ଜନ୍ମବେଦିରେ ସରିଲା ଲୀଳାଖେଳା; ରତ୍ନବେଦିକୁ ଫେରିଲେ ତିନି ଠାକୁର

ବାରିପଦା ଅଫିସ,୧୫।୭- ଜନ୍ମବେଦିରେ ଲୀଲାଖେଳା ସାରି ତିନି ଠାକୁର ରବିବାର ବଡ ଦେଉଳକୁ ଫେରିଛନ୍ତିି। ରବିବାର ବିଳମ୍ବିତ ରାତିରେ ବଡ଼ ଦେଉଳକୁ ପହଣ୍ଡି ବିଜେ ହୋଇଛନ୍ତି ତିନି ଠାକୁର। ଶୁକ୍ରବାର ମାଉସୀ ଘରେ ଜନ୍ମବେଦିରେ ଶ୍ରଦ୍ଧାଳୁମାନଙ୍କୁ ସୁନାବେଶରେ ଦର୍ଶନ ଦେଇଥିଲେ। ପରେ ଅପରାହ୍ନରେ ପହଣ୍ଡି ହୋଇ ରଥାରୂଢ଼ ହେବା ପରେ ପୁଣି ଥରେ ଶ୍ରଦ୍ଧାଳୁଙ୍କୁ ରୁପା ବେଶରେ ଦର୍ଶନ ଦେଇଥିଲେ। ଶନିବାର ବାହୁଡା ଯାତ୍ରା ଆରମ୍ଭ ହୋଇଥିଲା। ଶନିବାର ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ବଡ଼ ଦେଉଳ ନିକଟରେ ପହଞ୍ଚିଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥ ଅଧା ରାସ୍ତାରେ ରହିଥିଲା। ରବିବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳାମାନେ ଟାଣି ବଡ ଦେଉଳ ସମ୍ମୁଖରେ ପହଞ୍ଚାଇଥିଲେ। ପରେ ଅଗଣିତ ଭକ୍ତଙ୍କ ମେଳରେ ବଡ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ବଡ ଦେଉଳ ଅଭିମୁଖେ ଗଡ଼ିଥିଲା। ବଡଭାଇ ବଳଭଦ୍ରଙ୍କୁ ବଡ଼ ଦେଉଳକୁ ବାହୁଡେଇ ନେବାକୁ ବଡଦାଣ୍ଡ ଏକ ପ୍ରକାର ଲୋକାରଣ୍ୟ ହୋଇପଡିଥିଲା। ଦେବୀ ସୁଭଦ୍ରାଙ୍କ ରଥଟଣା ପୂର୍ବରୁ ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଲଡୁ ଫିଙ୍ଗା ଯାଇଥିଲା। ସେହିପରି ବଳଭଦ୍ରଙ୍କ ରଥ ବଡ଼ ଦେଉଳ ସମ୍ମୁଖରେ ପହଞ୍ଚତ୍ବା ପରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳଡୁ ଫିଙ୍ଗା ଯାଇଥିଲା। ସନ୍ଧ୍ୟାରେ ମହାଲକ୍ଷ୍ମୀ ଭେଟ ଅନୁଷ୍ଠିତ ହୋଇଥିଲା। ଅନ୍ୟ ରୀତିନୀତି ଶେଷ ପରେ ବିଳମ୍ବିତ ରାତିରେ ତିନି ଠାକୁର ବଡ ଦେଉଳକୁ ପହଣ୍ଡି ବିଜେ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri