ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟରେ ଗୁଳି ଫୁଟିବା ଘଟଣା: ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ

ଭୁବନେଶ୍ୱର,୬।୩ (ବ୍ୟୁରୋ): ବାରଙ୍ଗ କାଟେଣି ଛକସ୍ଥିତ ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡରେ ବୁଧବାର ରାଜଧାନୀର ଏକ ମ୍ୟାନେଜମେଣ୍ଟ କଲେଜର ଛାତ୍ର ଅସିମ୍‌ କାଲ୍‌ସ ଗୁରୁତର ହୋଇଥିଲେ। ଘଟଣାକୁ ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କ ପତ୍ତା ପାଇପାରି ନ ଥିବା ଜଣାପଡିଛି। ଜବତ ହୋଇଥିବା ସିସିଟିଭି ହାର୍ଡ ଡିସ୍କରେ ଘଟଣା ସମୟର ଅନେକ ଫୁଟେଜ ନ ଥିବାରୁ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗୁରୁବାର ଲକ୍ଷ୍ନୋରେ ରହୁଥିବା ପରିବାରଲୋକେ ଭୁବନେଶ୍ୱରରେ ପହଞ୍ଚି ଅସିମଙ୍କୁ ଭେଟିଥିଲେ। ଅସିମଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ଡାକ୍ତରଙ୍କଠାରୁ ଜାଣିବା ପରିବାର ଲୋକେ ଆଶ୍ୱସ୍ତ ହୋଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ସୂଚନାଥାଉ କି, ବୁଧବାର ଶେଷ ସେମିଷ୍ଟର ପରୀକ୍ଷା ସରିବା ପରେ ମଧ୍ୟାହ୍ନରେ ଅସିମ ସାଙ୍ଗମାନଙ୍କ ସହ ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟ୍‌କୁ ଖାଇବା ପାଇଁ ଯାଇଥିଲେ। ଏହାପୂର୍ବରୁ ବିଲ୍‌କୁ ନେଇ ୩ଜଣ ଦୁର୍ବୃତ୍ତଙ୍କ ସହ ରେଷ୍ଟୁରାଣ୍ଟ୍‌ ମାଲିକ ଓ କର୍ମଚାରୀଙ୍କ ଝଗଡ଼ା ହୋଇଥିଲା। ଦୁର୍ବୃତ୍ତମାନେ ପାଟିତୁଣ୍ଡ କରିବା ପରେ ଧମକ ଦେଇ କାର୍‌ରେ ଚାଲିଯାଇଥିଲେ। କିଛି ସମୟ ପରେ ଏକ ବାଇକରେ ୩ ଜଣ ମୁଖାଧାରୀ ଯୁବକ ସେଠାରେ ପହଞ୍ଚତ୍ ମାଲିକଙ୍କ କ୍ୟାଶ୍‌ କାଉଣ୍ଟର ନିକଟରେ ଠିଆ ହୋଇ ଫାଙ୍କା ଗୁଳି ଚାଳନା କରିଥିଲେ। ଗୁଳି ଶବ୍ଦ ଶୁଣି ରେଷ୍ଟରାଣ୍ଟରେ ଖାଉଥିବା ଅସିମଙ୍କ ସମେତ ଅନ୍ୟମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ। ଏହି ସମୟରେ ଏକ ଗୁଳି ଅସିମଙ୍କ ପିଠିରେ ବାଜିଥିଲା। ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଚିତ୍କାର କରୁଥିବାବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଖବର ପାଇ ଚନ୍ଦକା ଥାନା ପୋଲିସ ପହଞ୍ଚତ୍ ଅସିମଙ୍କୁ ଏକ ଘରୋଇ ହସ୍ପିଟାଲକୁ ପଠାଇଥିଲା। ଏ ନେଇ ବୁଧବାର ରାତିରେ ରେଷ୍ଟୁରାଣ୍ଟ ମାଲିକ ପ୍ରଶାନ୍ତ ରାଉତରାୟଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୪୧/୨୦)ରୁଜୁ କରି ତଦନ୍ତ ଚଳାଇଛି। ଘଟଣା ସମ୍ପର୍କରେ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ କୁହନ୍ତି, ଗୁଳିକାଣ୍ଡ ଘଟଣା ପୂର୍ବରୁ ଝଡବର୍ଷାରେ ରେଷ୍ଟୁରାଣ୍ଟରେ ଲାଗିଥିବା ସିସି କ୍ୟାମେରା ତାର ଛିଡିଯାଇଥବାରୁ ଅବଶ୍ୟକ ଫୁଟେଜ ହସ୍ତଗତ ହୋଇପାରିନାହିଁ। ଏହାଦ୍ୱାରା ତଦନ୍ତରେ ବାଧା ସୃଷ୍ଟି କରିବା ସହ ଅପରାଧୀଙ୍କୁ ଚିହ୍ନଟ କରିବାରେ ସମସ୍ୟା ହେଉଛି। ରେଷ୍ଟୁରାଣ୍ଟ ନିକଟରେ ଥିବା ଅନ୍ୟ ସିସି କ୍ୟାମେରାକୁ ଯାଞ୍ଚ କରାଯାଉଛି। ଖୁବ୍‌ ଶୀଘ୍ର ସମ୍ପୃୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri