ଛାଡ଼ପତ୍ର ପରେ ମଧ୍ୟ ବଦଳିନାହିଁ ସମ୍ପର୍କ: ସୁଜୈନ ଏବଂ ପିଲାଙ୍କ ସହ ମୁଭି ଡେଟ୍‌ରେ ହ୍ରିତିକ୍‌

ମୁମ୍ବାଇ: ଅଭିନେତା ତଥା ସୁପରଷ୍ଟାର ହ୍ରିତିକ୍‌ ରୋଶନ ଜଣେ ଭଲ ଅଭିନେତା ସାଙ୍ଗକୁ ଭଲ ପୁତ୍ର ଏବଂ ପିତା ମଧ୍ୟ। ପିତା ରାକେଶ ରୋଶନଙ୍କ ସ୍ବାସ୍ଥ୍ୟ ଖରାପ ହେବା ସମୟରେ ହେଉ ଅଥବା ପିଲାମାନଙ୍କ ଲାଗି ସମୟ ବାହାର କରିବା, ସବୁଥିରେ ସେ ନିଜର ଶତ ପ୍ରତିଶତ ସହଯୋଗ ଦେବାକୁ ଭୁଲନ୍ତି ନାହିଁ। ସ୍ତ୍ରୀ ସୁଜୈନଙ୍କୁ ଛାଡ଼ପତ୍ର ଦେବା ପରେ ମଧ୍ୟ ଏଥିରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। ବ୍ୟସ୍ତତା ମଧ୍ୟରେ ଟିକିଏ ବି ସମୟ ପାଇଲେ ସେ ସ୍ତ୍ରୀ ଓ ପିଲାଙ୍କ ସହ ସମୟ ବିତାଇବାକୁ ପସନ୍ଦ କରନ୍ତି। ନିକଟରେ ତାଙ୍କୁ ସୁଜୈନ ଏବଂ ଦୁଇ ପୁଅଙ୍କ ସହ ଦେଖିବାକୁ ମିଳିଥିଲା। ହ୍ରିତିକ୍‌ ଚଳଚ୍ଚିତ୍ର ‘ସୁପର-୩୦’ର ସଫଳତାକୁ ସେଲିବ୍ରେଟ୍‌ କରିବା ଲାଗି ପରିବାର ସହ ମୁଭି ଡେଟରେ ଯାଇଥିବା କୁହାଯାଉଛି। ତେବେ ଏହି ଚଳଚ୍ଚିତ୍ର ରିଲିଜ ହେବା ଦିନଠାରୁ ବକ୍ସ ଅଫିସରେ କମାଲ କରୁଛି। ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନକାହାଣୀକୁ ନେଇ ଗଠିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ସଂଘର୍ଷ କରି ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଉଛି। ଆଗାମୀ ଦିନରେ ହ୍ରିତିକଙ୍କୁ ଚଳଚ୍ଚିତ୍ର ‘ଓ୍ବାର’ରେ ଦେଖିବାକୁ ମିଳିବ। ଏବେ ସେ ଏହାର ଶୁଟିଂରେ ବ୍ୟସ୍ତ। ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଟାଇଗର ଶ୍ରଫ୍‌ ନଜର ଆସିବେ। ଫଳରେ ଦର୍ଶକଙ୍କୁ ଫିଲ୍ମରେ ଅଧିକ ଆକ୍ସନ ଏବଂ ଡ୍ୟାନ୍ସ ଧମାକା ଦେଖିବାକୁ ମିଳିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶଙ୍କାରେ ପେନ୍‌ସନ୍‌ଭୋଗୀଙ୍କ ଭବିଷ୍ୟତ, ସମସ୍ତେ ଏକାଠି ହୋଇ…

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଭବନ କେନ୍ଦୁଝରଠାରେ…

ଶ୍ୱଶୁରଙ୍କୁ ନେଇ ଏମିତି କହିଦେଲେ ଧୋନୀଙ୍କ ସ୍ତ୍ରୀ: ଚାରିଆଡ଼େ ହେଉଛି ଚର୍ଚ୍ଚା

ରାଞ୍ଚି,୨୦।୩: ଭରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ପରିବାର ସମ୍ପର୍କରେ ଏକ ଭାବପ୍ରବଣ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ…

ଇରାନକୁ ଆଉ ଏକ ବଡ଼ ଝଟକା, ଇସ୍ରାଏଲୀ ଆକ୍ରମଣରେ IRGC ମୁଖପାତ୍ର ଅଲି ମହମ୍ମଦଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦ା୩: ଇସ୍ରାଏଲ ଏବଂ ଆମେରିକା ସହିତ ଇରାନର ବିବାଦ ଜାରି ରହିଛି । ଏହି ବିବାଦ ମଧ୍ୟରେ ଇରାନକୁ ଆଉ ଏକ ବଡ଼ ଧକ୍କା ଲାଗିଛି ।…

ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା’ କନକ ଦୁର୍ଗା

ଦେବଗଡ,୨୦।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ଦ୍ୱିତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶୁକ୍ରବାର ମା’ କନକ…

ଲିଭ୍‌ ଇନ୍‌ରେ ରହୁଥିଲେ; ବାହାରେ ଜଗିଥିଲା ପୋଲିସ, ଭିତରେ ଘଟିଲା…

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ା୩ (ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର):ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ଜଗିଥିଲା, ହେଲେ…

ମାଓବାଦୀ ନେତା ଶୁକ୍ରୁ ବିପଦରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

ଇରାନ ବିବାଦ: ଟ୍ରମ୍ପଙ୍କ ନାଁ ନନେଇ ଏମିତି କହିଦେଲେ ମୋହନ ଭାଗବତ, ବିଶ୍ବକୁ ଦେଲେ ଶାନ୍ତିର ମନ୍ତ୍ର

ନୂଆଦିଲ୍ଲୀ,୨୦।୩: ଇରାନ-ଆମେରିକା ବିବାଦ ଭିତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ: ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୦।୩: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଗୃହରେ ଏକ ବଡ଼ ବୟାନ ଦେଇଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୯୩୦ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri