୍‌ରେ ସମର୍ଥକମାନଙ୍କର ପ୍ରଶ୍ନର ଉତ୍ତରରେ ସ୍ମିଥ୍‌ ଏହା ପ୍ରକାଶ କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତାଙ୍କର ଫେଭରାଇଟ୍‌ ଟୁର୍ନାମେଣ୍ଟ ବୋଲି ମଧ୍ୟ ସେ କହିଛନ୍ତି। ଜାଡେଜାଙ୍କ କ୍ଷିପ୍ର ଓ ତୀକ୍ଷ୍‌ଣ ଫିଲ୍ଡିଂ କୌଶଳକୁ ବହୁ ପୂର୍ବତନ ଖେଳାଳି ଉଚ୍ଚ ପ୍ରଶଂସା କରିଛନ୍ତି। ସ୍ମିଥ୍‌ ଏଥିରୁ କାହିଁକି ବାଦ୍‌ ପଡ଼ିବେ। ବର୍ତ୍ତମାନର ଯୁବ ଖେଳାଳିଙ୍କ ମଧ୍ୟରେ ସ୍ମିଥ୍‌ କେ.ଏଲ୍‌ ରାହୁଲଙ୍କ ବ୍ୟାଟିଂ କୌଶଳକୁ ପ୍ରଶଂସାଯୋଗ୍ୟ ବୋଲି ସେ କହିଛନ୍ତି। ରାହୁଲ ଭାରତ ତରଫରୁ ୩୬ଟି ଟେଷ୍ଟ, ୩୨ ଅନ୍ତର୍ଜାତୀୟ ଦିନିକିଆ ଏବଂ ୪୨ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ହ୍ବାଇଟ୍‌ ବଲ୍‌ କ୍ରିକେଟରେ ସେ ଜାତୀୟ ଦଳର ଜଣେ ନିୟମିତ ସଦସ୍ୟ ପାଲଟି ଯାଇଛନ୍ତି। ବ୍ୟାଟିଂ ବ୍ୟତୀତ ସୀମିତ ଓଭର କ୍ରିକେଟରେ ସେ ଉଇକେଟକିପର ଦାୟିତ୍ୱ ମଧ୍ୟ ସଫଳତାର ସହିତ ତୁଲାଇ ପାରନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ବିଷୟରେ ପଚରାଯିବାରେ ସ୍ମିଥ୍‌ କହିଥିଲେ ସେ ଜେଲ ‘ଲିଜେଣ୍ଡ! ମିଷ୍ଟର କୁଲ୍‌’। ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଫର୍ମରେ ଥାଇ ବ୍ୟାଟିଂ କଲାବେଳେ ଜଣେ ‘ ଅଦ୍‌ଭୁତ ବ୍ୟକ୍ତି’ ମନେ ହୁଅନ୍ତି। ଗତବର୍ଷ ବର୍ମିଂହାମ୍‌ଠାରେ ପ୍ରଥମ ଆଶେସ ଟେଷ୍ଟର ପ୍ରଥମ ଇନିଂସରେ ୧୪୪ରନ କରିଥିଲେ ସ୍ମିଥ୍‌। ଏପର୍ଯ୍ୟନ୍ତ ଏହା ତାଙ୍କର ସବୁଠାରୁ ଫେଭରାଇଟ୍‌ ଟେଷ୍ଟ ଶତକ ବୋଲି ସେ କହିଛନ୍ତି। ରାଜସ୍ଥାନ ରୟାଲ୍ସର ଏହି ବ୍ୟାଟ୍ସମ୍ୟାନ କହିଛନ୍ତି ଆଇପିଏଲ୍‌ ହେଉଛି ତାଙ୍କର ଫେଭରାଇଟ୍‌ ଟୁର୍ନାମେଣ୍ଟ। କାରଣ ଏହି ଇଭେଣ୍ଟରେ ସମଗ୍ର ବିଶ୍ୱର ଶ୍ରେଷ୍ଠ କ୍ରିକେଟରମାନଙ୍କ ସହ ଖେଳିବାକୁ ହୋଇଥାଏ। ଚଳିତବର୍ଷ ନିଜ ଦେଶରେ ଭାରତ ବିପକ୍ଷ ସିରିଜ ଖେଳିବା ଲାଗି ଉତ୍କଣ୍ଠାର ସହିତ ଅପେକ୍ଷାରେ ରହିଛନ୍ତି ସ୍ମିଥ୍‌। ଭାରତର ଅନ୍ୟତମ ମହାନ୍‌ ବ୍ୟାଟ୍ସମ୍ୟାନ ରବୀନ୍ଦ୍ର ଜାଡେଜାଙ୍କ ସମ୍ପର୍କରେ ପଚରାଯିବାରେ ସ୍ମିଥ୍‌ କହିଥିଲେ ଡ୍ରାଭିଡ କେବଳ ଜଣେ ଭଲ ଖେଳାଳି ନୁହନ୍ତି ସେ ଜଣେ ଅତି ଭଦ୍ରବ୍ୟକ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri