ଜବରଦଖଲ, ବେଆଇନ ପାର୍କିଂ: ବଡ଼ଦାଣ୍ଡ ସଙ୍କୁଚିତ

ପୁରୀ ଅଫିସ,୧୩।୩: ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସିଂହଦ୍ୱାରକୁ ଆକର୍ଷଣୀୟ ଭାବେ ସଜାଯାଇଛି। ପୂର୍ବାପେକ୍ଷା ଶ୍ରୀକ୍ଷେତ୍ରକୁ ଭକ୍ତ ଏବଂ ପର୍ଯ୍ୟଟକଙ୍କ ଆଗମନ ବି ବୃଦ୍ଧିପାଉଛି। ହେଲେ ଏସବୁ ଭିତରେ ପ୍ରମୁଖ ସମସ୍ୟା ପାଲଟିଛି ବଡ଼ଦାଣ୍ଡରେ ବେଆଇନ ପାର୍କିଂ ଏବଂ ଜବରଦଖଲ। ଫଳରେ ପର୍ଯ୍ୟଟକମାନେ ଯାଆସ କରିବାରେ ଅସୁବିଧା ଭୋଗୁଛନ୍ତି। ବଡ଼ଦାଣ୍ଡର ଦୁଇପାର୍ଶ୍ୱରେ ଉଠାଦୋକାନୀ, ବେଆଇନ ପାର୍କିଂ ରାସ୍ତାକୁ ଅଧା କବ୍‌ଜା କରିନେଉଛି। ବାଇକ୍‌ ଏବଂ ଅନ୍ୟାନ୍ୟ ଗାଡିମୋଟର ଯିବାଆସିବା କରିବା ପରେ ଭକ୍ତ ଏବଂ ପର୍ଯ୍ୟଟକ ଚାଲି ଚାଲି ଯିବାରେ ବି ସମସ୍ୟାରେ ପଡୁଛନ୍ତି।

ସହରର ଅନ୍ୟାନ୍ୟ ରାସ୍ତା ଅପେକ୍ଷା ସବୁବେଳେ କୋଳାହଳ ଥାଏ ବଡ଼ଦାଣ୍ଡ। ପାହାନ୍ତା ପରଠାରୁ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତ, ପର୍ଯ୍ୟଟକ ଏବଂ ସହରବାସୀଙ୍କ ଯିବାଆସିବା ଲାଗିରହେ। ୨.୮ କିମି ଲମ୍ବ ଓ ୧୮୦ ଫୁଟ ପ୍ରସ୍ଥ ବିଶିଷ୍ଟ ବଡ଼ଦାଣ୍ଡ ଆଜି ତା’ର ସ୍ବତନ୍ତ୍ରତା ହରାଇଛି।
ବଡ଼ଦାଣ୍ଡରେ ନୂଆ ନୂଆ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲାଯାଉଛି। ଅନେକ ଶପିଂମଲ, ହୋଟେଲ, ଲଜିଂ ମଧ୍ୟ ଖୋଲିଛି। କିନ୍ତୁ କେତେକ ବ୍ୟବସାୟିକ ପ୍ରତିଷ୍ଠାନ ନିଜର ପାର୍କିଂ ସୁବିଧା ରଖି ନ ଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ହେଉଛି। କେବଳ ସେତିକି ନୁହେଁ, ବଡ଼ଶଙ୍ଖ ପରିବା ମାର୍କେଟ ବି ବଡ଼ଦାଣ୍ଡ ଉପରେ ବସୁଥିବାବେଳେ କେତେକ ଦୋକାନ ରାସ୍ତା ଉପରେ ରଖାଯାଇଛି। ଫଳରେ ଗୁଣ୍ଡିଚା ମନ୍ଦିରଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ରାସ୍ତା ସଂକୁଚିତ ହେବାରେ ଲାଗିଛି। ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ମନ୍ଦିର ଚତୁଃପାର୍ଶ୍ୱରେ ବସୁଥିବା ଉଠାଦୋକାନୀଙ୍କୁ ହଟାଇ ଦେଇଛି। ବିଶେଷକରି ସିଂହଦ୍ୱାର ସମ୍ମୁଖରେ ଯେଉଁ ବ୍ୟବସାୟୀ ପସରା ମେଲାଉଥିଲେ ସେମାନଙ୍କୁ ବି ତଡ଼ିଦିଆଯାଇଛି। ଫଳରେ ଏହି ଉଠାଦୋକାନୀମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ବସୁଛନ୍ତି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ବସାଯାଇଛି। ପୂର୍ବରୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଠେଲା ଦୋକାନୀ ବସୁଥିବା ବେଳେ ଏବେ ଏମାନଙ୍କୁ ଆଉ ଏକ ଧାଡ଼ିରେ ଥଇଥାନ କରାଯାଇଛି। ଫଳରେ ବଡ଼ଦାଣ୍ଡ ଉଭୟ ପାର୍ଶ୍ୱରେ ଅଧାରୁ ଅଧିକ ଜାଗାକୁ ମାଡ଼ି ବସିଛନ୍ତି ଉଠା ବ୍ୟବସାୟୀ। ତେବେ ସବୁଠୁ ସଙ୍ଗିନ ସ୍ଥିତି ସୃଷ୍ଟି କରିଛି ବେଆଇନ ପାର୍କିଂ।
ସଚେତନ ନାଗରିକ ମଞ୍ଚ ସଭାପତି ପ୍ରସନ୍ନ ଦାଶ କହିଛନ୍ତି, ବଡ଼ଦାଣ୍ଡର ଶପିଂ ମଲଗୁଡ଼ିକ ମଧ୍ୟରୁ କେତେକଙ୍କ ନିଜସ୍ବ ପାର୍କିଂ ନାହିଁ। ଫଳରେ ଗ୍ରାହକମାନେ ବାଧ୍ୟ ହୋଇ ରାସ୍ତାରେ ଗାଡ଼ି ପାର୍କିଂ କରୁଛନ୍ତି, ଯାହା ଦୁର୍ଘଟଣାର କାରଣ ମଧ୍ୟ ସାଜୁଛି। ଯେଉଁ ଶପିଂ ମଲ୍‌ର ନିଜସ୍ବ ପାର୍କିଂ ନାହିଁ ସେମାନଙ୍କ ବିରୋଧରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।
ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ) ସଚିବ ଲଲାଟେନ୍ଦୁ ସାହୁ କହିଛନ୍ତି ଯେ, ନିଶ୍ଚିତ ପକ୍ଷେ ପୁରୀକୁ ଭକ୍ତ, ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ଆମକୁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡ଼ିବ। ବଡ଼ଦାଣ୍ଡରେ ଉଠାଦୋକାନୀ ଏବଂ ବେଆଇନ ପାର୍କିଂ ଯୋଗୁ ରାସ୍ତା ସଂକୁଚିତ ହେଉଛି। ଏହାକୁ ଗୁରୁତ୍ୱର ସହ ନିଆଯାଇଛି। ଯେଉଁ ଶପିଂ ମଲ୍‌ଗୁଡ଼ିକ ନିଜସ୍ବ ପାର୍କିଂ ସୁବିଧା କରିନାହାନ୍ତି ସେମାନଙ୍କୁ ନୋଟିସ କରାଯାଉଛି।ଏହା ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri