ଚୌଦ୍ୱାର ଜେଲରେ କଏଦୀଙ୍କୁ ହତ୍ୟା

କଟକ ଅଫିସ୍‌/ ଚୌଦ୍ୱାର, (ଡି.ଏନ.ଏ.),୨୫।୬: ଚୌଦ୍ୱାର ଜେଲ ଭିତରେ ସୋମବାର ଜଣେ କଏଦୀଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ କଟକ ବିଡାନାସୀ ଥାନା ଅନ୍ତର୍ଗତ ତୁଳସୀପୁର ମଠସାହିର ଅଞ୍ଚଳର ରମେଶ ପ୍ରଧାନ(୫୫)। ତାଙ୍କ ସହ ଆଜୀବନ ସଜା କାଟୁଥିବା ଜଗତ୍‌ସିଂହପୁର ଜିଲା ବିରିଡି ଥାନା ଅନ୍ତର୍ଗତ ସଢେଇକଣା ଗ୍ରାମର ଜଳଧର ସାମଲ(୩୫)ଙ୍କ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଳଧର ଏକ କୋଦାଳରେ ରମେଶଙ୍କ ମୁଣ୍ଡକୁ ହାଣି ଦେଇଥିଲେ।
ଜେଲର ହେମନ୍ତ କୁମାର ସେଠୀଙ୍କ କହିବାନୁଯାୟୀ, ସ୍ତ୍ରୀଙ୍କୁ ହତ୍ୟା କରିବା ଅଭିଯୋଗରେ ରମେଶ ବିଡ଼ାନାସୀ ପୋଲିସ ଦ୍ୱାରା ଗିରଫ ହୋଇ ୨୦୧୧ରୁ ଚୌଦ୍ୱାର ଜେଲରେ ସଜା କାଟୁଥିବାବେଳେ ଜଳଧର ମଧ୍ୟ ଏକ ହତ୍ୟା ମାମଲାରେ ୨୦୧୨ରୁ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସବୁଦିନ ପରି ସୋମବାର ସକାଳ ୯ଟାରେ ଜେଲ ପରିସରସ୍ଥ ବଗିଚାରେ ୪୦ଜଣ କଏଦୀ ସଫେଇ କରୁଥିଲେ। ସେମାନଙ୍କ ମଧ୍ୟରେ ରମେଶ ଓ ଜଳଧର କାର୍ଯ୍ୟ କରୁଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ମାରପିଟ୍‌ ହୋଇଥିଲା। ଏହି ସମୟରେ ଜଳଧର ହାତରେ ଧରିଥିବା ଏକ କୋଦାଳରେ ରମେଶଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ଜେଲ ପକ୍ଷରୁ ତୁରନ୍ତ ରମେଶଙ୍କୁ ଏସ୍‌ସିବି ମେଡିକାଲକୁ ପଠାଯାଇଥିଲା। ମାତ୍ର ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏ ନେଇ ଜେଲର ସେଠୀ ଚୌଦ୍ୱାର ଥାନାରେ ଅଭିଯୋଗ କରିବା ପରେ କମିଶନରେଟ୍‌ ପୋଲିସର ଫରେନସିକ୍‌ ଟିମ୍‌ ଓ ଚୌଦ୍ୱାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ କୋଦାଳକୁ ଜବତ କରିଥିବାବେଳେ ଜଳଧରଙ୍କୁ ପଚରାଉଚରା କରିଛି। ଅନ୍ୟପକ୍ଷରେ ଏହି ଘଟଣାରେ କାର୍ଯ୍ୟରତ ୱାର୍ଡର ବାସୁଦେବ ବାସ୍କେଙ୍କୁ ନିଲମ୍ବନ କରାଯାଇଥିବାବେଳେ ଅନ୍ୟଜଣେ ୱାର୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଲ ଅଧୀକ୍ଷକ ରବୀନ୍ଦ୍ର ନାଥ ସ୍ବାଇଁ କହିଛନ୍ତି ା ସୂଚନାଥାଉ କି, ରମେଶ ସାଧାରଣ ୱାର୍ଡରେ ରହୁଥିବା ବେଳେ ଜଳଧର ତାଙ୍କ ସ୍ବାସ୍ଥ୍ୟଗତ କାରଣରୁ ମେଡିକାଲ ୱାର୍ଡରେ ରହିଆସୁଥିଲେ। ତେବେ କେଉଁ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ଘଟିଲା ତାହା ଅସ୍ପଷ୍ଟ ବୋଲି ଜେଲର ସେଠୀ କହିଛନ୍ତି ା
ସୂଚନାଯୋଗ୍ୟ, ଚୌଦ୍ୱାର ଜେଲ ପରିସରରେ ଗତ ମାର୍ଚ୍ଚ ୯ରେ ଶୁଭ୍ରାଂଶୁ ଶେଖର ଦାସ ଓରଫ ଟୋନି ନାମକ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଟୋନିଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଜେଲ୍‌ରୁ ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଜେଲ୍‌ରେ ନିଶା କାରବାରର ଭିଡିଓ ଭାଇରାଲକୁ ନେଇ ଟୋନିଙ୍କୁ ମାଡ ମରାଯିବାରୁ ତାଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାବାଦ୍‌ ୨୦୧୩ ଜୁଲାଇରେ ପ୍ରମୋଦ ରାଉତ ନାମକ ଜଣେ ଅନ୍ତେବାସୀ ସୁଶୀଲ ମହାନ୍ତି ନାମକ ଅନ୍ୟ ଜଣେ ଅନ୍ତେବାସୀଙ୍କ ପେଟରେ ଏକ ଷ୍ଟିଲ ଚାମଚ ଭର୍ତ୍ତି କରିଦେଇଥିଲେ। ଫଳରେ ସୁଶୀଲଙ୍କୁ ଗୁରୁତର ଅବସ୍ଥାରେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅପରେଶନ କରାଯିବା ପରେ ସେ ଆରୋଗ୍ୟ ହୋଇଥିଲେ। କେବଳ ଏତିକି ନୁହେଁ ଚୌଦ୍ୱାର ଜେଲ ଭିତରେ ନିଶା କାରବାର, ମାରଣାସ୍ତ୍ର ବାହାରିବା ଭଳି ଘଟଣା ମଧ୍ୟ ଅତୀତରେ ଘଟିଛି। ମୋଟାମୋଟି ଭାବେ ଚୌଦ୍ୱାର ଜେଲରେ ସୁରକ୍ଷାକୁ ନେଇ ବଡ଼ଧରଣର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri