ଜଳ ଯୋଗାଣ ପାଇପ ଲିକ୍‌, ଧୋଇହୋଇ ଯାଉଛି ପୂର୍ତ୍ତ ବିଭାଗ ରାସ୍ତା

ଖଣ୍ଡପଡ଼ା,୬।୮(ସ୍ବ.ପ୍ର.)-ମହାନଦୀରୁ ନୟାଗଡ଼ ସହରକୁ ପାନୀୟ ଜଳ ଯୋଗାଣ ହେଉଥିବା ପାଇପ ବିଭିନ୍ନ ସ୍ଥାନରେ କଣା ହୋଇଥିବା ଯୋଗୁ ପାଣି ଲିକ୍‌ ହୋଇ ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବାବେଳେ ଏବେ କୁଆଁରିଆ ସେତୁ ପାର୍ଶ୍ୱରେ ଯାଇଥିବା ମୁଖ୍ୟ ପାଇପ ସ୍ଥଳରୁ ପାଣି ଲିକ୍‌ ହେଉଛି। ଫଳରେ ମହାନଦୀର ପାଣି କୁଆଁରିଆ ନଦୀକୁ ଯାଉଥିବାବେଳେ ଜଳ ଅପଚୟ ହେବା ସହ ପ୍ରବାହିତ ପାଣିଦ୍ୱାରା ପୂର୍ତ୍ତ ବିଭାଗ ରାସ୍ତା ଧୋଇ ହୋଇ ଯାଉଥିବା ଜଣାପଡିଛି ା
ପ୍ରକାଶ ଯେ, କଣ୍ଟିଲୋ-ବାଣପୁର ନିକଟ ମହାନଦୀଠାରୁ ପ୍ରାୟ ୩୦ କି.ମି ଦୂର ନୟାଗଡ଼ ସହରାଞ୍ଚଳର ପାନୀୟଜଳ ସମସ୍ୟାକୁ ଦୂର କରିବା ଲକ୍ଷ୍ୟରେ ୧୯୯୩ ମସିହାରେ ରାଜ୍ୟ ସରକାର ପ୍ରାୟ ୨୦ କୋଟି ୭୯ ଲକ୍ଷ ଟଙ୍କାର ଏକ ମେଗା ଜଳ ଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା କରିଥିଲେ। ଏହି ପ୍ରକଳ୍ପ ଗତ ୨୦୧୬ ମସିହାରେ କାର୍ଯ୍ୟକାରୀ ହୋଇଥିବା ଜଣାପଡିଛି। ମାତ୍ର ପାଇପ ସଂଯୋଗ ସ୍ଥଳରେ ଲିକେଜ ସୃଷ୍ଟି ହୋଇ ସମସ୍ୟା ଉପୁଜୁଛି ା ବିଶେଷ କରି ଗତ କିଛିଦିନ ହେବ କଣ୍ଟିଲୋ- ବେଣାଗାଡିଆ ମୁଖ୍ୟ ପୂର୍ତ୍ତ ରାସ୍ତାର କୁଆଁରିଆ ସେତୁ ପାର୍ଶ୍ୱରେ ଯାଇଥିବା ପାଇପର ସଂଯୋଗ ସ୍ଥଳରୁ ସକାଳ ପ୍ରାୟ ୪ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅବିଶ୍ରାନ୍ତ ପାଣି ନିର୍ଗତ ହୋଇ ଅପଚୟ ହେଉଛି ା ଅପରପକ୍ଷେ ଶ୍ରାବଣ ମାସରେ ହଜାର ହଜାର ବୋଲବମ୍‌ ଭକ୍ତ ମହାନଦୀରୁ ପାଣିଭାର ନେଇ ବିଭିନ୍ନ ଶୈବପୀଠକୁ ଯାତ୍ରା କରୁଥିବାବେଳେ ପାଣି ଲିକ୍‌ ହେଉଥିବା ସ୍ଥାନରେ ଅନେକ ସ୍ନାନ ଶୌଚାଦି ସମ୍ପନ୍ନ କରୁଥିବା ପରିଲକ୍ଷିତ ହେଉଛି ା କିଛି ଲୋକ ଏଠାରୁ ବ୍ୟବହାର ପାଇଁ ପାଣି ବୋହି ନେଉଥିବା ଦେଖିବାକୁ ମିଳିଛି ା ସଂଯୋଗସ୍ଥଳରୁ ପ୍ରବାହିତ ପ୍ରଚୁର ପାଣି ନଦୀକୂଳ ରାସ୍ତାରୁ ମୃତ୍ତିକା କ୍ଷୟ ହୋଇ ସମସ୍ୟା ସୃଷ୍ଟି କରୁଛି ା ତେବେ ଏ ସମ୍ପର୍କରେ ନୟାଗଡ଼ ଜନ ସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ତ୍ରିଲୋଚନ ବେହେରାଙ୍କ ସହ ଯୋଗାଯୋଗ କରିବାରେ ତୁରନ୍ତ ଏ ଦିଗରେ ବ୍ୟବସ୍ଥା କରିବେ ବୋଲି ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

New Labour Law: ସପ୍ତାହକୁ ମିଳିବ କି ୩ଦିନ ଛୁଟି? କଣ କହିଲା ଶ୍ରମ ମନ୍ତ୍ରଣାଳୟ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୧୨: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରୁ ଅଫିସ୍ ପର୍ଯ୍ୟନ୍ତ, ଲୋକଙ୍କ ମନରେ ସମାନ ପ୍ରଶ୍ନ ଘୂରି ବୁଲୁଛି ଯେ, ଭାରତରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ...

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

ରାଜ୍ୟ ସରକାରଙ୍କ ବଡ଼ ଭେଟି: ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭% ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫।୧୨: ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ...

୨୦ ରୁ ୧୨୮୯ରେ ପହଞ୍ଚିଲାଣି: କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

ଭଞ୍ଜନଗର,୧୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ୬୩ ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି। ୧୯୬୩ ମସିହାରେ...

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri