ଜଗତ୍‌ସିଂହପୁର ନିୟନ୍ତ୍ରିତ ବଜାର କମିଟିର ୪୧ତମ ଅଧିବେଶନ: ୧୨ କୋଟି ଟଙ୍କାର ବଜେଟ ଘୋଷଣା

ଜଗତ୍‌ସିଂହପୁର ଅଫିସ, ୫ା୧: ଜଗତ୍‌ସିଂହପୁର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ର ୪୧ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଆର୍‌ଏମ୍‌ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ୨୦୧୯-୨୦ ବର୍ଷ (ନଭେମ୍ବରରୁ ଅକ୍ଟୋବର) ପାଇଁ ପାଖାପାଖି ୧୨ କୋଟି ଟଙ୍କାର ବଜେଟ୍‌ (ଆୟ ଅଟକଳ) ପ୍ରସ୍ତୁତ କରାଯାଇଥିବା ଘୋଷଣା ହୋଇଛି। ଚଳିତ ବଜେଟ୍‌ରେ ବିଶେଷକରି ଚାଷୀଙ୍କୁ ଜଗତ୍‌ସିଂହପୁର ଆର୍‌ଏମ୍‌ସି କାର୍ଯ୍ୟାଳୟ ପରିସର ଜାତୀୟ କୃଷି ବଜାରକୁ ସାମଗ୍ରୀ ଆଣିବା ପାଇଁ ମାଗଣା ପରିବହନ ସୁବିଧା ଯୋଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ବୋଧେଇଠାରେ ଏକ ବ୍ଲକସ୍ତରୀୟ କୃଷି ବଜାର, ସ୍ଥାନୀୟ ହାଟବଜାରସ୍ଥିତ ଚାଟରା କୃଷକ ବଜାର ପରିସର ମାଛ ମାର୍କେଟ୍‌ ବିଲ୍ଡିଂ ନିର୍ମାଣ ଓ ରଘୁନାଥପୁର-ତାରପୁର ମଧ୍ୟରେ ଏକ ଧର୍ମକଣ୍ଟା ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି।
ବ୍ୟବସାୟୀ ଜିଲାରୁ ଯେଉଁସବୁ କୃଷିଜାତ ଦ୍ରବ୍ୟ କ୍ରୟ କରି ନେଉଛନ୍ତି ସେମାନେ ଦ୍ରବ୍ୟ ମୂଲ୍ୟର ୧%ରୁ ୨% ଆର୍‌ଏମ୍‌ସିକୁ ଦେଇଥାନ୍ତି। ଚଳିତ ବଜେଟ୍‌ରେ ଏହି ମାର୍କେଟ୍‌ ଫି ବାବଦରେ ୨,୨୫,୮୦,୦୦୦ ଟଙ୍କା ଆୟ କରାଯିବା ଲକ୍ଷ୍ୟ ରଖାଯାଇଛି। ସେହିପରି ଆର୍‌ଏମ୍‌ସିର ଚାଟରା କୃଷକ ବଜାରରେ ୪୦, କାର୍ଯ୍ୟାଳୟ ପରିସର ବଜାରରେ ୩୦, ବିରିଡ଼ି ୧୫, କଟରା ୧୦, ମାଛଗାଁ ୬, କନକପୁର ୬, ଚାଟରା କୃଷକ ବଜାର ନିକଟ କଂସେଇ ଖାନା ୧୦, ମାଛଗାଁ ମାର୍କେଟ୍‌ ୧୬, ତାରପୁର ୮ ଓ ଅରିଲୋରେ ୬ଟି ଘର ରହିଛି। ଏହିସବୁ ଘରୁ ଭଡା ଆକାରରେ ୧୧,୫୭,୭୨୦ ଟଙ୍କା ଆଦାୟ ଲକ୍ଷ୍ୟ ରହିଛି। ବର୍ଷରେ ଟେଣ୍ଡର ପେପର ବାବଦରେ ଓ ଆର୍‌ଏମ୍‌ସି ମୁଖ୍ୟ ଫାଟକ ନିକଟରେ ଥିବା ଓଜନ କଣ୍ଟାରୁ ରାଜସ୍ବ ଆଦାୟ ହେଉଛି। ଏବାବଦରେ ୫ ଲକ୍ଷ ଟଙ୍କା ଆଦାୟ ହେବ ବୋଲି ଆଶା ରଖାଯାଇଛି। ବ୍ୟାଙ୍କରେ ଆର୍‌ଏମ୍‌ସିର ବହୁ ଟଙ୍କା ଗଚ୍ଛିତ ରହୁଥିବାରୁ ସୁଧ ଆକାରରେ ବାର୍ଷିକ ୪୫ ଲକ୍ଷ ଟଙ୍କା ଆଦାୟ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ଏହିପରି ବିଭିନ୍ନ ମାଧ୍ୟମରେ ଆର୍‌ଏମ୍‌ସି ଚଳିତବର୍ଷ ୧୧,୬୮,୮୫,୬୮୩ ଟଙ୍କା ରାଜସ୍ବ ପାଇବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।
ଅନୁରୂପ ଭାବେ ଖର୍ଚ୍ଚ ଅଟକଳ ମଧ୍ୟ ହୋଇଛି। ସ୍ଥାୟୀ, ଅସ୍ଥାୟୀ କର୍ମଚାରୀଙ୍କ ଦରମା, ମରାମତି, ଓଡ଼ିଶା ରାଜ୍ୟ କୃଷି ବିପଣନ କେନ୍ଦ୍ରକୁ ୫% ସହାୟତା ବାବଦ ୧୧,୩୦,୦୦୦ ଟଙ୍କା, ଅଡିଟ୍‌ ଫି, ଆଇନଗତ ଖର୍ଚ୍ଚ, ବିଭିନ୍ନ କୃଷକ ବଜାର ମରାମତି ଆଦି ରାଜସ୍ବ ବ୍ୟୟ ୧,୩୯,୪୧,୦୬୮ ଟଙ୍କା ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏଥର ଚାଷୀଙ୍କୁ ସେମାନଙ୍କ ଦ୍ରବ୍ୟ ବିକ୍ରୟ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି। କେନ୍ଦ୍ର ସରକାର ଦେଶବ୍ୟାପୀ ଜାତୀୟ କୃଷି ବଜାର (ଇଲେକ୍ଟ୍ରୋନିକ୍‌ ନ୍ୟାସନାଲ ଏଗ୍ରିକଲ୍‌ଚରାଲ ମାର୍କେଟ୍‌)କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ବଜାରର ଉଦ୍ଦେଶ୍ୟ ହେଲା ଅନଲାଇନ୍‌ରେ ଦେଶର ଯିଏ ଯେଉଁଠୁ ଚାହିଁଲେ କୃଷିଜାତ ଦ୍ରବ୍ୟ କିଣାବିକା କରିପାରିବେ। ଅର୍ଥାତ୍‌ ଅନ୍ୟ ଏକ ରାଜ୍ୟର ବ୍ୟବସାୟୀ ଜଗତ୍‌ସିଂହପୁରରୁ ଉତ୍ପାଦିତ ସାମଗ୍ରୀ ଆର୍‌ଏମ୍‌ସି ଜରିଆରେ କିଣିପାରିବେ। ସରକାରଙ୍କ ଏହି ଯୋଜନା ଅନୁଯାୟୀ ଜଗତ୍‌ସିଂହପୁର ଆର୍‌ଏମ୍‌ସି ପକ୍ଷରୁ ଏହି କାର୍ଯ୍ୟାଳୟ ପରିସରରେ ବିଲ୍ଡିଂ କାମ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ଚାଲିଛି। ଚାଷୀ ଆର୍‌ଏମ୍‌ସିରେ ଦ୍ରବ୍ୟ ପହଞ୍ଚାଇ ସାରିଲା ପରେ ତାହା ଗ୍ରେଡେସନ୍‌ ସହ ଗଚ୍ଛିତ ରଖାଯିବ। ପରେ ଅନ୍‌ଲାଇନ୍‌ରେ ସମସ୍ତ ତଥ୍ୟ ଛଡାଯିବ। ଯେଉଁ ବ୍ୟବସାୟୀ କିମ୍ବା ବ୍ୟକ୍ତି ଚାହିଁବେ ଅନ୍‌ଲାଇନ୍‌ରେ ମାନ ସ୍ପଷ୍ଟ ସହ ଏ ବାବଦ ଅର୍ଥ ପୈଠ କରି ଦ୍ରବ୍ୟ କିଣିପାରିବେ। ଚାଷୀଙ୍କୁ ତାଙ୍କ ମୂଲ୍ୟ ମିଳିସାରିଲା ପରେ ଆର୍‌ଏମ୍‌ସି ଦ୍ରବ୍ୟ କ୍ରେତାଙ୍କ ନିକଟରୁ ପହଞ୍ଚାଇବା ଦାୟିତ୍ୱ ନେବ। ସରକାରଙ୍କ ଏଭଳି ମହତ ଯୋଜନାକୁ ସଫଳ କରିବା ପାଇଁ ଜଗତ୍‌ସିଂହପୁର ଆର୍‌ଏମ୍‌ସି ପରିସର ଜାତୀୟ କୃଷି ବଜାରରେ କିପରି ବହୁ ପରିମାଣର କୃଷିଜାତ ଦ୍ରବ୍ୟ ପହଞ୍ଚତ୍ପାରିବ ସେନେଇ ଚାଷୀଙ୍କୁ ପରିବହନ ସୁବିଧା ଯୋଗାଇ ଦିଆଯିବା ଘୋଷଣା କରାଯାଇଛି। ଚାଷୀ ସେମାନଙ୍କ ଅଞ୍ଚଳରୁ କୃଷିଜାତ ଦ୍ରବ୍ୟ ଗାଡି କରି ଆର୍‌ଏମ୍‌ସି ପରିସରରେ ପହଞ୍ଚତ୍ଲା ପେର ଗାଡି ଭଡା ଯୋଗାଇ ଦିଆଯିବ। ଏହାବାଦ୍‌ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ୩,୧୨,୨୨,୧୨୩ ଟଙ୍କା ବ୍ୟୟ ଲକ୍ଷ୍ୟ ରଖାଯାଇଛି। ଏହି ଅର୍ଥ ମଧ୍ୟରୁ ୧ମ ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ବୋଧେଇଠାରେ ବ୍ଲକସ୍ତରୀୟ କୃଷି ବଜାର ନିର୍ମାଣ କାମ ଆରମ୍ଭ ହେବ। ଚାଟରା କୃଷକ ବଜାରରେ ଖୋଲା ମାଛ ମାର୍କେଟ୍‌ର ଉନ୍ନତିକରଣ କରାଯିବ। ୧ମ ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କାରେ ୧୫ଟି କୋଠରୀ ନିର୍ମାଣ ହେବ। ପରେ ଅବଶିଷ୍ଟ ୧୫ଟି ହେବ। ରଘୁନାଥପୁର-ତାରପୁର ମଧ୍ୟରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଧର୍ମକଣ୍ଟା ସ୍ଥାପନ ହେବ। ଏଥିସହ ବୃକ୍ଷରୋପଣ, ଧାନ କ୍ରୟ ଯନ୍ତ୍ରପାତି ଆଦି କ୍ରୟ ହେବ। ଉପଜିଲାପାଳ ତଥା ଆର୍‌ଏମ୍‌ସି ଅଧ୍ୟକ୍ଷ ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଉପସଭାପତି ଦୀପ୍ତି ଦାଶ, ସଭ୍ୟ ଅମରେନ୍ଦ୍ର ଦାସ, ବିପ୍ଳବ ଚୌଧୁରୀ, ମନୋଜ ଭୋଇ, ମଧୁସୂଦନ ସାହୁ ଓ ଲାଲା ସଂଗ୍ରାମ କେଶରୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଆର୍‌ଏମ୍‌ସି ସମ୍ପାଦକ ସୂର୍ଯ୍ୟକାନ୍ତ ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri