ଜୟପୁର,୧୨।୨(ଡି.ଏନ୍.ଏ.) – ଜୟପୁର ବ୍ଲକ ବାମୁଣିପୁଟରେ ମଙ୍ଗଳ ବିଭାଗର ବିଦ୍ୟାଳୟ ଓ ଜୁନିୟର କଲେଜ ରହିଛି। କିନ୍ତୁ ଏହି ବିଦ୍ୟାଳୟର ଜୁନିୟର ମହାବିଦ୍ୟାଳୟ ପାଇଁ ନିର୍ମାଣ ହୋଇଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ନିବାସ କେତେ ସୁରକ୍ଷିତ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବାମୁଣିପୁଟ ବିଦ୍ୟାଳୟରେ ୨୦୧୮-୧୯ରେ ଯୁକ୍ତ ୨ ବିଜ୍ଞାନ ଆରମ୍ଭ ହୋଇଛି। ଏଥିପାଇଁ ବିଦ୍ୟାଳୟ ଅଫିସ୍ରୁ ୨୦୦ ଫୁଟ ଦୂରରେ ଜୁନିୟକ କଲେଜ ଶ୍ରେଣୀଗୃହ, ବିଜ୍ଞାନ ପରୀକ୍ଷାଗାର, ପାଖରେ ଛାତ୍ରୀ ନିବାସ ଓ ଏହାର ପାଚେରି ନିର୍ମାଣ ହୋଇଛି। ପାଚେରି ୬ଫୁଟ ଉଚ୍ଚ ହୋଇଥିବା ଯୋଗୁ ଉକ୍ତ ବିଦ୍ୟାଳୟର ଛାତ୍ରଙ୍କ ସମେତ ବାହାର ଯୁବକ ପାଚେରି ଡେଇଁ ଛାତ୍ରୀ ନିବାସ ପରିସରରେ ପ୍ରବେଶ କରିପାରିବେ। ବୁଧବାର ଖବର ସଂଗ୍ରହ ପାଇ ‘ଧରିତ୍ରୀ’ ଖବରଦାତା ଉକ୍ତ ବିଦ୍ୟାଳୟକୁ ଯାଇଥିବା ବେଳେ କେତେକ ଛାତ୍ର ଉକ୍ତ ଛାତ୍ରୀ ନିବାସ ପାଚେରିରେ ଚଢ଼ିଥିଲେ। କିନ୍ତୁ ଖବରଦାତାଙ୍କୁ ଦେଖି ଦୌଡ଼ି ପଳାଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ଯୋଗାଯୋଗ କରିବାରୁ ସେମାନେ କହିଥିଲେ, ୨୦୧୭ରୁ ସ୍ଥାପନା ହେବା ଦିନଠାରୁ ଛାତ୍ରୀ ନିବାସର ମାଟ୍ରୋନ ନିଯୁକ୍ତ ହୋଇନାହାନ୍ତି। ରୋଷେଇ କରୁଥିବା ମହିଳା ରାତିରେ ଏଠାରେ ରହୁଛଛି। ଛାତ୍ରୀ ନିବାସର ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା ହୋଇନାହିଁ। ବିଦ୍ୟାଳୟ କାର୍ଯ୍ୟାଳୟରୁ ଛାତ୍ରୀ ନିବାସ ୨୦୦ ଫୁଟ ଦୂରରେ ଥିବାରୁ ଏହା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନଜରକୁ ଆସିପାରୁ ନାହିଁ। ଏଠାରେ ଦୁଇସ୍ତରୀୟ ପାଚେରି ବ୍ୟବସ୍ଥା ନିୟମ ଥିଲେ ମଧ୍ୟ କେବଳ ଛାତ୍ରୀ ନିବାସରେ ପାଚେରି ରହିଛି। କିନ୍ତୁ ଯୁକ୍ତ ୨ ଛାତ୍ର ନିବାସ କିମ୍ବା ପରିସରରେ ପାଚେରି ନାହିଁ। ଏନେଇ ପ୍ରଧାନଶିକ୍ଷକ କୁଣ୍ଡଳ ବାଘ କହିଛନ୍ତି, ଛାତ୍ରୀ ନିବାସ ନିକଟରେ ଶିକ୍ଷକଙ୍କ ବାସଗୃହ ରହିଛି। ମାଟ୍ରୋନ ନ ଥିବା ଯୋଗୁ ସମସ୍ୟା ହେଉଛି। ଜିଲା ମଙ୍ଗଳ ଅଧିକାରୀଙ୍କ ଫୋନକୁ ବାରମ୍ବାର କଲ୍ ଓ ମେସେଜରେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କଠାରୁ ଉତ୍ତର ମିଳି ନ ଥିଲା। ଆଇଟିଡିଏ ପିଏ ଗୋପୀନାଥ ସାରକା କହିଛନ୍ତି, ଏନେଇ କି ବ୍ୟବସ୍ଥା ହୋଇପାରିବ, ତଦାରଖ ପରେ କରାଯିବ।
Posted inଆମ ଜିଲା ଖବର, କୋରାପୁଟ View All
‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’
ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…
ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ
ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…
ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…
ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…
ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…
ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ
ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…
ବିଚ୍ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର
ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…
Archives

