ଜଣେ କର୍ମଚାରୀରେ ଚାଲିଛି ଉପକୋଷାଗାର

ଛେଣ୍ଡିପଦା,୨୪।୧୧(ସ୍ବ.ପ୍ର.) – ଜଣେ କର୍ମଚାରୀରେ ଚାଲିଛି ଛେଣ୍ଡିପଦା ଉପକୋଷାଗାର। ଦିନେ କି ମାସେ ନୁହେଁ, ବରଂ ବର୍ଷେ ହେଲା ଏପରି ଚାଲିଛି କାର୍ଯ୍ୟ। ଫଳରେ ଗ୍ରାମାଞ୍ଚଳରୁ ଆସୁଥିବା ବହୁ ବୃଦ୍ଧବୃଦ୍ଧା, ପେନ୍‌ସନ ଭୋଗୀ, ଛାତ୍ରୀଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅଞ୍ଚଳବାସୀଙ୍କ ଅଭିଯୋଗ ମୁତାବକ, ଏହି ଉପକୋଷାଗାର ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ଛେଣ୍ଡିପଦା ତହସିଲଦାର ଥିବାବେଳେ ଜନୈକ ବରିଷ୍ଠ କିରାଣି ହିଁ ଏକମାତ୍ର କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ବର୍ଷେ ତଳେ କନିଷ୍ଠ କିରାଣି ହରେକୃଷ୍ଣ ନାଏକଙ୍କ ପ୍ରମୋସନ ହୋଇଥିବା ବେଳେ ପିଅନ ବିଜୟ ସାହୁ ଓ ରାତ୍ର ଜଗୁଆଳି ସୁଧାକର ସାହୁ ଅବସର ଗ୍ରହଣ କରିସାରିଥିବାରୁ ଉକ୍ତ ପଦବୀ ଖାଲି ପଡ଼ିଛି। ଫଳରେ ଜଣେ ବରିଷ୍ଠ କିରାଣିରେ ଉପକୋଷାଗାରର ସମସ୍ତ କାର୍ଯ୍ୟ ଚାଲିଛି। ଜିଲା ମୁଖ୍ୟ କୋଷାଗାରକୁ ଚିଠିପତ୍ର ନେବା ଆଣିବା କରିବା ପାଇଁ ଉକ୍ତ କର୍ମଚାରୀ ଜଣକ ଅନୁଗୋଳ ଗଲେ ଅନେକ ସମୟରେ ଅଫିସ ବନ୍ଦ ରହିଥାଏ। ଏହି ଉପକୋଷାଗାରରୁ ୮୦ରୁ ଊଦ୍ଧର୍‌ବ ପେନସନଭୋଗୀ ଓ ୧ ହଜାରରୁ ଊଦ୍ଧର୍‌ବ କର୍ମଚାରୀଙ୍କୁ ବେତନ ପ୍ରଦାନ କରାଯାଉଥିବାବେଳେ ଶତାଧିକ ଛାତ୍ରୀଛାତ୍ର ଟ୍ରେଜେରି ଚାଲାଣ କରିଥାନ୍ତି। ଛେଣ୍ଡିପଦା ସଦର ମହକୁମାର ଏହି ଉପକୋଷାଗାରଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ବେଳେ ଏଠାରେ ଖାଲିଥିବା ପଦବୀଗୁଡିକୁ ପୂରଣ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସେହିପରି ଚତୁଃପାଶର୍‌ବରେ ସୁରକ୍ଷା ପାଚେରି ନ ଥିବାବେଳେ ଦୀର୍ଘଦିନ ହେବ ରାତ୍ର ଜଗୁଆଳି ପଦବୀ ଖାଲି ପଡ଼ିଛି। ଫଳରେ କାର୍ଯ୍ୟାଳୟ ଅସୁରକ୍ଷିତ ହୋଇପଡ଼ିଛି। କାର୍ଯ୍ୟାଳୟରେ ଅଧିକାରୀ ପଦ ସହିତ କନିଷ୍ଠ କିରାଣି, ପିଅନ, ରାତ୍ରଜଗୁଆଳି ପଦ ପୂରଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଗ୍ୟାସ୍‌ ସମସ୍ୟା: ଅଧିକାଂଶ ଫାଷ୍ଟଫୁଡ୍‌-ହୋଟେଲ ବନ୍ଦ, ଖାଉଟି ଅସନ୍ତୁଷ୍ଟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛ। ଲୋକଙ୍କୁ ମିଳୁନି ଗ୍ୟାସ୍‌। ଫଳରେ ଖାଉଟି ତଥା ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର…

ଜିଲାପାଳଙ୍କ ଅଫିସ ଆଗରେ ଚାଷୀ ପାଳିଲେ ପଖାଳ ଦିବସ: ଧାନବିକ୍ରି ଦାବି ନେଇ…

ବରଗଡ଼,୨୦ା୩(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଦାବି ନେଇ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଗତ ୫ତାରିଖରୁ ଧାନବସ୍ତା ଗଦା କରି ବରଗଡ଼ ଜିଲା…

LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ ଡେଲିଭରି ପାଇଁ ଅପେକ୍ଷା କରନ୍ତୁ…’

ନୂଆଦିଲ୍ଲୀ,୨୦।୩: ଏକ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ, ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ କହିଛନ୍ତି ଯେ ଦେଶର ସମସ୍ତ ରିଫାଇନାରୀ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛି। ସେ ଉଲ୍ଲେଖ…

ତେଜିଲା ଆନ୍ଦୋଳନ: ତହସିଲଦାରଙ୍କ ଗାଡ଼ି ଆଗରେ ଶୋଇଲେ ଚାଷୀ

ଚାନ୍ଦବାଲି,୨୦।୩: ଭଦ୍ରକ ଜିଲା ତିହିଡି ବ୍ଲକ ଚାରିତରଫ ସୋସାଇଟରେ ଶୁକ୍ରବାର ଚାଷୀ ଅସନ୍ତୋଷ ଦେଖାଦେଇଛି। ମଣ୍ଡିରୁ ଧାନ ଉଠୁ ନ ଥିବା ଅଭିଯୋଗ କରି ଚାଷୀମାନେ ରାଜ…

ଯୁଦ୍ଧ ଭିତରେ ଭାରତରେ ପ୍ରଥମ ଥର ବଢିଲା ପେଟ୍ରୋଲ ରେଟ୍‌, ଲିଟର ପ୍ରତି ଦେବାକୁ ପଡିବ…

ନୂଆଦିଲ୍ଲୀ,୨୦।୩: ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL) ଏହାର ପ୍ରିମିୟମ ପେଟ୍ରୋଲର ମୂଲ୍ୟ ପ୍ରତି ଲିଟର 2ଟଙ୍କା ବୃଦ୍ଧି କରିଛି। ନୂତନ ଦର ଶୁକ୍ରବାର ଠାରୁ କାର୍ଯ୍ୟକାରୀ…

ମେ’ ୪ରୁ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା: ଅନୁମତି ପାଇଁ କମିଟି ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୨୦ା୩(ଦିଲ୍ଲୀପ ସାମଲ): ଚଳିତ ବର୍ଷ ଗଞ୍ଜାମ ଜିଲା ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଯାତ୍ରା କମିଟି ପକ୍ଷରୁ…

ହର୍ମୁଜ ଷ୍ଟ୍ରେଟ ଆକ୍ରମଣକୁ ନେଇ କଡ଼ା ଚେତାବନୀ ଦେଲାଣି ଭାରତ! କହିଲା ବେକାର ଯିବନାହିଁ ନିର୍ଦ୍ଦୋଶ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୩: ଯୁକ୍ତରାଜ୍ୟରେ ଭାରତର ହାଇକମିଶନର ବିକ୍ରମ ଡୋରାଇସ୍ବାମୀ, ହର୍ମୁଜ ଷ୍ଟ୍ରେଟରେ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ବିକ୍ରମ ଡୋରାଇସ୍ବାମୀ ସମସ୍ତ ନାବିକଙ୍କ ସୁରକ୍ଷା, ନୌଚାଳନା…

ଆଶଙ୍କାରେ ପେନ୍‌ସନ୍‌ଭୋଗୀଙ୍କ ଭବିଷ୍ୟତ, ସମସ୍ତେ ଏକାଠି ହୋଇ…

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଭବନ କେନ୍ଦୁଝରଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri