ଜନ୍ମଦିନରେ ପୂରାପରିବାରକୁ ହରାଇଥିଲେ ଏହି ଅଭିନେତା: ବାପା ହିଁ କରିଥିଲେ ଗୁଳି

ଜନ୍ମଦିନ ସମସ୍ତଙ୍କ ପାଇଁ ବର୍ଷର ସବୁଠାରୁ ବଡ଼ ଦିନ ହୋଇଥାଏ । ଏହି ଦିନକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ହେଲେ ଏହି ଜନ୍ମଦିନ ଜଣେ କଳାକାରଙ୍କ ଜୀବନରେ ଅନ୍ଧକାର ଆଣିଦେଇଥିଲା। ଜନ୍ମଦିନରେ ସେ ହରାଇଦେଇ ପୂରା ପରିବର। ୯୦ ଦଶକର ଅନେକ ତାରକାଙ୍କ ମଧ୍ୟରୁ କମଲ ସଦାନା ଅନ୍ୟତମ । ଯଦିଓ ୯୦ ଦଶକରେ ସେ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ। ମାତ୍ର ପରେ ସେ ଅଦୃଶ୍ୟ ହୋଇଯାଇଥିଲେ। କମଲ ଫିଲ୍ମ ‘ବେଖୁଦି’ରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ୧୯୯୨ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ କାଜଲ ତାଙ୍କର ହିରୋଇନ ଥିଲେ। ଚଳଚ୍ଚିତ୍ରଟି ଫ୍ଲପ ହୋଇଥିଲା, କିନ୍ତୁ ଉଭୟ କଳାକାର ଏଥିରୁ ଏକ ଭିନ୍ନ ପରିଚୟ ପାଇଥିଲେ ।
ବେଖୁଦି ପରେ ସେ ଅନେକ ଫିଲ୍ମ କରିଥିଲେ ମଧ୍ୟ ତାହା ହିଟ ହୋଇପାରି ନ ଥିଲା। ଏସବୁ ପଛରେ ତାଙ୍କ ପରିବାରକୁ ମଧ୍ୟ ଦାୟୀ କରାଯାଇଛି।
୧୯୯୦ରେ କମଲଙ୍କ ୨୦ତମ ଜନ୍ମଦିନରେ, ତାଙ୍କ ପରିବାରରେ ଏପରି ଏକ ଦୁଃଖଦ ଘଟଣା ଘଟିଥିଲା, ଯାହା ତାଙ୍କୁ ଜୀବନର ଏକ ସ୍ମୃତି ହୋଇ ରହିଗଲା। ସମସ୍ତେ ଜନ୍ମଦିନ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଥିଲେ ସେତେବେଳେ ହଠାତ ସେ ଗୁଳିର ଶବ୍ଦ ଶୁଣିଲେ । କମଲଙ୍କ ମା’ ସଇଦା ଏବଂ ବାପା ବୁଜ ସାଦନାଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା। କମଲଙ୍କ ଜନ୍ମଦିନରେ ମଧ୍ୟ ଝଗଡ଼ା ହୋଇଥିଲା। କ୍ରୋଧରେ ବାପା ମା’ଙ୍କ ଉପରକୁ ଗୁଳି ଚଳାଇଥିଲେ। କେବଳ ଏତିକି ନୁହେଁ, ସେ ନିଜ ଝିଅକୁ ମଧ୍ୟ ଗୁଳି କରିଥିଲେ। ଉଭୟଙ୍କର ମୃତ୍ୟୁ ଘଟିଥିଲା। କୁହାଯାଏ ଯେ, ସେ କମଲଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ କିନ୍ତୁ ସେ ତାଙ୍କ କାନକୁ ଛୁଇଁ ପଳାଇଥିଲା। ପରେ ତାଙ୍କ ପିତା ନିଜକୁ ଗୁଳି କରି ହତ୍ୟା କରିଥିଲେ। ଏଥିରେ ସେ ଏତେ ଭାଙ୍ଗି ପଡ଼ିଥିଲେ ଯେ, ଯାହା ତାଙ୍କ ଉପରେ ବହୁତ ପ୍ରଭାବ ପକାଇଲା। ଏଥିପାଇଁ ତାଙ୍କ କ୍ୟାରିୟର ନଷ୍ଟ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର,୩୦ା୮(ବନ୍ଦନା ସେଠୀ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା…

ସ୍ମାର୍ଟ ପୋଲିସିଂ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ସୂତ୍ରୀ ବ୍ଲୁ-ପ୍ରିଣ୍ଟ: ଜାଣନ୍ତୁ କ’ଣ…

ଭୁବନେଶ୍ୱର, ୩୦।୮ (ସୁନିତ୍‌ ମିଶ୍ର): ଭୁବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri