ଛତିଶଗଡ଼ର ଶିମ୍‌ଲା ମୈନପାଟ

ଛତିଶଗଡ଼ର ସୁର୍‌ଗୁଜା ଜିଲା ଅନ୍ତର୍ଗତ ମୈନପାଟରେ ଶିମ୍‌ଲା ଭଳି ପରିବେଶ ଓ ଜଳବାୟୁ ଅନୁଭୂତ ହେବା ସହିତ ବିଭିନ୍ନ ଆକର୍ଷଣୀୟ ଦର୍ଶନୀୟସ୍ଥାନ ସବୁ ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ମୈନପାଟକୁ ଅନେକେ ଛତିଶଗଡ଼ର ଶିମ୍‌ଲା ବୋଲି ବି ସମ୍ବୋଧନ କରିଥାନ୍ତି…
ଭାରତରେ ଏମିତି ଅନେକ ସ୍ଥାନ ଅଛି, ଯାହା ସମ୍ପର୍କରେ ଖୁବ୍‌ କମ୍‌ ଲୋକ ଅବଗତ ଥାନ୍ତି, ହେଲେ ସେହି ସ୍ଥାନଟିର ମହତ୍ତ୍ୱ ହିଁ ଧୀରେ ଧୀରେ ତାକୁ ଏକ ନିଆରା ପରିଚିତି ଦେଇଥାଏ। ଏଇ ଯେମିତି ଛତିଶଗଡ଼ର ସୁର୍‌ଗୁଜା ଜିଲା ଅନ୍ତର୍ଗତ ମୈନପାଟ। ଏହା ହେଉଛି ସ୍ଥାନୀୟ ଏକ ଗାଁ, ଯାହାର ଆକର୍ଷଣୀୟ ପରିବେଶକୁ ଦେଖି କେହି କେହି ଏହାକୁ ଛତିଶଗଡ଼ର ଶିମ୍‌ଲା ବୋଲି ବି କହିଥାନ୍ତି। କାରଣ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକମାନେ କୁହନ୍ତି, ଏଠାରେ କୁଆଡ଼େ ଶିମ୍‌ଲା ଭଳି ପରିବେଶ ଓ ଜଳବାୟୁ ଅନୁଭୂତ ହୋଇଥାଏ। ଅନ୍ୟପକ୍ଷେ ଏଠାରେ ତିବ୍ବତୀୟ ଲୋକଙ୍କ ସଂଖ୍ୟା ବହୁ ପରିମାଣରେ ରହିଥିବାରୁ ସେମାନଙ୍କର ଜନବସତି ଓ ଜୀବନଶୈଳୀ ବି ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭୂତି ଦେଇଥାଏ।
କ’ଣ ଦେଖିବେ
ପ୍ରାକୃତିକ ସୌନ୍ଦର୍ଯ୍ୟରେଭରା ମୈନପାଟରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ରହିଛି। ଯେମିତିକି:
ଟାଇଗର୍‌ ପଏଣ୍ଟ: ମୈନପାଟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଟାଇଗର୍‌ ପଏଣ୍ଟର ଖୁବ୍‌ ନାଁ ରହିଛି। ଏହା ହେଉଛି ଏକ ଆକର୍ଷଣୀୟ ଜଳପ୍ରପାତ। ଏହି ଜଳପ୍ରପାତରେ ପାଣିର ସ୍ରୋତ ଖୁବ୍‌ ପ୍ରଖର ରହିଥାଏ। ପାହାଡ଼, ଜଙ୍ଗଲ ଘେରା ଏହି ଜଳପ୍ରପାତ ନିକଟରେ ପିକ୍‌ନିକ୍‌ କରିବା ପାଇଁ ପ୍ରାୟ ସବୁବେଳେ ପର୍ଯ୍ୟଟକଙ୍କର ଗହଳି ପରିଲକ୍ଷିତ ହୋଇଥାଏ।
ମେହେତା ପଏଣ୍ଟ: ମେହେତା ପଏଣ୍ଟର ଆକର୍ଷଣୀୟ ପରିବେଶ ସମ୍ପର୍କରେ ଯେତେ ବର୍ଣ୍ଣନା କଲେ ବି ସେତେ କମ୍‌ ହେବ। ମୈନପାଟଠାରୁ ପ୍ରାୟ ୮ କି.ମି ଦୂରରେ ଥିବା ଏହି ପଏଣ୍ଟରେ ବି ଏକ ଜଳପ୍ରପାତ ଦେଖିବାକୁ ମିଳେ, ଯାହାକୁ ଚତୁଃପାର୍ଶ୍ୱରୁ ବିଶାଳ ପାହାଡମାନ ଘେରି ରହିଥାଏ। ଏଠାକୁ ଗଲେ ଘାଟି ସଦୃଶ ଅନୁଭବ ହୋଇଥାଏ। ତା’ଛଡ଼ା ଶୁଣିବାକୁ ମିଳେ, ମେହେତା ପଏଣ୍ଟଠାରୁ ମାତ୍ର କିଛି ଦୂରରେ ଏମିତି ଏକ ସ୍ଥାନ ଅଛି, ଯେଉଁଠାରେ ମାଟି ଉପରେ ଡେଇଁଲେ ତାହା ପାଦକୁ ଟାଣ ନ ଲାଗି ସ୍ପଞ୍ଜ ଭଳି ଲାଗି ଥାଏ। ଆଉ ଏନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ଦେଇଥାନ୍ତି। କେହି କୁହନ୍ତି, ପୂର୍ବେ ଏଠାରେ କୁଆଡେ ଏକ ଜଳସ୍ରୋତ ପ୍ରବାହିତ ହେଉଥିଲା। ସମୟକ୍ରମେ ତାହା ଶୁଖିଯାଇ ତା’ଉପରେ ମାଟି ଚଢିଗଲା। ହୁଏତ ମାଟି ତଳର ଭୂମି ଏବେ ବି ସମ୍ପୂର୍ଣ୍ଣ ନ ଶୁଖି ତାହା ସନ୍ତସନ୍ତିଆ ରହିଥିବାରୁ ଏଠାରେ ଡେଇଁଲେ ଏଭଳି ଅନୁଭବ ହେଉଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷେ ଆଉ କେହି କେହି ଏହାକୁ ପୃଥିବୀ ପୃଷ୍ଠରେ ହୋଇଥିବା କୌଣସି ଆଭ୍ୟନ୍ତରୀଣ ପରିବର୍ତ୍ତନକୁ ଏଥିପାଇଁ ଦାୟୀ କରିଥାନ୍ତି। ତେବେ ସେ ଯାହା ବି ହେଉ, ଏଭଳି ଏକ ନିଆରା ଅନୁଭୂତି ପାଇବା ପାଇଁ ଏଠାକୁ ପର୍ଯ୍ୟଟକଙ୍କର ସୁଅ ଛୁଟୁଛି।
ଫିଶ୍‌ ପଏଣ୍ଟ: ମୈନପାଟ ବୁଲି ଆସୁଥିବା ପର୍ଯ୍ୟଟକ ଚାହିଁଲେ ଏଠାରେ ଫିଶ୍‌ ପଏଣ୍ଟ ନାମକ ଅନ୍ୟ ଏକ ଜଳପ୍ରପାତ ବି ବୁଲି ଦେଖିପାରିବେ।
କେବେ ଓ କେମିତି ଯିବେ
ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ର ମତାନୁଯାୟୀ, ବର୍ଷାଦିନକୁ ଛାଡି ବାକି ଅନ୍ୟ ଯେ କୌଣସି ସମୟରେ ମୈନପାଟକୁ ବୁଲି ଯାଇହେବ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ଭଲ ବ୍ୟବସ୍ଥା ରହିଛି। ସ୍ବାମୀ ବିବେକାନନ୍ଦ ଏୟାରପୋର୍ଟ ହେଉଛି ଏଠାକାର ଏକ ପ୍ରମୁଖ ବିମାନବନ୍ଦର, ଯାହା ପ୍ରାୟ ୩୮୦ କି.ମି ଦୂରରେ ଅବସ୍ଥିତ। ଏହି ଏୟାରପୋର୍ଟକୁ କେହି କେହି ରାୟପୁର ଏୟାରପୋର୍ଟ ବୋଲି ବି କହିଥାନ୍ତି। ସେହିପରି ଅମ୍ବିକାପୁର ରେଲଓ୍ବେ ଷ୍ଟେଶନଠାରୁ ମୈନପାଟ ପ୍ରାୟ ୮୦ କି.ମି ଦୂରରେ ରହିଛି। ତା’ଛଡ଼ା ଯଦି କୌଣସି ପର୍ଯ୍ୟଟକ ବସ୍‌ ଯୋଗେ ଏଠାକୁ ଯିବାକୁ ଚାହୁଁଥାନ୍ତି, ତା’ହେଲେ ଦେଶର ବିଭିନ୍ନ ସ୍ଥାନରୁ ଅମ୍ବିକାପୁରକୁ ଯେଉଁ ଟୁରିଷ୍ଟ ବସ୍‌ ଯାଉଛି, ସେଥିରେ ଯାଇ ପ୍ରଥମେ ଅମ୍ବିକାପୁରରେ ଓହ୍ଲାଇବେ। ତା’ପରେ ପୁଣି ସେଠାରୁ ଟ୍ୟାକ୍ସି କିମ୍ବା ଲୋକାଲ୍‌ ବସ୍‌ରେ ଯାଇ ମୈନପାଟରେ ପହଞ୍ଚତ୍ପାରିବେ।
ଦୁଃସାହସିକ କ୍ରୀଡ଼ାର ମଜା ନେଇହେବ
ପାହାଡ଼, ଜଳପ୍ରପାତ ତଥା ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ମୈନପାଟରେ ଉପଭୋଗ କରିବା ସହ ପର୍ଯ୍ୟଟକ ଚାହିଁଲେ ଏଠାରେ ଟ୍ରେକିଙ୍ଗ୍‌, ଜୋର୍‌ବିଙ୍ଗ୍‌, ରାପ୍‌ଲିଙ୍ଗ୍‌ ଭଳି ଦୁଃସାହସିକ କ୍ରୀଡ଼ାର ମଜା ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଗମ୍ଭୀରଙ୍କ ଅଦ୍ଭୁତ ଷ୍ଟ୍ରାଟେଜି: ଶେଷ ଓଭରରେ କଲେ ଏମିତି ମିଳିଲା ତୁରନ୍ତ ସଫଳତା

ଧର୍ମଶାଳା,୧୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଏକ ଅଦ୍ଭୁତ ରଣନୀତି...

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନିତିନ ନବୀନ

ନୂଆଦିଲ୍ଲୀ,୧୫।୧୨:  ଭାଜପାର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri