ଜମି ଅନୁମୋଦନ ପ୍ରକ୍ରିୟା ଆଉ ପାଦେ ବଢ଼ିଲା

ବଲାଙ୍ଗୀର ଅଫିସ, ୬ା୧୨: ୭୭ ବର୍ଷ ପୁରୁଣା ପଶ୍ଚିମ ଓଡ଼ିଶାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ଇଞ୍ଚେ ଜମିର ମାଲିକାନା ସ୍ବତ୍ୱ ନାହିଁ। ଏଭଳିକି ବିଶ୍ୱବିଦ୍ୟାଳୟର ଦଖଲଭୁକ୍ତ ଜମିର ମାଲିକାନା ସ୍ବତ୍ୱ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ନଁାରେ ନାହିଁ। ରାଜେନ୍ଦ୍ର କଲେଜକୁ ଅପ୍‌ଗ୍ରେଡ କରି ବିଶ୍ୱବିଦ୍ୟାଳୟ ଘୋଷଣା କରାଯିବା ପରେ ମଧ୍ୟ ଜମି ମାଲିକାନା ସ୍ବତ୍ୱକୁ ନେଇ ଲାଗିରହିଥିବା ଅବ୍ୟବସ୍ଥାର କୌଣସି ସମାଧାନ ହୋଇ ନ ଥିଲା। ଏ ସଂକ୍ରାନ୍ତରେ ଧରିତ୍ରୀରେ କ୍ରମାଗତ ଖବର ପରିବେଷଣ ପରେ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ସମସ୍ୟାର ସମାଧାନ କରିବାକୁ ଆଗଭର ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ବିଶ୍ୱବିଦ୍ୟାଳୟର ଦଖଲଭୁକ୍ତ ଜମିର ମାଲିକାନା ସ୍ବତ୍ୱ ବା ଜମିପଟ୍ଟା ବିଶ୍ୱବିଦ୍ୟାଳୟ ନଁାରେ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଥିଲା ଯାହାକି ଏବେ ଚୂଡାନ୍ତସ୍ତରରେ ପହଞ୍ଚତ୍ଛି। ବୋର୍ଡ ଅଫ୍‌ ରେଭିନ୍ୟୁରୁ ଜମି ସଂକ୍ରାନ୍ତୀୟ ଫାଇଲ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଫଳରେ ଡିସେମ୍ବର ଶେଷସୁଦ୍ଧା ଏହି ବିଶ୍ୱବିଦ୍ୟାଳୟ ନଁାରେ ଜମିପଟ୍ଟା (ଆର୍‌ଓଆର୍‌) ମିଳିବା ଆଶା ଉଜ୍ଜୀବିତ ହୋଇଥିବା ଜିଲା ପ୍ରଶାସନ ସୂତ୍ରରୁ ଜଣାପଡିିଛି। ମିଳିଥିବା ସୂଚନା ମୁତାବକ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କିଛି କୋଠାଘର, ହଷ୍ଟେଲ ଓ ଷ୍ଟାଫ୍‌ କ୍ୱାର୍ଟର୍ସ ଥିବା ଜମି ପୂର୍ତ୍ତ ବିଭାଗ ନଁାରେ ରହିଥିଲା। ପ୍ରାୟ ୬ ଏକର ପରିମିତ ଉକ୍ତ ଜମିକୁ ବିଶ୍ୱବିଦ୍ୟାଳୟ ନଁାକୁ ଫେରାଇବା ପାଇଁ ପ୍ରଥମେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାବାଦ୍‌ ବିଶ୍ୱବିଦ୍ୟାଳୟର ପ୍ରାୟ ୨୦.୬୧୬ ଏକର ଜମିକୁ ଜିଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ଏହାକୁ ବିଶ୍ୱବିଦ୍ୟାଳୟ ନଁାରେ ପଟ୍ଟା କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଉକ୍ତ ଜମିର ପ୍ରକ୍ରିୟାକରଣ ପାଇଁ ପ୍ରଥମେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ (ଆରଡିସି) ଓ ପରେ ବୋର୍ଡ ଅଫ୍‌ ରେଭିନ୍ୟୁକୁ ପଠାଯାଇଥିଲା। ସେଠାରେ ଯାଞ୍ଚ ପରେ ଏହାକୁ ବିଧିବଦ୍ଧ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଖୁବ୍‌ଶୀଘ୍ର ଚିହ୍ନଟ ଜମିର ପଟ୍ଟା(ଆରଓଆର) ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନଁାରେ କରାଯିବ। ଏହାବାଦ୍‌ ଜିଲା ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନ ପରିସରରେ ଚିହ୍ନଟ ହୋଇଥିବା ଆହୁରି ପ୍ରାୟ ୩୫ଏକର ଜମି ବିଶ୍ୱ ବିଦ୍ୟାଳୟ ନଁାରେ କରାଯିବା ପ୍ରକ୍ରିୟା ଚାଲିଛି। ଏହାକୁ ମଧ୍ୟ ସରକାରଙ୍କ ଅନୁମୋଦନ ପାଇଁ ଆରଡିସି ଓ ବୋର୍ଡ ଅଫ୍‌ ରେଭିନ୍ୟୁ ଜରିଆରେ ପଠାଯିବ। ଏସବୁ କାମ ଏବେ ଜୋରସୋର ଚାଲିଛି। ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଡିସେମ୍ବର ଶେଷସୁଦ୍ଧା ପ୍ରାୟ ୨୭ ଏକର ଜମିର ପଟ୍ଟା (ଆରଓଆର) ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନଁାରେ ହୋଇଯିବ ବୋଲି ଆଶା କରାଯାଇଛି। ଏହାବାଦ୍‌ ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷାନୁଷ୍ଠାନ ନଁାରେ ଆହୁରି ପ୍ରାୟ ୩୫ଏକର ଜମିର ପଟ୍ଟା କରାଯାଇପାରିବ ବୋଲି ଜଣାପଡିଛି। ଉକ୍ତ ପରିମିତ ଜମି ମଧ୍ୟ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଛି। ଏସବୁ ପ୍ରକ୍ରିୟା ସରିଲେ ୭୭ ବର୍ଷ ପୁରୁଣା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନଁାରେ ପ୍ରାୟ ୬୨ଏକରରୁ ଊର୍ଦ୍ଧ୍ୱ ଜମି ବ୍ୟବସ୍ଥା ହୋଇପାରିବ। ଜିଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଅତିରିକ୍ତ ଜିଲାପାଳ (ରାଜସ୍ବ) ମହେନ୍ଦ୍ର ମହାପାତ୍ର ଓ ତହସିଲଦାର ମଘବନ ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ଚିହ୍ନଟ ପ୍ରକ୍ରିୟାକରଣ ତଥା ଡକ୍ୟୁମେଣ୍ଟେଶନ୍‌ ଚାଲିଛି। ତେବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ଅତିକମ୍‌ରେ ୧୦୦ ଏକର ଜମି ଦିଆଯିବାକୁ ରାଜ୍ୟ ସରକାରଙ୍କଠାରେ ଦାବି କରାଯାଇଛି। ରାଜେନ୍ଦ୍ର କଲେଜ ନଁାରେ ତତ୍କାଳୀନ କଲେଜ ପ୍ରତିଷ୍ଠାତା ମହାରାଜ ରାଜେନ୍ଦ୍ର ନାରାୟଣ ସିଂଦେଓ ପ୍ରାୟ ୨୫୦ଏକର ଜମି ବ୍ୟବସ୍ଥା କରିଥିବା କୁହାଯାଉଥିଲେ ମଧ୍ୟ ଏହି ଶିକ୍ଷାନୁଷ୍ଠାନର ଏତେ ପରିମାଣ ଜମି କୁଆଡେ ଗଲା ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri