ଜଳେଶ୍ୱରରେ ‘କଳାବତୀ’

ଜଳେଶ୍ୱର,୨୩।୧୦: ଜୈବିକ ପଦ୍ଧତିରେ କୃଷି କାର୍ଯ୍ୟ ଲାଗି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ପଞ୍ଚାୟତର ଆମ୍ବପଞ୍ଜା ଗ୍ରାମର ଚାଷୀ ଶିବନାରାୟଣ ଜେନା ଓ ପୂର୍ଣ୍ଣଚନ୍ଦ୍ର ସାମଲ ଆଗଭର ହୋଇ ଏଥର ପରୀକ୍ଷାମୂଳକ ‘କଳାବତୀ’ଧାନ ଚାଷ ଆରମ୍ଭ କରିଛନ୍ତି। ଏହି ଧାନ ଚାଷର ବିଶେଷତ୍ୱ ହେଉଛି ଏହି କିସମର ଧାନ ଗଛର ରଙ୍ଗଠୁ ନେଇ ଚାଉଳ ଯାଏ ସବୁକିଛି କଳା। ଏହାର ଔଷଧୀୟ ଗୁଣ ରହିଛି। ଶିବନାରାୟଣ ଓ ପୂର୍ଣ୍ଣଚନ୍ଦ୍ର ବରଗଡ଼ ଜିଲାରୁ ଏହି ଧାନର ବିହନ ସଂଗ୍ରହ କରି ନିଜ ଚାଷ ଜମିରେ ଗୋବର, ଗୋମୂତ୍ର, ନିମତେଲ ଓ ନିମପିଡ଼ିଆ ପକାଇ ଚାଷ କରିଛନ୍ତି । ଜୈବିକ ପଦ୍ଧତିରେ ଚାଷ ହେଉଥିବାରୁ ଏହାର ରୋଗପୋକ ନିୟନ୍ତ୍ରଣ ଶକ୍ତି ଅଧିକ। ବହୁତ କମ୍‌ ଖର୍ଚ୍ଚରେ ଏଥିରୁ ଅଧିକ ଅମଳ ପାଇବା ସମ୍ଭବ ହେବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି।
ରାଜ୍ୟର ବିଭିନ୍ନ ଜିଲାରେ କଳାବତୀ ବା କଳାଧାନର ଚାଷ ଆରମ୍ଭ ହୋଇ ଥିବାବେଳେ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକରେ ପ୍ରଥମ କରି ଏହି ଚାଷ କରାଯାଇଛି। କଳାବତୀ ଭଳି କଳାମଲ୍ଲୀ, କଳାନମକ ନାମରେ ୩ରୁ ୪ କିସମର କଳାଧାନର ପରୀକ୍ଷଣ ଭିତ୍ତିରେ ଚାଷ କରାଯାଉଛି। କଳାବତୀ ଧାନ ୫ ମାସ ମଧ୍ୟରେ ଅମଳ ହୋଇଥାଏ। ୧ ଏକର ଜମିରୁ ୧୫ରୁ ୧୭ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ ଅମଳ ହୋଇଥାଏ। ଏହି ଧାନର ଚାଉଳରେ ମଧୁମେହ ଓ ପୃଷ୍ଟିହୀନତା ଭଳି ରୋଗର ପ୍ରତିରୋଧକ ଶକ୍ତି ଅଧିକ ରହିଥାଏ। ତେଣୁ ଏହାର ଭଲ ଚାହିଦା ରହିଛି। ଔଷଧୀୟ ଗୁଣ ଯୋଗୁଁ କଳାବତୀ ଚାଉଳ କିଲୋ ପ୍ରାୟ ୨ଶହ ଟଙ୍କାରେ ବିକ୍ରି ହେଉଛି । ଏହି କଳାଧାନ ଚାଷ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହିତ କଲେ ଏବଂ କୃଷି ବୈଜ୍ଞାନିକମାନେ ସହଯୋଗ କଲେ ଚାଷୀମାନେ ବହୁତ ଲାଭବାନ ହୋଇ ପାରିବେ ବୋଲି ଶିବନାରାୟଣ ଓ ପୂର୍ଣ୍ଣଚନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri