ଛୋଟ ସହରରେ ଚାଲିବ ମେଟ୍ରୋଲାଇଟ୍‌ ଟ୍ରେନ୍‌

ନୂଆଦିଲ୍ଲୀ,୨୨ା୭: ମେଟ୍ରୋ ଟ୍ରେନ ପ୍ରଚଳନର ସଫଳତାକୁ ଦୃଷ୍ଟିରେ ରଖି ଛୋଟ ସହରରେ ଅର୍ବାନ୍‌ ରେଲ୍‌ ଟ୍ରାଞ୍ଜିଟ୍‌ ସିଷ୍ଟମ ‘ମେଟ୍ରୋଲାଇଟ୍‌’ ଟ୍ରେନ ଚଳାଇବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ମାତ୍ର ୨୫ କିମି ବେଗରେ ଗତି କରିପାରୁଥିବା ଏହି ଟ୍ରେନ୍‌ରେ ମାତ୍ର ୩ କୋଚ୍‌ ରହିବ।
ସଡ଼କ ତଥା ମାଟି ଉପରେ ନିର୍ମାଣ ହେବାକୁ ଥିବା ମେଟ୍ରୋଲାଇଟ୍‌ ଟ୍ରେନକୁ ନେଇ କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିନିର୍ଦ୍ଦିଷ୍ଟ ବିବରଣୀ ମାନଦଣ୍ଡ ଜାରି କରାଯାଇଛି। ମନ୍ତ୍ରଣାଳୟର କହିବାନୁସାରେ ମେଟ୍ରୋଲାଇଟ୍‌ ଟ୍ରେନ ଅନ୍ୟ ମେଟ୍ରୋ ସିଷ୍ଟମଠାରୁ କମ ମୂଲ୍ୟରେ ବିକଶିତ ହୋଇପାରିବ। ଏହା ଉଚ୍ଚ କ୍ଷମତାଯୁକ୍ତ ମେଟ୍ରୋର ଫିଡର ସିଷ୍ଟମ ଭାବେ କାର୍ଯ୍ୟ କରିପାରିବ। ଜାତୀୟ ରାଜପଥରେ ଭିଡ଼କୁ ହ୍ରାସ କରିବା କ୍ଷେତ୍ରରେ ମେଟ୍ରୋଲାଇଟ ଟ୍ରେନ ମୁଖ୍ୟ ଭୂମିକା ନେଇପାରିବ। ଏହାର ନିର୍ମାଣ ଲାଗି ମେଟ୍ରୋ ଟ୍ରେନ ଭଳି ବିଶାଳ ଖର୍ଚ୍ଚ କରିବାକୁ ପଡିବ ନାହିଁ। ସଡ଼କ ପରିବହନ କ୍ଷେତ୍ରରେ ଏହା ପାରମ୍ପରିକ ଗାଡ଼ିର ବିକଳ୍ପ ହୋଇପାରିବ। ୩ କୋଚ୍‌ ବିଶିଷ୍ଟ ଏହି ଟ୍ରେନ୍‌ରେ ସର୍ବାଧିକ ୩୦୦ ଯାତ୍ରୀ ଯାଇପାରିବେ। ଅର୍ବାନ ରେଲ୍‌ ଟ୍ରାଞ୍ଜିଟ୍‌ ସିଷ୍ଟମ ନିର୍ମାଣ ଲାଗି ରାଜ୍ୟ ସରକାରଗୁଡ଼ିକୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। ଜାତୀୟ ରାଜପଥ କଡ଼ରେ ମେଟ୍ରୋଲାଇଟ ଟ୍ରେନ୍‌ ପାଇଁ ସ୍ବତନ୍ତ୍ର ରେଳ ଟ୍ରାକ୍‌ ନିର୍ମାଣ କରାଯିବ। ସଡ଼କ ପଥରେ ଟ୍ରାଫିକ ଭିଡଠାରୁ ଏହାକୁ ଦୂରେଇ ରଖିବା ଲାଗି ରେଳ ଟ୍ରାକ୍‌ର ଦୁଇକଡରେ ଲୌହ ବାଡ଼ ଦିଆଯିବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ବଡ଼ ବଡ଼ ସହରରେ ଯାତାୟାତ ପାଇଁ ମେଟ୍ରୋ ଟ୍ରେନ ବ୍ୟବସ୍ଥା ନିର୍ମାଣ କରାଯାଉଛି। ଏଥିପାଇଁ ଅଧିକ ବ୍ୟୟଭାର ବହନ କରିବାକୁ ପଡୁଛି। ଅଧିକ ଟ୍ରେନ ଯାତ୍ରୀଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ମେଟ୍ରୋ ଟ୍ରେନ ପ୍ରକଳ୍ପ ନିର୍ମାଣ କରାଯାଉଛି। ବିଭିନ୍ନ ସହରରେ ମେଟ୍ରୋ ଟ୍ରେନ ଚଳାଚଳର ସଫଳତାରେ ଉତ୍ସାହିତ କେନ୍ଦ୍ର ସରକାର ଏବେ ଛୋଟ ଛୋଟ ସହରରେ ମେଟ୍ରୋଲାଇଟ ଟ୍ରେନ ପ୍ରଚଳନ ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ସାଧାରଣ ନିର୍ବାଚନ ବେଳେ ଭାଜପା ଏହାର ନିର୍ବାଚନୀ ଇସ୍ତାହାରରେ ଦେଶର ୫୦ ସହରକୁ ମେଟ୍ରୋ ନେଟ୍‌ଓ୍ବର୍କ ସହ ଯୋଡାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ମେଟ୍ରୋଲାଇଟ୍‌ ବ୍ୟବସ୍ଥାରେ ଆଶ୍ରୟ ପ୍ଲାଟଫର୍ମ ନିର୍ମାଣ କରାଯିବ। ଏଥିରେ କୌଣସି ଏଏଫ୍‌ସି ଗେଟ୍‌, ପ୍ଲାଟଫର୍ମ ସ୍କ୍ରିନ ଡୋର୍‌, ଏକ୍ସ-ରେ ଏବଂ ବ୍ୟାଗେଜ ସ୍କାନର ରହିବ ନାହିଁ। ଟ୍ରେନ୍‌ର କୋଚ୍‌ ଏବଂ ସେଲ୍‌ଟର ପ୍ଲାଟଫର୍ମରେ ହିଁ ଟିକେଟ ଭାଲିଡେଟର ରହିବେ। ଏନ୍‌ସିଏମ୍‌ସି/ଅନ୍ୟାନ୍ୟ ଟିକେଟ ବ୍ୟବସ୍ଥା ଆପଣାଯିବ। ଯେକୌଣସି ସମୟରେ ଚେକିଂ କରାଯାଇ ବିନା ଟିକେଟ ଯାତ୍ରୀଙ୍କ ଠାରୁ ଭାରିମାତ୍ରାରେ ଜରିମାନା ଆଦାୟ କରାଯିବ। ଏଲିଭେଟେଡ ମେଟ୍ରୋଲାଇନ ସିଷ୍ଟମ ଯୋଜନା ସେତେବେଳେ କାମ କରାଯିବ ଯେତେବେଳେ ଆଟ୍‌ ଗ୍ରେଡ ପ୍ରଣାଳୀ ଲାଗୁ କରିବା ସମ୍ଭବ ନ ହେବ। କାର୍‌ ସଂରଚନା ସାମଗ୍ରୀ ଷ୍ଟେନଲେସ୍‌ ଷ୍ଟିଲ୍‌ ଅଥବା ଆଲୁମିନିୟମର ହେବ। ମେଟ୍ରୋଲାଇଟ୍‌ ଟ୍ରେନର ସର୍ବାଧିକ ଗତି ଘଣ୍ଟାପ୍ରତି ୬୦ କିମି ହେବ। ଯେକୌଣସି ମାମଲାରେ ଅନ୍‌ ବୋର୍ଡ ସିଗନାଲିଂ ବିଫଳ ହେବା କ୍ଷେତ୍ରରେ ଟ୍ରେନ୍‌ର ଗତିକୁ ଘଣ୍ଟା ପ୍ରତି ୨୫ କିମିକୁ ସୀମିତ କରାଯିବ। ସଡ଼କରେ ଟ୍ରେନ ଚଳାଚଳ ସମ୍ଭବ ନ ହେଲେ ମାଟିଠାରୁ ଉଚ୍ଚରେ ଏଭଳି ଟ୍ରେନ ଚଳାଚଳ ପାଇଁ ବିଚାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri