ଜବରଦଖଲ, ବେଆଇନ ପାର୍କିଂ: ବଡ଼ଦାଣ୍ଡ ସଙ୍କୁଚିତ

ପୁରୀ ଅଫିସ,୧୩।୩: ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସିଂହଦ୍ୱାରକୁ ଆକର୍ଷଣୀୟ ଭାବେ ସଜାଯାଇଛି। ପୂର୍ବାପେକ୍ଷା ଶ୍ରୀକ୍ଷେତ୍ରକୁ ଭକ୍ତ ଏବଂ ପର୍ଯ୍ୟଟକଙ୍କ ଆଗମନ ବି ବୃଦ୍ଧିପାଉଛି। ହେଲେ ଏସବୁ ଭିତରେ ପ୍ରମୁଖ ସମସ୍ୟା ପାଲଟିଛି ବଡ଼ଦାଣ୍ଡରେ ବେଆଇନ ପାର୍କିଂ ଏବଂ ଜବରଦଖଲ। ଫଳରେ ପର୍ଯ୍ୟଟକମାନେ ଯାଆସ କରିବାରେ ଅସୁବିଧା ଭୋଗୁଛନ୍ତି। ବଡ଼ଦାଣ୍ଡର ଦୁଇପାର୍ଶ୍ୱରେ ଉଠାଦୋକାନୀ, ବେଆଇନ ପାର୍କିଂ ରାସ୍ତାକୁ ଅଧା କବ୍‌ଜା କରିନେଉଛି। ବାଇକ୍‌ ଏବଂ ଅନ୍ୟାନ୍ୟ ଗାଡିମୋଟର ଯିବାଆସିବା କରିବା ପରେ ଭକ୍ତ ଏବଂ ପର୍ଯ୍ୟଟକ ଚାଲି ଚାଲି ଯିବାରେ ବି ସମସ୍ୟାରେ ପଡୁଛନ୍ତି।

ସହରର ଅନ୍ୟାନ୍ୟ ରାସ୍ତା ଅପେକ୍ଷା ସବୁବେଳେ କୋଳାହଳ ଥାଏ ବଡ଼ଦାଣ୍ଡ। ପାହାନ୍ତା ପରଠାରୁ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତ, ପର୍ଯ୍ୟଟକ ଏବଂ ସହରବାସୀଙ୍କ ଯିବାଆସିବା ଲାଗିରହେ। ୨.୮ କିମି ଲମ୍ବ ଓ ୧୮୦ ଫୁଟ ପ୍ରସ୍ଥ ବିଶିଷ୍ଟ ବଡ଼ଦାଣ୍ଡ ଆଜି ତା’ର ସ୍ବତନ୍ତ୍ରତା ହରାଇଛି।
ବଡ଼ଦାଣ୍ଡରେ ନୂଆ ନୂଆ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲାଯାଉଛି। ଅନେକ ଶପିଂମଲ, ହୋଟେଲ, ଲଜିଂ ମଧ୍ୟ ଖୋଲିଛି। କିନ୍ତୁ କେତେକ ବ୍ୟବସାୟିକ ପ୍ରତିଷ୍ଠାନ ନିଜର ପାର୍କିଂ ସୁବିଧା ରଖି ନ ଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ହେଉଛି। କେବଳ ସେତିକି ନୁହେଁ, ବଡ଼ଶଙ୍ଖ ପରିବା ମାର୍କେଟ ବି ବଡ଼ଦାଣ୍ଡ ଉପରେ ବସୁଥିବାବେଳେ କେତେକ ଦୋକାନ ରାସ୍ତା ଉପରେ ରଖାଯାଇଛି। ଫଳରେ ଗୁଣ୍ଡିଚା ମନ୍ଦିରଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ରାସ୍ତା ସଂକୁଚିତ ହେବାରେ ଲାଗିଛି। ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ମନ୍ଦିର ଚତୁଃପାର୍ଶ୍ୱରେ ବସୁଥିବା ଉଠାଦୋକାନୀଙ୍କୁ ହଟାଇ ଦେଇଛି। ବିଶେଷକରି ସିଂହଦ୍ୱାର ସମ୍ମୁଖରେ ଯେଉଁ ବ୍ୟବସାୟୀ ପସରା ମେଲାଉଥିଲେ ସେମାନଙ୍କୁ ବି ତଡ଼ିଦିଆଯାଇଛି। ଫଳରେ ଏହି ଉଠାଦୋକାନୀମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ବସୁଛନ୍ତି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ବସାଯାଇଛି। ପୂର୍ବରୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଠେଲା ଦୋକାନୀ ବସୁଥିବା ବେଳେ ଏବେ ଏମାନଙ୍କୁ ଆଉ ଏକ ଧାଡ଼ିରେ ଥଇଥାନ କରାଯାଇଛି। ଫଳରେ ବଡ଼ଦାଣ୍ଡ ଉଭୟ ପାର୍ଶ୍ୱରେ ଅଧାରୁ ଅଧିକ ଜାଗାକୁ ମାଡ଼ି ବସିଛନ୍ତି ଉଠା ବ୍ୟବସାୟୀ। ତେବେ ସବୁଠୁ ସଙ୍ଗିନ ସ୍ଥିତି ସୃଷ୍ଟି କରିଛି ବେଆଇନ ପାର୍କିଂ।
ସଚେତନ ନାଗରିକ ମଞ୍ଚ ସଭାପତି ପ୍ରସନ୍ନ ଦାଶ କହିଛନ୍ତି, ବଡ଼ଦାଣ୍ଡର ଶପିଂ ମଲଗୁଡ଼ିକ ମଧ୍ୟରୁ କେତେକଙ୍କ ନିଜସ୍ବ ପାର୍କିଂ ନାହିଁ। ଫଳରେ ଗ୍ରାହକମାନେ ବାଧ୍ୟ ହୋଇ ରାସ୍ତାରେ ଗାଡ଼ି ପାର୍କିଂ କରୁଛନ୍ତି, ଯାହା ଦୁର୍ଘଟଣାର କାରଣ ମଧ୍ୟ ସାଜୁଛି। ଯେଉଁ ଶପିଂ ମଲ୍‌ର ନିଜସ୍ବ ପାର୍କିଂ ନାହିଁ ସେମାନଙ୍କ ବିରୋଧରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।
ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ) ସଚିବ ଲଲାଟେନ୍ଦୁ ସାହୁ କହିଛନ୍ତି ଯେ, ନିଶ୍ଚିତ ପକ୍ଷେ ପୁରୀକୁ ଭକ୍ତ, ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ଆମକୁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡ଼ିବ। ବଡ଼ଦାଣ୍ଡରେ ଉଠାଦୋକାନୀ ଏବଂ ବେଆଇନ ପାର୍କିଂ ଯୋଗୁ ରାସ୍ତା ସଂକୁଚିତ ହେଉଛି। ଏହାକୁ ଗୁରୁତ୍ୱର ସହ ନିଆଯାଇଛି। ଯେଉଁ ଶପିଂ ମଲ୍‌ଗୁଡ଼ିକ ନିଜସ୍ବ ପାର୍କିଂ ସୁବିଧା କରିନାହାନ୍ତି ସେମାନଙ୍କୁ ନୋଟିସ କରାଯାଉଛି।ଏହା ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri