ଜମିବିକ୍ରିରେ ଜାଲିଆତି: ଜଣେ ଗିରଫ

ଚାନ୍ଦବାଲି, ୧୮।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନ ଧାମରା ଆର୍‌ଆଇ ସର୍କଲର ଅମରନଗର ମୌଜାରେ ଏକ ଜମିବିକ୍ରିରେ ଜାଲିଆତି ଅଭିଯୋଗରେ ବସନ୍ତ ମହତା ନାମକ ଜଣେ ଯୁବକଙ୍କୁ ସ୍ଥାନୀୟ ପୋଲିସ ସୋମବାର ଗିରଫ କରିଛି। ଏ ନେଇ ଚାନ୍ଦବାଲି ଥାନାରେ ଏକ ମାମଲା(ନଂ.୧୮୮/୨୦୧୯) ରୁଜୁ ହୋଇଛି। ବସନ୍ତ ତାଙ୍କ ବାପାଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ଲୋକଙ୍କୁ ଠିଆ କରାଇ ବାପାଙ୍କ ନାମରେ ଥିବା ୬୦ ଡିସିମିଲ ଜମିକୁ ଶନିବାର ବିକ୍ରି କରୁଥିବା ବେଳେ ଘଟଣାଟି ପଦାକୁ ଆସିଥିଲା। ଶନିବାର ପୋଲିସ ବସନ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା।
ପୋଲିସ ସୂଚନା ଅନୁଯାୟୀ, ବାଂଶଡ଼ା ଥାନା ଅନ୍ତର୍ଗତ ଅମରନଗରରେ ବସନ୍ତଙ୍କ ବାପାଙ୍କ ନାମରେ ଖାତା ନଂ.୧୧୫/୧୮୨ ପ୍ଲଟ ନଂ. ୮୬ର ବାରିପାଖ ଶାରଦ ଏକ କିସମ ୬୦ ଡିସିମିଲ ଜମି ଅଛି। ଉକ୍ତ ଜମିକୁ ୬ ଲକ୍ଷ ୬୦ ହଜାର ଟଙ୍କାରେ ବସନ୍ତ ଧାମରାସ୍ଥିତ ଏକ କମ୍ପାନୀର ଭୁବନେଶ୍ୱରର ଜଣେ ଦଲାଲଙ୍କୁ ବିକ୍ରି କରିବାକୁ ଯୋଜନା କରିଥିଲେ। ବସନ୍ତ ତାଙ୍କ ବାପାଙ୍କ ନକଲି ଆଧାରକାର୍ଡ ଓ ପରିଚୟପତ୍ର ପ୍ରସ୍ତୁତ କରି ଜମି ବିକ୍ରି ପାଇଁ ମସୁଧା କରିଥିଲେ। ଚାନ୍ଦବାଲି ସବରେଜିଷ୍ଟ୍ରାରଙ୍କର ଅଫିସରେ ଜମି ବିକ୍ରି କରୁଥିବା ବସନ୍ତଙ୍କ ପିତା ହୋଇ ଆସିଥିବା ବ୍ୟକ୍ତିଙ୍କ ଉପରେ ସନ୍ଦେହ ହୋଇଥିଲା। ଏ ସମ୍ପର୍କରେ ପୋଲିସକୁ ଖବର ଦିଆଯିବାରୁ ଉକ୍ତ ବ୍ୟକ୍ତି ସେଠାରୁ ଫେରାର ହୋଇଯାଇଥିଲେ। ଚାନ୍ଦବାଲି ପୋଲିସ ପହଞ୍ଚି ବସନ୍ତଙ୍କୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରିବାରୁ ସେ ସ୍ବୀକାର କରିଥିଲେ। ଚାନ୍ଦବାଲି ସବରେଜିଷ୍ଟ୍ରାରଙ୍କ ଅଭିଯୋଗ କ୍ରମେ ପୋଲିସ ବସନ୍ତଙ୍କୁ ଗିରଫ କରିଛି। ଜମିର କ୍ରେତା ଓ ବସନ୍ତଙ୍କ ବାପାଙ୍କ ବଦଳରେ ଆସିଥିବା ନକଲି ବିକ୍ରେତାଙ୍କୁ ପୋଲିସ ଖୋଜୁଛି। ଉଲ୍ଲେଖନୀୟ ଯେ, ଧାମରାରେ ବନ୍ଦର ପ୍ରତିଷ୍ଠା ହେବା ପରେ ଜମି ଜାଲିଆତି ବଢ଼ିବାରେ ଲାଗିଛି। ବିସ୍ଥାପନକୁ ଏଡ଼ାଇବା ପାଇଁ କେତେକ କମ୍ପାନୀ ନିଜର ଦଲାଲଙ୍କ ମାଧ୍ୟମରେ ଏଠାରେ ଜମି କ୍ରୟ କରୁଛନ୍ତି। କେତେକ କ୍ଷେତ୍ରରେ ନକଲି କାଗଜପତ୍ର ଓ ବିକ୍ରେତାଙ୍କୁ ନେଇ ଏହି ଜମି ଜାଲିଆତି ହେଉଛି। ଗୋଟିଏ ଜମିକୁ ଏକାଧିକ ଥର ବିକ୍ରି ମଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?