ଜଗନ୍ନାଥ ମହାପ୍ରଭଙ୍କୁ ନାମରେ ଥିବା ଜମି ଦଖଲକଲେ ଗ୍ରାମବାସୀ: ଗାଁରେ ଚାପା ଉତ୍ତେଜନା

ଅତାବିରା,୧୬।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଉଦେପୁର ଗ୍ରାମବାସୀଙ୍କୁ ଦୀର୍ଘବର୍ଷ ଧରି ଅନ୍ଧାରରେ ରଖି ଗ୍ରାମର ଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କ ନାମରେ ଥିବା ଜମିକୁ ଗ୍ରାମର କେତେଜଣ ବ୍ୟକ୍ତି କବ୍‌ଜା କରିଥିଲେ। ଗ୍ରାମବାସୀ ମହାପ୍ରଭୁଙ୍କ ନାମରେ ଥିବା ଏହି ଜମିକୁ ଚିହ୍ନଟ କରିଥିଲେ। ଦେଶଭଟିଲି ଆରଆଇ କର୍ମଚାରୀମାନେ ଜମିକୁ ମଧ୍ୟ ଚିହ୍ନଟ କରିଥିଲେ। ପରେ ଦେବୋତ୍ତର ବିଭାଗଙ୍କ ନିର୍ଦ୍ଦେଶ ଅନୁସାରେ ଏକ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଥିଲା। ଟ୍ରଷ୍ଟବୋର୍ଡ ପୋଲିସ ପ୍ରଶାସନଙ୍କୁ ମଧ୍ୟ ଏନେଇ ଅବଗତ କରିଥିଲେ। ପୋଲିସ ପ୍ରଶାସନ ତୁରନ୍ତ ସମାଧାନ କରି ପାରି ନ ଥିବାରୁ ଗ୍ରାମବାସୀ ଓ ଜବରଦଖଲକାରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଟ୍ରଷ୍ଟ ବୋର୍ଡ ଓ ଗ୍ରାମବାସୀଙ୍କ ମଧ୍ୟରେ ଜାନୁୟାରୀରେ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟବୋର୍ଡ ଓ ଗ୍ରାମବାସୀ ଏହି ଜମିକୁ ସୁନା ପୋଢ଼ ନାମକ ଜଣେ ବ୍ୟକ୍ତିଙ୍କୁ ନିଲାମରେ ଦେଇଥିଲେ। ହେଲେ ପୂର୍ବରୁ ଜବରଦଖଲ କରି ଆସୁଥିବା ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଗ୍ରାମବାସୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଜବରଦଖଲକାରୀ ବିଭିନ୍ନ ସମୟରେ ଟ୍ରଷ୍ଟବୋର୍ଡ ସଦସ୍ୟମାନଙ୍କୁ ହତ୍ୟା ଧମକ ଦେଇଥିବା ଘଟଣା ପୋଲିସରେ ଅଭିଯୋଗ ହୋଇଥିଲା। ହେଲେ ପୋଲିସ ପ୍ରଶାସନ ସମାଧାନ କରି ନ ପାରିବାରୁ ରବିବାର ସକାଳେ ଗ୍ରାମର ଶତାଧିକ ମହିଳା, ପୁରୁଷ ଏକଜୁଟ୍‌ ହୋଇ ଜଗନ୍ନାଥ ମହାପ୍ରଭୁ ଓ ଲକ୍ଷ୍ମୀନାରାୟଣ ମହାପ୍ରଭୁଙ୍କ ନାମରେ ଥିବା ୪ ଏକର ୭୨ଡେସିମିଲି ଜମିରେ ଧାନ ରୋଇଛନ୍ତି। ଏନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି। ଯେ କୌଣସି ସମୟରେ ଅଘଟଣ ଘଟିବା ଆଶଙ୍କା ଥିବାରୁ ପୋଲିସ ମୁତୟନ ପାଇଁ ସଚେତନ ମହଲରେ ଦାବି ହେଉଛି। ଏ ବିଷୟରେ ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧିକାରୀ ଗଣେଶ କଲେତଙ୍କୁ ପଚରାଯିବାରୁ ଉଭୟପକ୍ଷଙ୍କୁ ଡକାଇ ସମାଧାନ ପାଇଁ ଚେଷ୍ଟା ଚାଲିଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉନାହିଁ ବୀମାରାଶି, ଜିଲାରେ ପୁଣି…

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ବିଭିନ୍ନ ସମୟରେ ଚାଷୀମାନେ ଫସଲକ୍ଷତିର ସମ୍ମୁଖୀନ ହେଉଛନ୍ତି, ଅଥଚ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଠିକ୍‌ଭାବେ ବୀମାରାଶି…

ଅଧ୍ୟାପିକାଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ କଲେଜ ଅଧ୍ୟକ୍ଷ

ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍‌…

ମା’ ଆଖି ସାମ୍ନାରେ ବୋରୱେଲରେ ପଡ଼ିଗଲା ଶିଶୁ, ୭୦ ଫୁଟ ଗଭୀରରେ….

ଭୋପାଳ,୧୦।୪: ଉଜ୍ଜୈନଠୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ବଡ଼ନଗର ନିକଟବର୍ତ୍ତୀ ଝଲାରିଆ ଗାଁରେ ଅଘଟଣ । ତିନି ବର୍ଷର ନିର୍ଦ୍ଦୋଷ ଶିଶୁ ଏକ ବୋରୱେଲରେ ପଡ଼ିଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri