ଜନଧନ ଖାତାରେ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା

ନୂଆଦିଲ୍ଲୀ,୧୦।୪: ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖାତା ଖୋଲିଥିବା ମହିଳାଙ୍କୁ କେନ୍ଦ୍ର ସରକାର ଏପ୍ରିଲରେ ବ୍ୟାଙ୍କ ଖାତାରେ ସିଧାସଳଖ ୫୦୦ ଟଙ୍କା ପ୍ରଦାନ କରିଛନ୍ତି। ଆଉ ୨ କିସ୍ତିରେ ଏହି ଆକାଉଣ୍ଟଧାରୀଙ୍କୁ ସରକାର ୧୦୦୦ ଟଙ୍କା ପ୍ରଦାନ କରିବେ। ଯଦି ଟଙ୍କା ଉଠାଣ ନ ହୁଏ ଏହା ଫେରିଯିବ ବୋଲି ଗୁଜବ ହେଉଛି। ଏହି ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍‌ବିଆଇ)ପକ୍ଷରୁ ଗ୍ରାହକଙ୍କୁ ଅବଗତ କରାଯାଇଛି। ଏଭଳି ଗୁଜବକୁ ବିଶ୍ୱାସ କରି ଲୋକମାନେ ବହୁ ସଂଖ୍ୟାରେ ବ୍ୟାଙ୍କ ଶାଖାରେ ଭିଡ ଜମାଉଛନ୍ତି। କରୋନା ନ ବ୍ୟାପିବା ଲାଗି ଏବେ ସାମାଜିକ ଦୂରତ୍ୱ ରକ୍ଷା କରିବା ଲାଗି ନିୟମ ରହିଛି। ହେଲେ ଟଙ୍କା ଫେରିଯିବ ଭାବି ଲୋକମାନେ ନିୟମକୁ ନ ମାନି ବ୍ୟାଙ୍କ ଶାଖାରେ ଭିଡ ଜମାଉଥିବା ଦେଖାଯାଇଛି। ଏପ୍ରିଲ ମାସ ଲାଗି ହିତାଧିକାରୀଙ୍କ ଖାତାରେ ପ୍ରଦାନ କରାଯାଇଥିବା ୫୦୦ ଟଙ୍କା ଲୋକମାନେ ଯେକୌଣସି ସମୟରେ ଉଠାଇ ପାରିବେ ବୋଲି କେନ୍ଦ୍ର ସରକାରଙ୍କ ଆର୍ଥତ୍କ ସେବା ବିଭାଗ ପକ୍ଷରୁ ସୂଚନା ରହିଛି। ଏହାବାଦ ମେ ଏବଂ ଜୁନ୍‌ ମାସ ଲାଗି ମଧ୍ୟ ୫୦୦ ଟଙ୍କା ଲେଖାଏ ଲୋକଙ୍କ ଖାତାରେ ସରକାର ଜମା କରିବେ।
ଏହାବାଦ ଗୁଜବରେ ବିଶ୍ୱାସ ନ କରି ଲୋକମାନେ ଏହି ଅର୍ଥ ଏଟିଏମ୍‌, କଷ୍ଟମର ସର୍ଭିସ ପଏଣ୍ଟ ଏବଂ ସୁବିଧା ମୁତାବକ ବ୍ୟାଙ୍କ ଶାଖାରୁ ଉଠାଇ ପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏବେ ସାରା ଦେଶରେ ଜନଧନ ଯୋଜନାରେ ୩୮.୦୮ କୋଟି ଖାତା ରହିଛି। ଏହି ଖାତା ମଧ୍ୟରୁ ମହିଳାଙ୍କ ନାମରେ ୨୦.୬୦ କୋଟି ଖାତା ରହିଛି। ହିତାଧିକାରୀଙ୍କ ଖାତାରେ ହୋଇଥିବା ଜମା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଏସ୍‌ବିଆଇ ପକ୍ଷରୁ କୁହାଯାଇଛି। ସରକାର ନିକଟରେ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଘୋଷଣା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ ଯେ, ଆଗାମୀ ୩ ମାସ ଯାଏ ମହିଳା ହିତାଧିକାରୀଙ୍କୁ ପ୍ରତି ମାସ ୫୦୦ ଟଙ୍କା ଲେଖାଏ ବ୍ୟାଙ୍କ ଖାତାରେ ପ୍ରଦାନ କରାଯିବ। ଲୋକମାନେ ସେମାନଙ୍କ ସୁବିଧା ମୁତାବକ ଏହି ଅର୍ଥ ଉଠାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri