ଜଗତ୍‌ସିଂହପୁର ଜିଲା ପ୍ରାଥମିକ ବିଦ୍ୟାଳୟ କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି

ଜଗତ୍‌ସିଂହପୁର ଅଫିସ, ୭ା୧: କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟାଳୟସ୍ତରରେ କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏହି ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ପାଇଁ କ୍ରୀଡ଼ା ଅନୁଦାନ ଯୋଗାଯାଇଛି। ଏହି ଅନୁଦାନରେ ବିଦ୍ୟାଳୟଗୁଡିକ ବିଭିନ୍ନ ପ୍ରକାର କ୍ରୀଡା ସାମଗ୍ରୀ କ୍ରୟ କରିବାକୁ ନିର୍ଦ୍ଦେଶ ରହିଛି। କେନ୍ଦ୍ର ସରକାର ଅନୁଦାନ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି (ଓସେପା) ପ୍ରତି ଜିଲାକୁ ଅନୁଦାନ ଯୋଗାଇ ଦେଇଛି। ଏହି ଅନୁଯାୟୀ ଜଗତ୍‌ସିଂହପୁର ଜିଲାର ୧,୨୫୩ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୭୫,୭୫,୦୦୦ ଟଙ୍କା ଅନୁଦାନ ଆସିଛି। କିନ୍ତୁ ଏଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ନିର୍ଦ୍ଦେଶ ମୁତାବକ ପ୍ରାଥମିକ ବିଦ୍ୟାଳୟ ପିଛା ୫ ହଜାର ଓ ଉଚ୍ଚ ପ୍ରାଥମିକ ପିଛା ୧୦ ହଜାର ଟଙ୍କା ଦିଆଯାଇଛି।
ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତି ବିଦ୍ୟାଳୟ ଆକାଉଣ୍ଟକୁ ଅନୁଦାନ ରାଶି ଯୋଗାଇ ଦିଆଯାଇଛି। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ଖେଳ ସାମଗ୍ରୀ କିଣିବା ପାଇଁ ଚିଠି କରାଯାଇଛି। ବିଦ୍ୟାଳୟଗୁଡିକ ହ୍ୟାଣ୍ଡବଲ୍‌, ଲୁଡୁ ପାଲି, ଚେସ୍‌, ସଟ୍‌ଫୁଟ୍‌, ବ୍ୟାଡମଣ୍ଟନ, ଭଲି ବଲ, ଜାଭଲିନ୍‌, ହାଣ୍ଡବଲ୍‌, କ୍ରିକେଟ୍‌ ସେଟ୍‌, କ୍ୟାରମ୍‌ ବୋର୍ଡ ଆଦି ମଧ୍ୟରୁ ସେମାନଙ୍କ ପସନ୍ଦର ସାମଗ୍ରୀ କ୍ରୟ କରିପାରିବେ। କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦିଷ୍ଟ ସପ୍ଲାୟରଙ୍କଠାରୁ ଏସବୁ ସାମଗ୍ରୀ କିଣିବା ପାଇଁ ପ୍ରବର୍ତ୍ତାଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ କେତେଜଣ ଶିକ୍ଷକ ସେମାନଙ୍କ ନାମ ଗୋପନ ରଖି କହିଛନ୍ତି, ସିଆର୍‌ସିସିମାନଙ୍କ ଜରିଆରେ ନିର୍ଦ୍ଦିଷ୍ଟ ଦୋକାନରୁ ସାମଗ୍ରୀ କିଣିବା ପାଇଁ କୁହାଯାଇଥିଲା। ଯଦି କେହି ନିଜ ପସନ୍ଦର ଦୋକାନରୁ କିଣନ୍ତି ତେବେ ଆଗକୁ ଅଡିଟ୍‌ କିମ୍ବା ଅନ୍ୟ କିଛି ଅସୁବିଧା ହେଲେ ସେତେବେଳେ ସହଯୋଗ ମିଳିବ ନାହିଁ ବୋଲି ପରୋକ୍ଷ ଚେତାବନୀ ଦିଆଯାଇଥିଲା। ଏହି ଭୟରେ ଅଧିକାଂଶ ବିଦ୍ୟାଳୟ ସିଆର୍‌ସିସିମାନଙ୍କ କଥାରେ ରାଜି ହୋଇ ଯାଇଥିଲେ। ବିଦ୍ୟାଳୟଗୁଡିକ କିଣିଥିବା ବିଲ୍‌ ଅନୁଧ୍ୟାନ କରାଗଲେ ବାସ୍ତବ ଚିତ୍ର ପଦାକୁ ଆସିବ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଜିଲାରେ ଥିବା ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକ ମଧ୍ୟରୁ ପାଖାପାଖି ୭୦ ଭାଗରେ ଖେଳ ପଡିଆ ନାହିଁ। ଏପରି କି କାଗଜପତ୍ରରେ କେତେକ ବିଦ୍ୟାଳୟର ଖେଳ ପଡିଆ ଦର୍ଶାଯାଉଥିଲେ ସୁଦ୍ଧା ବାସ୍ତବ କ୍ଷେତ୍ରରେ ତାହା ନାହିଁ। ଏପରି କି ଜିଲା ମୁଖ୍ୟାଳୟରେ ଥିବା ଏକାଧିକ ବିଦ୍ୟାଳୟରେ ଖେଳ ପଡିଆ ନ ଥିବାରୁ ଛାତ୍ରୀଛାତ୍ର ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ସୁଯୋଗରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଗୁଣାବତ୍ତା ନ ପରଖି ଯେନତେନ ପ୍ରକାରେଣ ଅର୍ଥାତ୍‌ ଶସ୍ତାରେ ଖେଳ ସାମଗ୍ରୀ କିଣୁଥିବା କୁହାଯାଉଛି। କାରଣ ଏହି ସାମଗ୍ରୀ ବ୍ୟବହାର ହେବାର ସମ୍ଭାବନା କମ ଥିବାରୁ ବିଦ୍ୟାଳୟ, ସିଆର୍‌ସିସି ଓ ଡିପିସି ସପ୍ଲାୟର୍ସଙ୍କ ସହ ସଲାସୁତୁରାରେ ଅଧିକ ଟଙ୍କାର ବିଲ୍‌ କରି ବେସ୍‌ କିଛି ଅର୍ଥ ହାତେଇବାକୁ ସକ୍ଷମ ହୋଇଥିବା ଅଭିଯୋଗ ହୋଇଛି। ତବେ ଏ ଦିଗରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି। ଏସମ୍ପର୍କରେ ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକ ସପନ କୁମାର ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ବିଦ୍ୟାଳୟଗୁଡିକ ସେମାନଙ୍କ ପସନ୍ଦର ଦୋକାନରୁ ସାମଗ୍ରୀ କିଣିବାକୁ ଚିଠି କରାଯାଇଥିଲା। ଏଥିରେ କୌଣସି ଦୁର୍ନୀତି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

ଭଲ ଡ୍ରାଇଭିଂ ରେକର୍ଡ ଥିଲେ ଚାଳକଙ୍କୁ ମିଳିବ ଏହି ଉପହାର, ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ: ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୯।୯: ରାସ୍ତାରେ ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ଆସୁଛି ବଡ଼ ଝଟ୍‌କା। ଏଣିକି କେବଳ ଚାଲାଣ କାଟି ଛାଡ଼ି ଦିଆଯିବ ନାହିଁ।…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri