ଛାତ୍ର ସଂସଦ ନିର୍ବାଚନ: ମୁହାଁମୁହିଁ ହେବେ ଏବିଭିପି-ଛାତ୍ର ବିଜେଡି

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ସେପ୍ଟେମ୍ବର ଶେଷ ସପ୍ତାହରେ ରାଜ୍ୟରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ। ଯୁକ୍ତ ୩ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ସେପ୍ଟେମ୍ବର ତୃତୀୟ ସପ୍ତାହରୁ ନିର୍ବାଚନ ପ୍ରକ୍ରିୟା ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ସମ୍ଭାବନା ରହିଥିବାବେଳେ ଏବେଠାରୁ କ୍ୟାମ୍ପସରେ ଉଷ୍ଣତା ବାରିହୋଇ ପଡିଲାଣି। ରାଜ୍ୟର ୩ ପ୍ରମୁଖ ଛାତ୍ର ସଙ୍ଗଠନ ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଛାତ୍ରନେତାମାନେ ପତିଆରା ଜାହିର କଲେଣି। ଏବେ ପ୍ରଥମକରି କଲେଜରେ ପାଦ ଦେଇଥିବା ଛାତ୍ରୀଛାତ୍ରଙ୍କ ଉପରେ ସେମାନେ ନଜର ପକାଇଛନ୍ତି। କିଏ ସୋସିଆଲ ମିଡିଆରେ ନିଜ ଉପସ୍ଥିତି ଜାହିର କରୁଛି ତ, ଆଉ କିଏ ନିଜ ଦଳବଳ ନେଇ ମଇଦାନରେ ଲଢେଇ ପାଇଁ ଅଣ୍ଟା ଭିଡ଼ୁଛି। ସେପଟେ ଆଉକିଛି ଛାତ୍ରନେତା ଗୋଟିଏ ସଙ୍ଗଠନରୁ ଆଉ ଗୋଟିଏ ସଙ୍ଗଠନକୁ ଡିଆଁ ମାରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।
ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଯୁକ୍ତ ୨ କଲେଜରେ ନିର୍ବାଚନ ନ ହେବାକୁ ନିଷ୍ପତ୍ତି ହୋଇଛି। ଯୁକ୍ତ ୩ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ହେବାକୁ ଥିବାରୁ ବିଶେଷକରି ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବାକୁ ଆଶାୟୀ ପ୍ରାର୍ଥୀମାନେ ପ୍ରଚେଷ୍ଟା କରୁଛନ୍ତି। ଗତବର୍ଷପରି ଏବର୍ଷ ମଧ୍ୟ ଭୁବନେଶ୍ୱରର ବିଭିନ୍ନ କ୍ୟାମ୍ପସରେ ଛାତ୍ର ବିଜେଡି ଓ ଏବିଭିପି ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି। ଗତବର୍ଷ ଅଧିକାଂଶ କ୍ୟାମ୍ପସରେ ପ୍ରାର୍ଥୀ ଦେଇ ପାରି ନ ଥିବା ଛାତ୍ର କଂଗ୍ରେସ ଏଥର ମଧ୍ୟ ପୂର୍ବବର୍ଷର ସ୍ଥିତି ଦୋହରାଇବ ବୋଲି ଏବେକାର ସ୍ଥିତିରୁ ଜଣାପଡୁଛି। ସଙ୍ଗଠନର କୌଣସି ଜଣେ ଛାତ୍ର ନେତା ଏପର୍ଯ୍ୟନ୍ତ ଆଗକୁ ଆସିନାହାନ୍ତି। ୨୦୧୬ଠାରୁ ହାତଗଣତି କିଛି କ୍ୟାମ୍ପସକୁ ଛାଡ଼ିଦେଲେ ଅଧିକାଂଶ ସ୍ଥାନରେ ପ୍ରାର୍ଥୀ ଦେଇପାରୁନି ସଙ୍ଗଠନ। କେବଳ ଏତିକି ନୁହେଁ, ଦୁଇବର୍ଷ ହେଲା ସଙ୍ଗଠନର ରାଜ୍ୟ ସଭାପତି ମଧ୍ୟ ନାହାନ୍ତି। ତେଣୁ ଛାତ୍ରୀଛାତ୍ରଙ୍କ ସମସ୍ୟା ନେଇ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଉଛି ନା ବିଭିନ୍ନ କ୍ୟାମ୍ପସରେ ନିଜର ପ୍ରଭାବୀ ପ୍ରଦର୍ଶନ କରିପାରୁଛି।
ଅନ୍ୟପକ୍ଷରେ ଦୁର୍ବଳ ଥିବା କ୍ୟାମ୍ପସରେ ଏବେଠାରୁ ନିଜ ଘର ସଜାଡ଼ିବା ଆରମ୍ଭ କରିଛି ଛାତ୍ର ବିଜେଡି। ୨୦୧୭ରେ ଭୁବନେଶ୍ୱରର ପ୍ରମୁଖ କ୍ୟାମ୍ପସରେ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ଦେଇଥିବା କେତେଜଣ ଛାତ୍ରନେତା ଏଥର ଛାତ୍ର ବିଜେଡିକୁ ଫେରିଛନ୍ତି। ଗତବର୍ଷ ଶେଷ ମୁହୂର୍ତ୍ତରେ ନିର୍ବାଚନ ବାତିଲ ହେବାରୁ ସଙ୍ଗଠନଗୁଡ଼ିକ ନିଜ ଉପସ୍ଥିତି ଜାହିର କରିପାରି ନ ଥିଲେ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଗତବର୍ଷ ଯେଉଁମାନେ ପ୍ରାର୍ଥୀ ହୋଇ ନିରାଶ ହୋଇଥିଲେ ସେମାନେ ଏଥର ପୁଣିଥରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଆଶା ରଖିଛନ୍ତି। ଏପଟେ ବିଜେବି ସ୍ବୟଂଶାସିତ କଲେଜରେ ଛାତ୍ର ବିଜେଡି ଏଥର ପୁଣିଥରେ ସଂଗଠନ ମଜବୁତ କରୁଥିବା ଜଣାପଡ଼ିଛି। ଏଥିପାଇଁ ବରିଷ୍ଠ ନେତାମାନଙ୍କୁ ନେଇ ମାନସମନ୍ଥନ ଆରମ୍ଭ ହୋଇଛି। କେଉଁମାନେ ପ୍ରାର୍ଥୀ ହେବେ ତାହା ଏକପ୍ରକାର ସ୍ଥିର ହୋଇସାରିଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଥର ନିର୍ବାଚନ ହେବ କି ନାହିଁ ସେନେଇ ସ୍ପଷ୍ଟ ଜଣାପଡି ନ ଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରୁଛି। ଗଣ୍ଡଗୋଳ ଯୋଗୁ ଗତ ଦୁଇବର୍ଷ ହେଲା ଏଠାରେ ନିର୍ବାଚନ ହୋଇପାରୁନାହିଁ। ତେଣୁ ରାଜ୍ୟର ଏହି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଏଥର ନିର୍ବାଚନ ହେବ କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି।
ସେହିଭଳି ବିଗତ ଦୁଇବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନରେ ବେଶ୍‌ ସକ୍ରିୟ ରହୁଥିବା ଏବିଭିପି ଏଥର ମଧ୍ୟ ଆଗୁଆ ପ୍ରସ୍ତୁତି ଚଳାଇଛି। ବାରିପଦାରେ ସଙ୍ଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ନିର୍ବାଚନ ପୂର୍ବରୁ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ପ୍ରାର୍ଥୀ ତାଲିକା ଏକପ୍ରକାର ଚୂଡାନ୍ତ ହୋଇସାରିଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ମଧ୍ୟ ସଙ୍ଗଠନ ସଜବାଜ ହେଲାଣି। ତେବେ ୨୦୧୮ରେ ହିଂସା ଓ ଉତ୍ତେଜନା ଯୋଗୁ ଅଧିକାଂଶ କ୍ୟାମ୍ପସରେ ନିର୍ବାଚନ ବାତିଲ ହୋଇଥିବାରୁ ଏଥର ବି ସମାନ ସ୍ଥିତି ଉପୁଜିବାର ଆଶଙ୍କା ରହିଛି। ସବୁପରେ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଉପରେ ଏବେ ସବୁ ଛାତ୍ର ସଙ୍ଗଠନର ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri