ଛୁଟିଦିନରେ ବି ନେତାଜୀ ସଂଗ୍ରହାଳୟ ଖାଁ ଖାଁ

ପୁରୀ ଅଫିସ,୨୦।୧: ଦୀର୍ଘ ୩ ବର୍ଷ ଧରି ଅଦାଲତି ବିବାଦରେ ଛନ୍ଦି ହେବା ପରେ ଗତବର୍ଷ ଜାନୁୟାରୀ ୧୫ରେ ଲୋକାର୍ପିତ ହୋଇଥିଲା ନେତାଜୀ ସଂଗ୍ରହାଳୟ। ଇତିମଧ୍ୟରେ ସଂଗ୍ରହାଳୟ ଖୋଲାଯିବାକୁ ବର୍ଷେ ବିତିଯାଇଛି। କିନ୍ତୁ ଏବେ ବି ଏଠାକୁ ପର୍ଯ୍ୟଟକଙ୍କ ଆଗମନ ସ୍ବାଭାବିକ ହୋଇପାରି ନାହିଁ। କେବେ କେମିତି ହାତଗଣତି ପର୍ଯ୍ୟଟକ ସଂଗ୍ରହାଳୟ ବୁଲି ଆସୁଛନ୍ତି। ଭାରତର ସ୍ବାଧୀନତା ସଂଗ୍ରାମର ଅଦ୍ୱିତୀୟ ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି ବହନ କରୁଥିବା ଏହି ସଂଗ୍ରହାଳୟ ପରିସର ଅନେକ ସମୟରେ ଖାଁ ଖାଁ ରହୁଛି। ରବିବାର ଛୁଟିଦିନ ଥିବା ସତ୍ତ୍ବେ କୌଣସି ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳି ନ ଥିଲା। ପୁରୀ ସହରକୁ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଆସୁଛନ୍ତି। ନିକଟ ବେଳାଭୂମି ବୁଲୁଛନ୍ତି। କିନ୍ତୁ ସଂଗ୍ରହାଳୟକୁ ଆସୁନାହାନ୍ତି। ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଏବଂ ସଂଗ୍ରହାଳୟ ସମ୍ପର୍କରେ ପ୍ରଚାର ପ୍ରସାର ଅଭାବରୁ ଏପରି ସ୍ଥିତି ଉପୁଜୁଥିବା କହିଛନ୍ତି ଉତ୍କଳ ବିକାଶ ଯୁବ ପରିଷଦର ସଭାପତି ଦେବୀ ପ୍ରସାଦ ପୃଷ୍ଟି।
ସଂଗ୍ରହାଳୟକୁ ଲୋକାର୍ପଣ କରି ତତ୍କାଳୀନ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଥିଲେ, ଏହା ନିଶ୍ଚିତ ଭାବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ, ବିଶେଷକରି ଅଧିକ ସଂଖ୍ୟାରେ ବଙ୍ଗୀୟ ପର୍ଯ୍ୟଟକ ଏଠାକୁ ଆସିବେ। ଆମ ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ। ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ, ନେତାଜୀଙ୍କ ସ୍ମୃତିକୁ ବହନ କରୁଥିବା ଏହି ସଂଗ୍ରହାଳୟ ଖୋଲିବା ନିଶ୍ଚିତ ରାଜ୍ୟବାସୀଙ୍କ ପାଇଁ ଖୁସିର କଥା। ବିଶେଷକରି ପୁରୀ ପର୍ଯ୍ୟଟନ ମାନଚିତ୍ରରେ ଆଉ ଏକ ସଫଳ ଫର୍ଦ୍ଦ ଯୋଡ଼ି ହୋଇଗଲା। ଏଠାକୁ ମଧ୍ୟ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବେ। କିନ୍ତୁ ସେମିତି ଚିତ୍ର ଦେଖିବାକୁ ମିଳୁନି। ୨୦୧୯ ଜାନୁୟାରୀ ୧୫ ପ୍ରଥମ ଦିନ ୧୭ ଜଣ ଆସିଥିଲେ। ଏହାପରେ କେବେ କେବେ ୩୦/୩୫ଜଣ ଆସିଥିବା ବେଳେ ଦିନେ ଦିନେ ଜଣେ ହେଲେ ବି ପର୍ଯ୍ୟଟକ ଆସି ନ ଥାନ୍ତି। ଏଠାରେ ଜଣ ପିଛା ଟିକେଟର ଦାମ୍‌ ୧୦ ଟଙ୍କା ରହିଥିବା ବେଳେ ସଂଗ୍ରହାଳୟର ରକ୍ଷଣାବେକ୍ଷଣ ଲାଗି ୪ ଜଣ କର୍ମଚାରୀ ଆଉଟ୍‌ସୋର୍ସିଂ ଭାବେ ରହିଛନ୍ତି। କର୍ମଚାରୀ ସଞ୍ଜୟ ମହାନ୍ତିଙ୍କ ସୂଚନା ମୁତାବକ, ସର୍ବାଧିକ ଗତ ଡିସେମ୍ବରରେ ଗୋଟିଏ ଦିନ ୫୫ ଜଣ ପର୍ଯ୍ୟଟକ ଆସିଥିଲେ। ହାରାହାରି ଦେଖିଲେ ୨୦ରୁ ୨୫ ଜଣ ଆସୁଛନ୍ତି।
ଉତ୍କଳ ବିକାଶ ଯୁବ ପରିଷଦ ପକ୍ଷରୁ ନେତାଜୀ ସୁଭାଷ ଜନ୍ମମାଟି ଯାତ୍ରା ଏବଂ ତିନିଦିନିଆ ନେତାଜୀ ସୁଭାଷ ଉତ୍ସବ ପାଳନ ପରିପ୍ରେକ୍ଷୀରେ ରବିବାର ଅଭିଯାତ୍ରୀ ଦଳ ପୁରୀ ଆସିଥିଲେ। ସେମାନେ ସୁଭାଷ ବୋଷ ଛକସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଂଗ୍ରହାଳୟ ଆସିଥିଲେ। ମାତ୍ର ଛୁଟିଦିନ ସତ୍ତ୍ବେ ଜଣେ ହେଲେ ବି ପର୍ଯ୍ୟଟକଙ୍କୁ ନ ଦେଖି ଉଦ୍‌ବେଗ ପ୍ରକାଶ କରିଥିଲେ ସଭାପତି ପୃଷ୍ଟି। ସେ କହିଥିଲେ, ଉଭୟ କଟକ ଜନ୍ମପୀଠ ହେଉ ଅବା ପୁରୀର ସଂଗ୍ରହାଳୟ ପ୍ରତି ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ରହୁଛି। ଉପଯୁକ୍ତ ପ୍ରଚାର ପ୍ରସାର କରାଯାଉ ନ ଥିବାରୁ ପର୍ଯ୍ୟଟକମାନେ ଜାଣିପାରୁ ନାହାନ୍ତି। ପ୍ରତ୍ୟହ ଶ୍ରୀମନ୍ଦିର ଏବଂ ବେଳାଭୂମିକୁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଏଠାକୁ ନ ଆସିବା ନିଶ୍ଚିତ ଦୁର୍ଭାଗ୍ୟଜନକ ବିଷୟ। ଏଥିପ୍ରତି ସମସ୍ତଙ୍କୁ ସଚେତନ ହେବାକୁ ପଡିବ। ନେତାଜୀଙ୍କ ସମ୍ପର୍କରେ ଜାଣିବା ପାଇଁ ସଂଗ୍ରହାଳୟରେ ଯଥେଷ୍ଟ ସ୍ମୃତି ରହିଛି ବୋଲି ପୃଷ୍ଟି କହିଛନ୍ତି।

ସଂଗ୍ରହାଳୟରେ କ’ଣ ରହିଛି
ସଂଗ୍ରହାଳୟ ପରିସରରେ ଏକ ସୋଭେନିୟର ଶପ୍‌ ରହିଛି। ସେଠାରେ ନେତାଜୀଙ୍କ ସମ୍ପର୍କିତ ଫଟୋ, ମାଗାଜିନ ଆଦି ଉପଲବ୍ଧ ହେଉଛି। ତଳ ମହଲାରେ ରାଜନୈତିକ ଓ ଆଇଏନ୍‌ଏ ଗ୍ୟାଲେରି, ଆଦ୍ୟ ଜୀବନ ଗ୍ୟାଲେରି, ଶିଶୁ ପ୍ରମୋଦ କକ୍ଷ ରହିଛି। ରାଜନୈତିକ ଓ ଆଇଏନ୍‌ଏ ଗ୍ୟାଲେରିରେ ଆଜାଦ୍‌ ହିନ୍ଦ୍‌ ଫୌଜର ଡାକଟିକଟ, ନ୍ୟାଶନାଲ ସାର୍ଟିଫିକେଟ ଏବଂ ଇଣ୍ଡିଆନ ନ୍ୟାଶନାଲ ଆର୍ମି (ଆଇଏନ୍‌ଏ)ର ବହୁ ବିରଳ ଫଟୋ ସ୍ଥାନିତ ହୋଇଛି। ନେତାଜୀଙ୍କ ଝିଅ ଅନୀତା ବୋଷ ୧୯୬୧ ଜାନୁୟାରୀ ୧୨ରେ ଶ୍ରୀମନ୍ଦିରକୁ ଆସିଥିଲେ। ସେହି ସମୟରେ ଉତ୍ତୋଳିତ ଫଟୋ ଚିତ୍ରକୁ ଖବରଦାତା ସ୍ବର୍ଗତ ପ୍ରଫୁଲ୍ଲ ମହାନ୍ତିଙ୍କ ପରିବାର ପକ୍ଷରୁ ନେତାଜୀ ମ୍ୟୁଜିୟମ ଲାଗି ଇନ୍‌ଟାକକୁ ପ୍ରଦାନ କରାଯାଇଥିଲା। ଉକ୍ତ ଫଟୋଚିତ୍ର ମ୍ୟୁଜିୟମ୍‌ର ଆଦ୍ୟ ଜୀବନ ଗ୍ୟାଲେରିରେ ସ୍ଥାନିତ ହୋଇଛି। ଏହାସହିତ ନେତାଜୀଙ୍କ ବହୁ ବିରଳ ଫଟୋଚିତ୍ର ସ୍ଥାନିତ କରାଯାଇଛି। ସେହିପରି ମ୍ୟୁଜିୟମ୍‌ର ଶିଶୁ ପ୍ରମୋଦ କକ୍ଷ ଆକର୍ଷଣୀୟ ହୋଇଛି। ଶିଶୁମାନେ ଯେଭଳି ନେତାଜୀଙ୍କ ସମ୍ପର୍କରେ ଜାଣିପାରିବେ ଏବଂ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବେ ସେନେଇ ବ୍ୟବସ୍ଥା କରାଯାଇଛି। ଉପର ମହଲାରେ ନେତାଜୀଙ୍କ ପଠନଶାଳା, ସମ୍ମିଳନୀ କକ୍ଷ, କୋଠରି, ଶୟନକକ୍ଷ, ପାରିବାରିକ କୋଠରି ଆଦି ରହିିଛି। ଏହିସବୁ ଐତିହ୍ୟ କୋଠରିରେ ବ୍ରିଟିଶ ଅମଳର କାଠ ପଲଙ୍କ, ଚୌକି, ଆଲମାରି, ନେତାଜୀଙ୍କ ବ୍ୟବହୃତ ପୋଷକ ରଖାଯାଇଛି। ଏହାବ୍ୟତୀତ ଗାନ୍ଧିଜୀ ଏବଂ ଅନ୍ୟ ନେତାଙ୍କ ସହ ପରାମର୍ଶ, ଆଲୋଚନା ଓ ନେତାଜୀ ଲେଖିଥିବା କେତେକ ଆବେଗପୂର୍ଣ୍ଣ ଚିଠି ମଧ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri