ଛୁଆଙ୍କୁ ଆକଟ କଲେ ଦଣ୍ଡ: କାଠଗଡ଼ାକୁ ଟଣାହେବେ

ଟୋକିଓ: ଅନୁଶାସନ ପାଇଁ ଜନ୍ମକଲା ପିଲାଙ୍କୁ ଦଣ୍ଡ ଦେବା ଅତି ସାଧାରଣ କଥା। ପାଠପଢ଼ିବା ହେଉ ଅବା ସଂସ୍କାରବାଦୀ ଚିନ୍ତାଧାରା ପାଇଁ ପ୍ରତି ଘରେ ଶିଶୁଙ୍କ ଉପରେ ଛୋଟମୋଟ କଟକଣା ଲଗାଯାଇଥାଏ। ଭାରତରେ ଏହା ସାଧାରଣ କଥା। ହେଲେ ଜାପାନରେ ଯଦି ବି ଏପରି ଘଟଣା ସାମ୍ନାକୁ ଆସେ ତେବେ ଅଭିଭାବକ କାଠଗଡ଼ାକୁ ଟଣାହେବା ଥୟ।
ପୃଥିବୀର ଅନ୍ୟତମ ବିକଶିତ ଦେଶ ହେଉଛି ଜାପାନ। ଟେକ୍ନୋଲୋଜିକୁ ନେଇ ସବୁବେଳେ ଗୋଟିଏ ପାଦ ଆଗରେ ରହୁଥିବା ଏହି ଦ୍ୱୀପଦେଶରେ ପ୍ରଚଳିତ ନିୟମ ମଧ୍ୟ ଟିକେ ନିଆରା। ନିକଟରେ ପିଲାମାନଙ୍କୁ ଅଧିକ ସ୍ବାଧୀନଚେତା କରିବାକୁ ସେଠାକାର କ୍ୟାବିନେଟରେ ଏଭଳି ଏକ ପ୍ରସ୍ତାବ ଦିଆଯାଇଛି। ଚଳିତ ସପ୍ତାହରେ ଏହା ଉପରେ ଆଲୋଚନା କରାଯିବ। ନିଷ୍କର୍ଷରୁ ବାହାରିଥିବା ନିଷ୍ପତ୍ତି ଅନୁଯାୟୀ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ।
କର୍ମଚାପରେ ସୃଷ୍ଟି ହେଉଥିବା ଚିଡଚିଡାପଣ ଯୋଗୁ ଅନେକ ସମୟରେ ମାତାପିତା ହିତାହିତ ଜ୍ଞାନ ହରାଇ ପିଲାମାନଙ୍କ ଉପରକୁ ହାତ ଉଠାଇଥାନ୍ତି। ଏପରି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଶିଶୁ ଉତ୍ପୀଡ଼ନ ଅଧିନିୟମକୁ ଆଣିବା ସହ ଆଇନରେ ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି ଜାପାନ ସରକାର। ନୂଆ ପ୍ରସ୍ତାବ ଅନୁଯାୟୀ, ଶିଶୁଙ୍କୁ ଆକଟ କରିବାକୁ ଦଣ୍ଡଦେବା ଏକ ବାହାନା ହୋଇପାରିବ ନାହିଁ। ଅର୍ଥାତ୍‌ ଛୁଆକୁ କୌଣସି ପ୍ରକାର ଶାରୀରିକ ନିର୍ଯାତନା ଦେବା ପୂର୍ବରୁ ଅଭିଭାବକଙ୍କୁ ଶହେ ଥର ଭାବିବାକୁ ପଡିବ। କେତେକ କ୍ଷେତ୍ରରେ ଏପରି ଅଭିଯୋଗ ଆସିବା ପରେ ମା’ବାପା ନିଜକୁ ବଞ୍ଚାଇବାକୁ ଅଜବ ଯୁକ୍ତି ଉପସ୍ଥାପନ କରିଥାନ୍ତି। ସ୍ଥଳ ବିଶେଷରେ ସେମାନେ କହିଥାନ୍ତି ଯେ, ଆକଟ କରିବା ସତ୍ତ୍ୱେ ନ ଶୁଣିବାରୁ ସେମାନେ ଶାରୀରିକ ଦଣ୍ଡ ଦେବାକୁ ବାଧ୍ୟ ହୋଇଥିଲେ। ହେଲେ ନୂଆ ଆଇନ ଆସିବା ପରେ ଏସବୁ ଯୁକ୍ତି ନିରର୍ଥକ ହୋଇଯିବ। କେବଳ ଏତିକି ନୁହେଁ, ଦଣ୍ଡ ଦେବା ଉଦ୍ଦେଶ୍ୟରେ ପିଲାଙ୍କୁ କେହି ଭୋକରେ ରଖିପାରିବେ ନାହିଁ ବୋଲି ପ୍ରସ୍ତାବରେ ଉଲ୍ଲେଖ ରହିଛି।
ଆଲୋଚନା ପାଇଁ ପ୍ରସ୍ତୁତ ଏହି ଅଧିନିୟମରେ ପିଲାମାନଙ୍କୁ ଭାବନାତ୍ମକ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ଉଦ୍ୟମ କରାଯାଇଛି। ଏଥିରେ ସ୍ବତନ୍ତ୍ର ଭାବେ ଉଲ୍ଲେଖ କରାଯାଇଛି, ମା’ବାପା, ଅଭିଭାବକମାନେ ଯେତେ ସମସ୍ୟାରେ ଥିଲେ ମଧ୍ୟ ପିଲାମାନଙ୍କ ପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ପୋଷଣ କରିବେ। ‘ଭଲ ହୋଇଥାନ୍ତା ତୁ (ଝିଅ/ପୁଅ) ଯଦି ଜନ୍ମ ନ ହୋଇଥାନ୍ତୁ’ ଭଳି କଟୁ ଶବ୍ଦ ମଧ୍ୟ ବ୍ୟବହାର କରିପାରିବେ ନାହିଁ। ଏପରି ଶବ୍ଦ ଉଚ୍ଚାରଣ କରାଗଲେ ଏହାକୁ ଶିଶୁ ଅଧିକାର ଉଲ୍ଲଂଘନ ବୋଲି ବିଚାର କରାଯିବ। ଏତଦ୍‌ବ୍ୟତୀତ ପାଠପଢ଼ାରେ ଅନ୍ୟସହ ତୁଳନା କଲେ କିମ୍ବା ଅନ୍ୟମାନଙ୍କ ଆଗରେ ତଳୁଆ ଦେଖାଇବା ମନୋଭାବ ପ୍ରଦର୍ଶନ ପାଇଁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ। ଯଦି ସବୁ କିଛି ସରକାରଙ୍କ ଅନୁଯାୟୀ ଚାଲେ ତେବେ ଆସନ୍ତା ମାର୍ଚ୍ଚରୁ ଜାପାନରେ ଏହି ଆଇନ କାର୍ଯ୍ୟକାରୀ ହୋଇଯିବ।
ଏ ନେଇ ଦେଶର ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି, ପ୍ରସ୍ତାବ ଉପରେ ଆପତ୍ତି ଆସିବା ଆରମ୍ଭ ହେଲାଣି। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ସହିତ ବିଚାରବିମର୍ଷ କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ବିଶେଷଜ୍ଞମାନେ କହିଛନ୍ତି, ଏହାଦ୍ୱାରା ମା’ବାପାଙ୍କ ଅଧିକାର ସଙ୍କୁଚିତ ହେଉଥିବା କଥା ଭାବିବା ଭୁଲ। ଏହି ଆଇନର ପ୍ରମୁଖ ଉଦ୍ଦେଶ୍ୟ ପିଲାମାନଙ୍କୁ ମାନସିକ ଚାପରୁ ଦୂରେଇ ରଖିବା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri