ଛୋଟ ପିଲା ଭାବି ଇଣ୍ଡଷ୍ଟ୍ରିରେ ମୋତେ ଗୁରୁତ୍ୱ ଦେଉ ନ ଥିଲେ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ମାପିଚୁପି କଥା କହୁ ନ ଥିବା କଳାକାରଙ୍କ ମଧ୍ୟରୁ ବଲିଉଡ୍‌ ଅଭିନେତା ରିଷି କପୁର ଅନ୍ୟତମ। ବଲିଉଡ୍‌ ହେଉ କି ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ସେ ସ୍ପଷ୍ଟବାଦୀ କଥା କହିବାରେ ବିଶ୍ୱାସ ରଖନ୍ତି। ପୂର୍ବରୁ କେବଳ ରୋମାନ୍ସ ପାଇଁ ବେଶ୍‌ ଜଣାଶୁଣା ଥିବା ରିଷି ଏବେ ସବୁ ଚରିତ୍ରରେ ନିଜକୁ ଖାପଖୁଆଇ ନେଇଛନ୍ତି। ଦୁଇ ପୀଢ଼ି ମଧ୍ୟରୁ ତାଙ୍କର ସେକେଣ୍ଡ ଇନିଂସ୍‌କୁ ରିଷି ସବୁଠାରୁ ଭଲ ବୋଲି କୁହନ୍ତି। କାରଣ ପୁର୍ବରୁ ସେ ବଲିଉଡ୍‌ ଫିଲ୍ମରେ କେବଳ ଡ୍ୟାନ୍ସ କରିବା ସହ ଗୀତ ଗାଉଥିଲେ। ବଲିଉଡ୍‌ରେ କେହି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ଦେଉ ନ ଥିବା ବେଳେ ଛୋଟ ପିଲା ଭାବି କେହି ଗମ୍ଭୀରତାର ସହ ମଧ୍ୟ ନେଉ ନ ଥିଲେ। ବିବାହ ପରେ ବି ସମସ୍ତେ ମୋତେ ଛୋଟ ପିଲା ଭାବୁଥିଲେ ଏବଂ କହୁଥିଲେ ଇଣ୍ଟରଭାଲ ପରେ ବଡ଼ ହୋଇଯିବ। ତେବେ ଉକ୍ତ ୧୦-୧୫ ବର୍ଷ ମଧ୍ୟରେ ତାଙ୍କୁ ସୁହାଇଲା ଭଳି ବା ଭଲ ଚରିତ୍ର ମିଳିପାରିଛି ବୋଲି ରିଷି କହିଛନ୍ତି। ଗତ କିଛି ବର୍ଷରୁ ସେ ଅଗ୍ନୀପଥ, କପୁର ଆଣ୍ଡ ସନସ୍‌ ଭଳି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଛି। ପୂର୍ବପରି ମୋତେ ଆଉ ଡ୍ୟାନ୍ସ, ରୋମାନ୍ସ କି ରୋମାଣ୍ଟିକ ଫିଲ୍ମ ମିଳୁନାହିଁ। ତେବେ ନିକଟରେ ରିଷି ଆଉ ଏକ ନୂଆ ପ୍ରୋଜେକ୍ଟେରେ କାମ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି। ଆକ୍ସନ, ଥ୍ରିଲର ଫିଲ୍ମ ‘ଦ ବଡି’ ରେ ସେ ଏକ ଭିନ୍ନ ଚରିତ୍ରରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ଜୁଆରରେ ସମୁଦ୍ର ଅଶାନ୍ତ, ଲୀନ ହେବାକୁ ବସିଛି ମା’ଙ୍କ ମନ୍ଦିର

ଗଞ୍ଜାମ,୧୭ା୬(ବିଦ୍ୟାଧର ସାହୁ): ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର। ଜଳ ଲହଡ଼ିରେ ଗଞ୍ଜାମ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ କ୍ଷୟ ହେବାରେ ଲାଗିଛି। ପାଳିବନ୍ଧ…

ସାମନ୍ଥାଙ୍କୁ ‘I LOVE YOU’ କହିବାକୁ ମନା କଲେ ସ୍ବାମୀ: ମଞ୍ଚ ଉପରେ ଘଟିଲା…

ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ଆଗାମୀ ଫିଲ୍ମ ‘ମା ଇଣ୍ଟି ବାଙ୍ଗାରମ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହା ଖୁବଶୀଘ୍ର ସିନେମା ହଲରେ ଆସିବାକୁ ଯାଉଛି। ଯଦିଓ…

ସମସ୍ତଙ୍କ ଆଗରେ ମେଲୋନିଙ୍କୁ କିସ୍‌ କରୁଥିଲେ ଜେଲେନସ୍କି, ଆଉ ତା’ ପରେ… ଭାଇରାଲ ଭିଡିଓକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା!

ନୂଆଦିଲ୍ଲୀ,୧୭।୬: ଫ୍ରାନ୍ସର ଡୋଭିଲ-ଲେ-ବ୍ୟାନ୍ସ (Deauville-les-Bains) ସହରରେ ଜି-୭ (G7) ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି। ଜି-୭ ସମୂହରେ ବିଶ୍ୱର ସାତଟି ପ୍ରମୁଖ ଅର୍ଥବ୍ୟବସ୍ଥା ଏକାଠି ଅଛନ୍ତି, ଯେଉଁଥିରେ…

ଆର୍‌ଟିଓ ଅଫିସରେ ନାଗସାପ, ଜାଲରେ ପଡ଼ିଲା ବିରାଟକାୟ ବୋଡ଼ା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ବର୍ଷା ପାଇଁ ସାପ ଗାତ ଭିତରୁ ବାହାରି ଘର ଭିତରକୁ ବେଳେବେଳେ ଚାଲି ଆସୁଛନ୍ତି। ବୁଧବାର ଗଞ୍ଜାମ ଜିଲାର ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ…

ନଦୀକୁ ଖସିଲା ଚାଉଳ ବୋଝେଇ ଟ୍ରକ୍‌, ଡ୍ରାଇଭର ଡେଇଁପଡ଼ିବାରୁ…

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ଗ୍ରାମ ନିକଟ ନଦୀପୋଲ ଉପରୁ ଏକ ଚାଉଳ ବୋଝେଇ ଗାଡ଼ି ବୁଧବାର ଓଲଟି ପଡ଼ିବାରୁ ୫…

ସ୍କୁଲଛୁଟିକୁ ନେଇ ବଡ଼ ଘୋଷଣା କଲେ ସରକାର, ସାରା ରାଜ୍ୟରେ ୨୪ଜୁନ ଯାଏ…

ଲକ୍ଷ୍ନୌ,୧୭।୬: ରାଜ୍ୟର ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ କ୍ରମାଗତ ଲୁ (ଗରମ ପବନ)କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର…

ଶୀତଳ ଷଷ୍ଠୀ ପାଇଁ ଜୁନ୍ ୨୦ରେ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ

ସମ୍ବଲପୁର, ୧୭/୬ (ପ୍ରମୋଦ ବହିଦାର): ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶକ୍ରମେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର (ଆରଡିସି) କାର୍ଯ୍ୟାଳୟ ପକ୍ଷରୁ ୨୦୨୬ କ୍ୟାଲେଣ୍ଡର ବର୍ଷ…

ବଡ଼ିଲା ସ୍କୁଲ ଛୁଟି ଅବଧି: ଏହି ଜିଲାରେ ୨୦ ଯାଏ …

ସୋନପୁର,୧୭।୬(ମୃତ୍ୟୁଞ୍ଜୟ ଶତପଥୀ): ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲା  ପ୍ରଶାସନ ପକ୍ଷରୁ ସ୍କୁଲ ଓ କଲେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri