ଜମି ଅଡ଼ୁଆ: ଆଗେଇପାରୁନି ମେଗା ତୈଳବୀଜ ବିହନ ହବ୍‌

ଭୁବନେଶ୍ୱର, ୩।।୯ (ବ୍ୟୁରୋ): ଡାଲିଜାତୀୟ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ଓଡ଼ିଶାରେ ଏକ ମେଗା ତୈଳବୀଜ ବିହନ ହବ୍‌ ସ୍ଥାପନ କରିବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଆସୁଥିଲେ। ତେବେ ଏଥିପାଇଁ ଆବଶ୍ୟକ ଜମି ମିଳୁ ନ ଥିବାରୁ ତାହା ଏବେ ଅନିଶ୍ଚିତତା ଭିତରକୁ ଚାଲିଯାଇଛି। ଏଥିପାଇଁ ରାଜ୍ୟ ସରକାର ବହୁ ପୂର୍ବରୁ ଭାରତୀୟ କୃଷି ଗବେଷଣା ପରିଷଦ(ଆଇସିଏଆର)କୁ ଅନୁରୋଧ କରିଥିଲେ। ଏହି ହବ୍‌ ସ୍ଥାପନ କରିବାକୁ ଭାରତୀୟ ତୈଳବୀଜ ଗବେଷଣା ପ୍ରତିଷ୍ଠାନ (ଆଇଆଇପିଆର) ରାଜି ହୋଇଥିଲା। ପ୍ରଥମେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ଏହି ହବ୍‌ କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏଥିପାଇଁ ଜମି ନ ମିଳିବାରୁ ବିହନ ହବ୍‌ ଦୀର୍ଘ ବର୍ଷ ହେବ କାର୍ଯ୍ୟକାରୀ ହୋଇ ପାରୁ ନାହିଁ। ରାଜ୍ୟ ସରକାରୀ ଅଧିକାରୀଙ୍କ ଉଦାସୀନତା ଯୋଗୁ ଏହା ଆଗେଇ ପାରୁ ନାହିଁ। ରାଜ୍ୟର ୭ଟି ଜିଲାରେ ଓୟୁଏଟିର ବିହନ ହବ୍‌ ରହିଛି। ଏହି ହବ୍‌ଗୁଡିକ ଚାଷୀଙ୍କ ପାଇଁ ବିଶେଷ ଉପଯୋଗୀ ହୋଇ ପାରୁ ନାହିଁ। ଆଇଆଇପିଆର ଉନ୍ନତ ଜ୍ଞାନକୌଶଳରେ ଏହି ହବ୍‌ ସ୍ଥାପନ କରିବାକୁ ଯାଉଥିବାରୁ ରାଜ୍ୟର କୃଷକଙ୍କ ପାଇଁ ଏହା ଯଥେଷ୍ଟ ସହାୟକ ହେବ ବୋଲି କୁହାଯାଉଛି । ଆଇସିଏଆର ଏହି ହବ୍‌ ସ୍ଥାପନ କରିବାକୁ ଜୋରଦାର ଉଦ୍ୟମ କରୁଥିବା ବେଳେ ଜମି ଯୋଗାଇବା ବାଧକ ସୃଷ୍ଟି କରିଛି। ତୈଳବୀଜ ବିହନ ହବ୍‌ ପାଇଁ କେନ୍ଦ୍ର ସରକାର ୬ କୋଟି ଟଙ୍କା ପ୍ରଦାନ କରି ସାରିଛନ୍ତି। ଏଥିପାଇଁ ୧୦ ଏକର ଜମିର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଜମି ଯୋଗାଇ ଦେବାକୁ ରାଜି ହୋଇଥିଲେ। ଗତ ଫେବୃୟାରୀରେ ଏ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ରାଜ୍ୟ ସରକାର ଯେଉଁ ଜମି ଯୋଗାଇ ଦେଇଥିଲେ ତାହା ଜଙ୍ଗଲ କିସମ ହୋଇଥିବାରୁ ବିହନ ହବ୍‌ ସ୍ଥାପନ କରିବା ନେଇ ବିଳମ୍ବ ହେଉଛି। ଏଥିପାଇଁ ପରିବେଶ ଅନୁମତି ନେବାକୁ ପଡୁଥିବାରୁ ଏହି ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହେଉଛି। ଅନ୍ୟ ପକ୍ଷରେ ପ୍ରକଳ୍ପ ଖର୍ଚ୍ଚ ମଧ୍ୟ ବଢି ଚାଲିଛି। ଜମି ଅଡୁଆ ନ ତୁଟିବା ଯାଏ ଏହି ପ୍ରକଳ୍ପ ନିର୍ମାଣକାର୍ଯ୍ୟ ଆଗେଇ ପାରିବ ନାହିଁ ବୋଲି ଆଇସିଏଆରର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri