ଚ୍ୟାଲେଞ୍ଜ ସତ୍ତ୍ୱେ ଆଗକୁ ବଢ଼ିବାକୁ ହେବ

ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ଜୀବନଯାତ୍ରା ସ୍ବାଭାବିକ ହେଉଛି। ବିଭିନ୍ନ ବର୍ଗରେ ଶୋ’ରୁମ୍‌ ଏବେ ଖୋଲିବା ଆରମ୍ଭ ହୋଇଛି। ଶୋ’ରୁମ୍‌ଗୁଡ଼ିକରେ ସରକାରଙ୍କ ଧାର୍ଯ୍ୟ ନିୟମାବଳୀ ମୁତାବକ ସାମାଜିକ ଦୂରତ୍ୱ ସହ ଅନ୍ୟ ବ୍ୟବସ୍ଥା କରାଯାଇଛି। ଦୀର୍ଘଦିନ ଧରି କାରବାର ବନ୍ଦ ରହିଥିବା ବେଳେ ବ୍ୟବସାୟ କ୍ଷତି ସହିବାକୁ ପଡୁଛି। ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି କ୍ଷେତ୍ରରେ ଏହି ସଂସ୍ଥାଗୁଡ଼ିକ ଯୋଗଦାନ ରଖୁଛନ୍ତି ହେଲେ କାରବାର ବନ୍ଦ ରହିଲେ ମଧ୍ୟ ପରିଚାଳନା ଖର୍ଚ୍ଚର ବୋଝ ଉଠାଇବାକୁ ପଡୁଛି। ବ୍ୟାଙ୍କ ଋଣ ଉପରେ ସୁଧ, ଘରଭଡ଼ା ସହ ଅନ୍ୟ ଖର୍ଚ୍ଚର ଚାପ ବ୍ୟବସାୟୀଙ୍କ ଉପରେ ରହିଛି। ସରକାର ଏ ଦିଗରେ ସହାୟତା ଯୋଗାଇ ଦିଅନ୍ତୁ ବୋଲି ବ୍ୟବସାୟ ଅଂଶୀଦାରମାନେ ନିବେଦନ କରିଛନ୍ତି। କୋଭିଡ୍‌-୧୯ ଯୋଗୁ ବଜାର ସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡିକ ସହ ଜଡ଼ିତ ବ୍ୟକ୍ତିବିଶେଷ ବାଣିଜ୍ୟକୁ ନେଇ ଦେଇଥିବା ପ୍ରତିକ୍ରିୟା….

 

-କଟକଣା କୋହଳ ହେବାରୁ ଶୋ’ରୁମ୍‌ ଖୋଲିଛୁ। ଗ୍ରାହକ ବର୍ତ୍ତମାନ ଆସୁନାହାନ୍ତି। କଷ୍ଟ ସମୟରେ ଆଗକୁ ବଢ଼ିବାକୁ ହେବ। ଷ୍ଟୋରରେ ୩୦% କମ୍‌ ଷ୍ଟାଫ ରଖାଯାଇଛି। ଗ୍ରାହକଙ୍କ ନିରାପତ୍ତାକୁ ଧ୍ୟାନରେ ରଖି ସୋସିଆଲ ଡିଷ୍ଟାନ୍ସ ନିୟମ ପାଳନ କରାଯାଉଛି। ଷ୍ଟୋରରେ ଏକ ସମୟରେ ଅଧିକ ଲୋକଙ୍କୁ ନିଆଯାଉନାହିଁ। ଯାନରେ ଆସିବା ବେଳେ କଟକଣା ରହିଥିବାରୁ ଲୋକ ଆସିବାକୁ ମଧ୍ୟ ଅସୁବିଧା ହେଉଛି। କରୋନା କାୟା ବିସ୍ତାର କରୁଥିବାରୁ ବଜାରକୁ ନେଇ କିଛି ଆକଳନ କରିହେଉନି। ସାବିତ୍ରୀରେ ହୁଏତ କିଛି ବିକ୍ରି ହୋଇପାରେ। ମାତ୍ର ଚଳିତ ବର୍ଷ ବ୍ୟବସାୟ ନେଇ ବିଶେଷ ଆଶା ନାହିଁ। ଏବେ ପରିଚାଳନା ନେଇ ସବୁ ଖର୍ଚ୍ଚ ବହନ କରାଯାଉଛି। ବେପାର ନ ଥିବା ବେଳେ ପୂର୍ବଭଳି କର୍ମଚାରୀଙ୍କ ବେତନ, ଘରଭଡ଼ା, ଟିକସ, ଋଣ ଉପରେ ସୁଧ ଦିଆଯାଉଛି। ଏହା ବହନକରି ବଢ଼ିବାକୁ ପଡୁଛି। ଆଗକୁ ବଢ଼ିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି।
– କିଶୋର ଚନ୍ଦ୍ର ମେହେର, ପ୍ରବନ୍ଧକ, ମେହର୍ସ ଷ୍ଟୋର

-ଗତ ୪ ଦିନ ତଳେ ଷ୍ଟୋର ଖୋଲାଯାଇଛି। ଗ୍ରାହକ ବେଶି ଆସୁନାହାନ୍ତି। ଲୋକଙ୍କୁ ନିୟମ ସତର୍କତା ସହ ଆଗକୁ ବଢିବାକୁ ପଡିବ। କରୋନା ପାଇଁ କୌଣସି ଭ୍ୟାକ୍‌ସିନ ଆସି ନ ଥିବାରୁ ପରିସ୍ଥିତି ସହ ଆଗକୁ ବଢ଼ିବାକୁ ହେବ। ବର୍ତ୍ତମାନ ଜୀବନଯାତ୍ରା ପ୍ରଭାବିତ ରହିଛି। ହେଲେ ସ୍ଥିତିରେ ଟିକିଏ ସୁଧାର ଆସିବା ଲାଗି ଅନ୍ତତଃ ପକ୍ଷେ ୧୫ରୁ ୨୦ ଦିନ ସମୟ ଲାଗିବ। ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିବା ନେଇ ବର୍ତ୍ତମାନ କହି ହେଉନି। ହେଲେ କାରବାର ଆଗକୁ ବଢ଼ାଇବକୁ ପଡ଼ିବ। ଭୁବନେଶ୍ୱର ବ୍ରହ୍ମପୁର ଷ୍ଟୋରରେ ଏବେ ସେବା ଯୋଗାଇ ଦେଉଛୁ। ବାଲେଶ୍ୱର ଷ୍ଟୋର ଖୋଲିନାହିଁ। କାରବାର ବର୍ତ୍ତମାନ ପ୍ରଭାବିତ ରହିଲେ ମଧ୍ୟ ନିୟମ ପାଳନ ପୂର୍ବକୁ ଷ୍ଟୋର ଖୋଲାଯାଇଛି। ସରକାରଙ୍କ ସବୁ ନିୟମକୁ ଷ୍ଟୋରରେ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଆଗାମୀ ଦିନରେ ସବୁ ଠିକ୍‌ଠାକ୍‌ ହେବା ନେଇ ଆଶାବାଦୀ। ଲୋକମାନେ ସବୁକିଛି ବୁଝି ଆଗକୁ ବଢ଼ିବାକୁ ହେବ। କଷ୍ଟ ଏବଂ ଚ୍ୟାଲେଞ୍ଜ ରହିଲେ ମଧ୍ୟ ଆଗକୁ ଯିବାକୁ ପଡ଼ିବ।
– ଇପାରି ଶ୍ରୀଧର,ଏମ୍‌ଡି, ଇପାରି ସଦାଶିବ

-କାରବାର ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରଭାବିତ ରହିଛି। ଗ୍ରାହକଙ୍କ ଫ୍ଲୋ ବର୍ତ୍ତମାନ ଶୋ’ରୁମ୍‌ରେ ନାହିଁ। ଆମ ଟ୍ରେଡ୍‌ରେ ଶ୍ରମ ଶକ୍ତି ଏକ ପ୍ରମୁଖ ପ୍ରସଙ୍ଗ। ମାତ୍ର ୩୩% କର୍ମଚାରୀଙ୍କୁ ନେଇ କାମ କରିବା କଷ୍ଟକର ହେଉଛି। ସରକାରଙ୍କ ନିୟମ ମୁତାବକ ସବୁ କାମ ହେଉଛି। ଯାଜପୁର, ଜଗତ୍‌ସିଂହପୁର ବାଦ୍‌ ଅନ୍ୟ ରିଟେଲ ଷ୍ଟୋରଗୁଡିକ ଖୋଲା ରହିଛି। ଲୋକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖାଯାଇଛି। ଲକ୍‌ଡାଉନ ଲାଗି ଦୀର୍ଘଦିନ ଧରି ବେପାର ବନ୍ଦ ରହିଥିବା ବେଳେ ଏବେ ଷ୍ଟୋର ଖୋଲିଥିଲେ ମଧ୍ୟ ବେପାର ନ ଥିବାରୁ ପରିଚାଳନାକୁ ଅସୁବିଧା ସୃଷ୍ଟି ହେଉଛି। ସରକାର ଘରଭଡ଼ା କ୍ଷେତ୍ରରେ ଏକ ନିୟମ ପ୍ରଣୟନ କରିବା ଆବଶ୍ୟକ। ସ୍ଥିତି ନ ସୁଧୁରିବା ଯାଏ ଘରଭଡା କ୍ଷେତ୍ରରେ ଏକ ବିଶେଷ ରିହାତି ମିଳିବା ଆବଶ୍ୟକ। ଏହା ହେଲେ ବାଣିଜ୍ୟ ସଂସ୍ଥାଗୁଡିକ ଉପରେ ଚାପ କମିବ। ସେହିଭଳି ବ୍ୟାଙ୍କ ଋଣ ଉପରେ ସୁଧ କ୍ଷେତ୍ରରେ ମଧ୍ୟ ରିହାତି ଦେଲେ ଭଲ ହୁଅନ୍ତା। ମାତ୍ର ସରକାର ବାଣିଜ୍ୟ ଗୋଷ୍ଠୀ ଲାଗି ସେମିତି କିଛି ପଦକ୍ଷେପ ନେଉ ନାହାନ୍ତି। ବଜାର ସ୍ଥିତି ଦୀର୍ଘଦିନ ଧରି ନ ସୁଧୁରିଲା ଭଳି ଲାଗୁଛି। ସରକାର ସହାୟତା ଲୋଡ଼ା ପଡୁଛି। ଏହା ହେଲେ ବ୍ୟବସାୟ ଆଗକୁ ବଢ଼ାଇବା ସହଜ ହେବ, ନିଯୁକ୍ତି କ୍ଷେତ୍ରରେ ଏହା ପ୍ରଭାବ ପକାଇବ ନାହିଁ।
– ରାଜେଶ ଗୁପ୍ତା, ଏମ୍‌ଡି, ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ

 

– ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂକୁ ଛାଡ଼ି ଶହୀଦନଗର ଏବଂ ବାପୁଜୀନଗର ଷ୍ଟୋରକୁ ଖୋଲାଯାଇଛି। ଷ୍ଟୋରରେ ସାମାଜିକ ଦୂରତ୍ୱ ନିୟମ ସହ ଅନ୍ୟ ନିରାପତ୍ତା ପଦକ୍ଷେପ ହାତକୁୁ ନିଆଯାଇଛି। ଲୋକଙ୍କୁ ବଜାର ସହ ଖାପ ଖୁଆଇବା ଲାଗି କିଛିଦିନ ଲାଗିବ। ମନରେ ଭୟ ରହିବା ଯୋଗୁ ଏବେ ଗ୍ରାହକଙ୍କ କ୍ରୟ ମନୋଭାବ ଉପରେ ପ୍ରଭାବ ରହିଛି। ଧୀରେ ଧୀରେ ଲୋକ ଆସୁଛନ୍ତି। ସ୍ଥିତିରେ ପରିବର୍ତ୍ତନ ଆସିବା ଲାଗି କିଛି ସମୟ ଲାଗିବ। ବର୍ତ୍ତମାନ ସାରା ବିଶ୍ୱକୁ କରୋନା କ୍ଷତିଗ୍ରସ୍ତ ହୋଇଛି। ସମଗ୍ର ଚେନ୍‌ ଏହାଦ୍ୱାରା ପ୍ରଭାବିତ। କିଭଳି ସ୍ଥିତି ସୁଧୁରିବ ସେହି ଆଶା ନେଇ କାରବାର ଆଗକୁ ବଢାଇବାକୁ ପଡୁଛି। ସାମାନ୍ୟ ସ୍ଥିତି ଆସିବାକୁ ଅନ୍ତତଃ ପକ୍ଷେ ୬ ମାସ ସମୟ ଲାଗିପାରେ।
– ଶିବପ୍ରସାଦ ପଣ୍ଡା, ସ୍ବତ୍ୱାଧିକାରୀ, ପଣ୍ଡା ଟ୍ରାଭେଲ ମାର୍ଟ


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri