ଜମି ଅଧିଗ୍ରହଣ ପାଇଁ ଅଟକିଛି ରେଲଓ୍ବେ ଓଭରବ୍ରିଜ

ଜଳେଶ୍ୱର, ୨୫ା୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର-ଦୀଘା ରାଜ୍ୟ ରାଜପଥ ନୂଆବଜାର ଲେଭଲ କ୍ରସିଂଠାରେ ନିର୍ମାଣ ଚାଲିଥିବା ଓଭରବ୍ରିଜ୍‌ କାମ ଜମି ଅଧିଗ୍ରହଣ ପାଇଁ ଅଟକି ରହିଛି। ଏହାର ମୋଟ ୨୮ଟି ପିଲର ମଧ୍ୟରୁ ୪ଟି ପିଲର ରେଳବାଇ ପକ୍ଷରୁ ନିର୍ମାଣ କରିବାର ଯୋଜନା ରହିଛି। ଏହି ୪ଟି ପିଲର ମଧ୍ୟରୁ ୩ଟି ରେଳବାଇ ସ୍ଥାନରେ ହେଉଥିବା ବେଳେ ୧୪ନଂ. ପିଲର ଲାଗି ଜମି ଅଧିଗ୍ରହଣ ଆବଶ୍ୟକ। କିନ୍ତୁ ପ୍ରଶାସନର ଟାଳଟୁଳ ନୀତି ଯୋଗୁ ତାହା ଅଦ୍ୟାବଧି ହୋଇପାରିନାହିଁ ବୋଲି ରବିବାର ରେଳବାଇ ଖଡଗପୁର ଡିଭିଜନର ନିର୍ବାହୀଯନ୍ତ୍ରୀ ଏସ୍‌ପି ତ୍ରିପାଠୀ ସୂଚନା ଦେଇଛନ୍ତି।
ଏହି ଓଭରବ୍ରିଜ୍‌ ନିର୍ମାଣ ଲାଗି ଦାବି ହୋଇ ଆସୁଥିବା ବେଳେ ୨୦୧୦ ମସିହାରେ ରେଳବାଇ ପକ୍ଷରୁ ସବୁଜସଂକେତ ମିଳିଥିଲା। ପିପିପି ମୋଡରେ ମୋଟ ୬୦କୋଟି ଟଙ୍କା ବ୍ୟୟରେ ଓଭରବ୍ରିଜ୍‌ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏହି ଓଭରବ୍ରିଜ୍‌ ନିର୍ମାଣ ଲାଗି ବିଶେଷ ସରକାରୀ ଜାଗା ଆବଶ୍ୟକ ପଡୁ ନ ଥିଲେ ମଧ୍ୟ ମାତ୍ର ୨ଏକର ଜମି ଅଧିଗ୍ରହଣ ଲାଗି ସରକାର ବିଜ୍ଞାପନ ପ୍ରକାଶ କରିଥିଲେ। ଏହି ପ୍ରକଳ୍ପ ୧୦ା୯ା୨୦୨୦ରେ ଶେଷ କଥା, ହେଲେ କାର୍ଯ୍ୟର ମାତ୍ର ୪୦ଭାଗ ଶେଷ ହୋଇ ନାହିଁ। ଏବେ ବି ବଡବଜାରରୁ ନୂଆବଜାରକୁ ଯିବା ଲାଗି ଦୀର୍ଘ ସମୟ ପର୍ଯ୍ୟନ୍ତ ଲେଭଲକ୍ରସିଂ ନିକଟରେ ଖରା ବର୍ଷାରେ ଅପେକ୍ଷା କରିବାକୁ ପଡୁଛି। ଜମି ଅଧିଗ୍ରହଣ ହୋଇ ନ ଥିବାରୁ ଏହି କାର୍ଯ୍ୟ କେବେ ଶେଷ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ତ୍ତବିଭାଗ ପକ୍ଷରୁ ଡାଇଭରସନ ରୋଡ ନିର୍ମାଣ ହୋଇ ନ ଥିବାରୁ ସାଧାରଣ ଲୋକ ଓ ଯାନବାହନ ଯିବାଆସିବାରେ ସମସ୍ୟା ଉପୁଜୁଛି। ଅତିଶୀଘ୍ର ଜମି ହସ୍ତାନ୍ତର କରିବା ଲାଗି ରେଳବାଇ ପକ୍ଷରୁ ପୂର୍ତ୍ତ ବିଭାଗ ମୁଖ୍ୟ ସଚିବ ଓ ବାଲେଶ୍ୱର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଥିବା ତ୍ରିପାଠୀ ସୂଚନା ଦେଇଛନ୍ତି। ଦୀର୍ଘ ୨ମାସ ଲକ୍‌ଡାଉନ ପରେ ରେଳବିଭାଗ ପକ୍ଷରୁ ଓଭରବ୍ରିଜ୍‌ କାମ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଥିବା ପୂର୍ତ୍ତବିଭାଗ ପକ୍ଷରୁ କୌଣସି ପ୍ରସ୍ତୁତି ଦେଖିବାକୁ ମିଳିନାହିଁ। ଏ ସମ୍ପର୍କରେ ପିଡବ୍ଲ୍ୟୁଡି ସହକାରୀ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଲକ୍‌ଡାଉନ ଯୋଗୁ ଆନ୍ଧ୍ରରୁ ଶ୍ରମିକମାନେ ଆସିପାରି ନାହାନ୍ତି। ସେଥିପାଇଁ କାର୍ଯ୍ୟ ବିଳମ୍ବ ହେଉଛି। ସରକାର ଜମି ଅଧିଗ୍ରହଣ ଲାଗି ଚେଷ୍ଟା ଜାରି ରଖିଛନ୍ତି। ଖୁବ୍‌ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

ଜମିରେ କୀଟନାଶକ ସିଞ୍ଚନ କରି ଶୋଇ ଆଉ ଉଠିଲେନି କୃଷିଶ୍ରମିକ, ତାପରେ….

ଗଜପତି,୪।୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପାଟି ଗ୍ରାମରେ ଅଭାବନୀୟ ଘଟଣା । ଜଣେ କୃଷିଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri