ଅନୁଗୋଳ ଅଫିସ, ୩।୧୦ – ଇଞ୍ଜେକସନ ନେବାବେଳେ ଅଣ୍ଟାରେ ଛୁଞ୍ଚି ଭାଙ୍ଗି ରହିଯାଇଥିବା ତାଳଚେର କଣ୍ଢାଳ ପଞ୍ଚାୟତ ବାଲୁଗଁ। ର ଜଣେ ୫ ବର୍ଷିୟା ଶିଶୁ କନ୍ୟା ବୁଧବାର ସକାଳେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ସର୍ଜରୀ ସ୍ପେଶାଲିଷ୍ଟ ତଥା ଏଡିଏମ୍ଓ (ମେଡ଼ିକାଲ) ଲକ୍ଷ୍ମୀ ନାରାୟଣ ବିଶୋଇ ତାଙ୍କ ଚିକିତ୍ସା କରିଥିଲେ। ଏପରି କି ଅନୁଗୋଳ ଓ କଟକରେ ଥିବା ଘରୋଇ ମେଡିକାଲରେ ଶିଶୁ କନ୍ୟାର ଅଣ୍ଟାରେ ଅସ୍ତ୍ରୋପଚାର କରାଯାଇଥିବା ବେଳେ ସେହି ସ୍ଥାନରେ କ୍ଷତ ଶୁଖି ନ ଥିବା ଦେଖିଥିଲେ। ତେବେ ଶିଶୁଙ୍କ ଦେହରେ ଜ୍ୱର ଥିବାରୁ ୭ ଦିନ ପାଇଁ ବିଶ୍ରାମ ଦେବା ସହ ଔଷଧ ଲେଖିଥିଲେ। ପୁରୁଣା କ୍ଷତ ଶୁଖିବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବାକୁ ଶିଶୁଙ୍କ ବାପା ନିରଞ୍ଜନ ବେହେରାଙ୍କୁ ଏଡିଏମଓ କହିଛନ୍ତି। ଆସନ୍ତା ମଙ୍ଗଳବାର ଝିଅକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ କଟକ ବଡ଼ ମେଡିକାଲକୁ ପଠାଯାଇ ସେଠାରେ ଛୁଞ୍ଚି କଢାଯିବାକୁ ଚିଠି ଲେଖାଯିବ ବୋଲି ଏଡିଏମ୍ଓ କହିଛନ୍ତି। ଯଦି କ୍ଷତ ନ ଶୁଖେ କି ଜ୍ୱର ନ ଛାଡ଼େ ତେବେ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଏଡିଏମ୍ଓ ବିଶୋଇ କହିଛନ୍ତି। ସୂଚନାଯୋଗ୍ୟ, ଦେଢ଼ ମାସ ତଳେ ବଳରାମପ୍ରସାଦ ସ୍ଥିତ ମାମୁ ଘରକୁ ଶିଶୁ କନ୍ୟା ଜଣକ ଆସିଥିବାବେଳେ ଜ୍ୱର ହୋଇଥିଲା। ନିକଟରେ ଥିବା କ୍ଲିନିକ୍ର ଫାର୍ମାସିଷ୍ଟ ଝିଅକୁ ଇଞ୍ଜେକସନ୍ ଦେବାବେଳେ ଛୁଞ୍ଚି ଭାଙ୍ଗି ଅଣ୍ଟାରେ ରହିଯାଇଥିଲା। ପ୍ରଥମେ ଅନୁଗୋଳର ଏକ ଘରୋଇ ମେଡିକାଲ ଓ କଟକ ଏକ ଘରୋଇ ମେଡ଼ିକାଲରେ ଦୁଇଥର ଅସ୍ତ୍ରୋପଚାର ବିଫଳ ହେବା ପରେ ଅର୍ଥ ଅଭାବରୁ ଚିକିତ୍ସା କରି ନ ପାରି ପରିବାର ଲୋକ ଝିଅକୁ ଘରକୁ ଧରି ଚାଲିଆସିଥିଲେ।
ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…
ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…
ଘରକୁ ଫେରୁଥିବା ବେଳେ ବାଇକ୍କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ
ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…
ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ
ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…
ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…
ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…
ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍
ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…
ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ
ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…
ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…
ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ RI, ଝରକା ବାହାରକୁ ଫିଙ୍ଗି ଦେଲେ ଟଙ୍କା
ଅନୁଗୋଳ,୮ା୧: ଜମି ଚିହ୍ନଟ ପାଇଁ ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ରାଜସ୍ବ ନିରୀକ୍ଷକ(RI)। ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସର RI ସର୍କଲର…
Archives

