ଜଲ୍‌ଦି ବାହାଘର ଗୁଜବକୁ ଅସ୍ବୀକାର

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେଉଥିବା ବିଷୟକୁ ଆଲିଆଙ୍କ ପରିବାର ପକ୍ଷରୁ ଅସ୍ବୀକାର କରାଯାଇଛି। ଆଲିଆ ବିଶିଷ୍ଟ ଫେଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କୁ ବିବାହ ଲେହେଙ୍ଗା ପାଇଁ ଅର୍ଡର ଦେଇଥିବା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଲିଆଙ୍କ ପରିବାର ପକ୍ଷରୁ ଏପରି ସ୍ପଷ୍ଟୀକରଣ ଦିଆଯାଇଛି। ଅବଶ୍ୟ ମୁମ୍ବାଇସ୍ଥିତ ଉକ୍ତ ଡିଜାଇନରଙ୍କ ଷ୍ଟୋର ବାହାରେ ଆଲିଆ ଛିଡା ହୋଇଥିବାର ଗଣମାଧ୍ୟମ ପ୍ରତିନିଧି ଦେଖିବାକୁ ପାଇଥିଲେ। ଶୁକ୍ରବାର ଆଲିଆଙ୍କ ପ୍ରଯୋଜକ ଅଙ୍କଲ୍‌ ମୁକେଶ ଭଟ୍ଟ ଏଭଳି ଜଲ୍‌ଦି ବିବାହ ଗୁଜବକୁ ଅସ୍ବୀକାର କରିବା ସହିତ କିଏ ଏହା ପ୍ରସାର କଲା ବୋଲି ପ୍ରଶ୍ନ କରିଛନ୍ତି। ଆଲିଆଙ୍କ ଭାଇ ରାହୁଲ ଭଟ୍ଟ ମଧ୍ୟ ଉକ୍ତ ଖବରକୁ ଅପପ୍ରଚାର ବୋଲି କହିଛନ୍ତି। ଅବଶ୍ୟ ରଣବୀର-ଆଲିଆ ଯୋଡିକୁ ସେ ପସନ୍ଦ କରିିଛନ୍ତି।
ଏବଂ ଆଲିଆ ଡେଟିଂ କରୁଥିବା ରିପୋର୍ଟ ଗତବର୍ଷ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାପରଠୁ ସେମାନଙ୍କୁ ଅନେକ ଥର ଏକତ୍ର ଦେଖିବାକୁ ମିଳିଛି। ପୁରସ୍କାର ବିତରଣୀ ଉତ୍ସବ ହେଉ ଅଥବା ଶପିଂ କରିବା ପାଇଁ ନ୍ୟୁୟର୍କ ଷ୍ଟ୍ରିଟ୍‌ରେ ଯାଉଥିବାବେଳେ ଉଭୟ ହାତ ଧରାଧରି ହୋଇ ଚାଲୁଥିବା ଦେଖାଯାଇଛି। ଚଳିତବର୍ଷ ସେମାନଙ୍କ ସମ୍ପର୍କ ବିଷୟ ‘କଫି ଓ୍ବିଥ୍‌ କରନ୍‌’ରେ ଆଲିଆ ପ୍ରକାଶ କରିଛନ୍ତି। ୬୪ତମ ଫିଲ୍ମଫେୟାର ଆଓ୍ବାର୍ଡରେ ଆଲିଆ ରଣବୀରଙ୍କୁ କିସ୍‌ ଦେଇ ‘ଆଇ ଲଭ୍‌ ୟୁ’ କହିବା ଦୃଶ୍ୟ ସୋସିଆଲ୍‌ ମିଡିଆରେ ଦେଖିବା ପରେ ପ୍ରଶଂସକମାନେ ଖୁବ୍‌ ଉତ୍ସାହିତ ହୋଇପଡିଥିଲେ। ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଉଭୟଙ୍କୁ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri