କାମ୍ପା ଫଣ୍ଡରେ ଓଡ଼ିଶାକୁ ମିଳିଲା ୫୯୩୩ କୋଟି

ଭୁବନେଶ୍ୱର,୨୬।୧୧(ବ୍ୟୁରୋ)-କ୍ଷତିପୂରକ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା କର୍ତ୍ତୃପକ୍ଷ(କାମ୍ପା)ରେ ୨୦୦୬-୦୭ରୁ ୨୦୧୯ ଫେବୃୟାରୀ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କଠାରୁ ୫୯୩୩ କୋଟି ୯୮ ଲକ୍ଷ ଟଙ୍କା ପାଇଛନ୍ତି। ଯୋଜନା କାର୍ଯ୍ୟକାରୀ ହେବାଠାରୁ ୨୦୦୯-୧୦ରୁ ୨୦୧୭-୧୮ ମଧ୍ୟରେ କେନ୍ଦ୍ର ସରକାର ଆଡ୍‌ହକ କାମ୍ପା ପାଣ୍ଠିରୁ ୨୦୬୪୪ କୋଟି ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସମୁଦାୟ ଅର୍ଥରୁ ବିଭିନ୍ନ କାର୍ଯ୍ୟକ୍ରମରେ ୨୬୧୧ କୋଟି ୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ ମଙ୍ଗଳବାର ପ୍ରଶ୍ନୋତ୍ତର ବେଳେ ମୂଳ ପ୍ରଶ୍ନରେ କହିଥିଲେ ଯେ କାମ୍ପା ଯୋଜନା କାର୍ଯ୍ୟକାରୀ ହେବାଠାରୁ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର କେତେ ଅର୍ଥ ଦେଇଛନ୍ତି । ଏହାକୁ କିଭଳି ଖର୍ଚ୍ଚ କରାଯାଇଛି। ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ, ମୋହନ ମାଝି, ବିଜେଡି ସଭ୍ୟ ପ୍ରତାପ କେଶରୀ ଦେବ ପ୍ରମୁଖ ଅତିରିକ୍ତ ପ୍ରଶ୍ନରେ ଖର୍ଚ୍ଚ ବିଳମ୍ବ ହେବାର କାରଣ କ’ଣ। ଆମ୍ବ ଗଛ ଜାଗାରେ ଆମ୍ବଡ଼ା ଗଛ ଲଗାଇଲେ ତା’ର ଲାଭ କ’ଣ। ଆମାଜନ ଜଙ୍ଗଲ ଜଳିବା ପରେ ବାୟୁମଣ୍ଡଳରୁ ୨୦% ଅମ୍ଳଜାନ ନଷ୍ଟ ହୋଇଛି। ଏହାକୁ ଭରଣା କରିବା ପାଇଁ ଜଙ୍ଗଲ ବିଭାଗ କି ପଦକ୍ଷେପ ନେଇଛି। ମହାନଦୀ କୂଳର ଏକ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ କେତେ ଗଛ ଲଗାଯାଇଛି। ଜଙ୍ଗଲରେ ଗଛ ବଞ୍ଚିଛି କି ନାହିଁ ସେ କଥା ସରକାର ଦେଖିଛନ୍ତି କି। ବିଭାଗୀୟ ଅଧିକାରୀଙ୍କୁ ପଠାଇ ସେଗୁଡ଼ିକୁ ଦେଖିବେ କି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ ଯେ ଜଙ୍ଗଲର ବୃଦ୍ଧି , ବନ୍ୟଜନ୍ତୁଙ୍କ ଆବାସସ୍ଥଳୀ ସୁରକ୍ଷା ଓ ପରିବେଶ ରକ୍ଷା ପାଇଁ କାମ୍ପା ପାଣ୍ଠିକୁ ବିନିଯୋଗ କରାଯାଉଛି। ରାଜ୍ୟର ବିଭିନ୍ନ ଜଙ୍ଗଲରେ ବ୍ୟାପକ ବୃକ୍ଷରୋପଣ ହେଉଛି। ୨୦୦୯-୧୭ ମଧ୍ୟରେ କେନ୍ଦ୍ର ସରକାର ଉକ୍ତ ଯୋଜନାରେ ୨୬୪୪.୧୫ କୋଟି ଟଙ୍କା ଦେଇଥିଲେ। ଚଳିତ ବର୍ଷ ଅଗଷ୍ଟ ମାସରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବୈଠକ ଡାକିଥିଲେ। ଏହି ବୈଠକ ପରେ କେନ୍ଦ୍ର ସରକାର ୫୯୩୩.୯୮ କୋଟି ଟଙ୍କା ଦେଇଛନ୍ତି। ଏହି ଅର୍ଥକୁ ଖର୍ଚ୍ଚ କରିବା ପାଇଁ ବାର୍ଷିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri