ଜୟପୁର,୧୨।୨(ଡି.ଏନ୍.ଏ.) – ଜୟପୁର ବ୍ଲକ ବାମୁଣିପୁଟରେ ମଙ୍ଗଳ ବିଭାଗର ବିଦ୍ୟାଳୟ ଓ ଜୁନିୟର କଲେଜ ରହିଛି। କିନ୍ତୁ ଏହି ବିଦ୍ୟାଳୟର ଜୁନିୟର ମହାବିଦ୍ୟାଳୟ ପାଇଁ ନିର୍ମାଣ ହୋଇଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ନିବାସ କେତେ ସୁରକ୍ଷିତ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବାମୁଣିପୁଟ ବିଦ୍ୟାଳୟରେ ୨୦୧୮-୧୯ରେ ଯୁକ୍ତ ୨ ବିଜ୍ଞାନ ଆରମ୍ଭ ହୋଇଛି। ଏଥିପାଇଁ ବିଦ୍ୟାଳୟ ଅଫିସ୍ରୁ ୨୦୦ ଫୁଟ ଦୂରରେ ଜୁନିୟକ କଲେଜ ଶ୍ରେଣୀଗୃହ, ବିଜ୍ଞାନ ପରୀକ୍ଷାଗାର, ପାଖରେ ଛାତ୍ରୀ ନିବାସ ଓ ଏହାର ପାଚେରି ନିର୍ମାଣ ହୋଇଛି। ପାଚେରି ୬ଫୁଟ ଉଚ୍ଚ ହୋଇଥିବା ଯୋଗୁ ଉକ୍ତ ବିଦ୍ୟାଳୟର ଛାତ୍ରଙ୍କ ସମେତ ବାହାର ଯୁବକ ପାଚେରି ଡେଇଁ ଛାତ୍ରୀ ନିବାସ ପରିସରରେ ପ୍ରବେଶ କରିପାରିବେ। ବୁଧବାର ଖବର ସଂଗ୍ରହ ପାଇ ‘ଧରିତ୍ରୀ’ ଖବରଦାତା ଉକ୍ତ ବିଦ୍ୟାଳୟକୁ ଯାଇଥିବା ବେଳେ କେତେକ ଛାତ୍ର ଉକ୍ତ ଛାତ୍ରୀ ନିବାସ ପାଚେରିରେ ଚଢ଼ିଥିଲେ। କିନ୍ତୁ ଖବରଦାତାଙ୍କୁ ଦେଖି ଦୌଡ଼ି ପଳାଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ଯୋଗାଯୋଗ କରିବାରୁ ସେମାନେ କହିଥିଲେ, ୨୦୧୭ରୁ ସ୍ଥାପନା ହେବା ଦିନଠାରୁ ଛାତ୍ରୀ ନିବାସର ମାଟ୍ରୋନ ନିଯୁକ୍ତ ହୋଇନାହାନ୍ତି। ରୋଷେଇ କରୁଥିବା ମହିଳା ରାତିରେ ଏଠାରେ ରହୁଛଛି। ଛାତ୍ରୀ ନିବାସର ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା ହୋଇନାହିଁ। ବିଦ୍ୟାଳୟ କାର୍ଯ୍ୟାଳୟରୁ ଛାତ୍ରୀ ନିବାସ ୨୦୦ ଫୁଟ ଦୂରରେ ଥିବାରୁ ଏହା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନଜରକୁ ଆସିପାରୁ ନାହିଁ। ଏଠାରେ ଦୁଇସ୍ତରୀୟ ପାଚେରି ବ୍ୟବସ୍ଥା ନିୟମ ଥିଲେ ମଧ୍ୟ କେବଳ ଛାତ୍ରୀ ନିବାସରେ ପାଚେରି ରହିଛି। କିନ୍ତୁ ଯୁକ୍ତ ୨ ଛାତ୍ର ନିବାସ କିମ୍ବା ପରିସରରେ ପାଚେରି ନାହିଁ। ଏନେଇ ପ୍ରଧାନଶିକ୍ଷକ କୁଣ୍ଡଳ ବାଘ କହିଛନ୍ତି, ଛାତ୍ରୀ ନିବାସ ନିକଟରେ ଶିକ୍ଷକଙ୍କ ବାସଗୃହ ରହିଛି। ମାଟ୍ରୋନ ନ ଥିବା ଯୋଗୁ ସମସ୍ୟା ହେଉଛି। ଜିଲା ମଙ୍ଗଳ ଅଧିକାରୀଙ୍କ ଫୋନକୁ ବାରମ୍ବାର କଲ୍ ଓ ମେସେଜରେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କଠାରୁ ଉତ୍ତର ମିଳି ନ ଥିଲା। ଆଇଟିଡିଏ ପିଏ ଗୋପୀନାଥ ସାରକା କହିଛନ୍ତି, ଏନେଇ କି ବ୍ୟବସ୍ଥା ହୋଇପାରିବ, ତଦାରଖ ପରେ କରାଯିବ।
Posted inଆମ ଜିଲା ଖବର, କୋରାପୁଟ View All
ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ
ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...
ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….
ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...
ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର
ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...
ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...
ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ
ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...
୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର
ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...
ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…
ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...
୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ
ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...
Archives


