ଚୋରି ଘଟଣା: ୪ ଗିରଫ

କଟକ ଅଫିସ,୧୬ା୯ : ଦୁଇଟି ଚୋରି ଘଟଣାରେ ମଙ୍ଗଳାବାଗ ପୋଲିସ ରବିବାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଯୋବ୍ରା ଅଞ୍ଚଳର ଦେବବ୍ରତ ସାମଲ ଓରଫ ପିଣ୍ଟୁ, ପୁରୁଣା ତିଗିରିଆର କାହ୍ନୁ ଚରଣ ନାୟକ, କଲେଜ ଛକ ଅଞ୍ଚଳର ବିଶ୍ୱନାଥ ମୁଦୁଲିଆର ଓରଫ ଶିବ ଓ ପାଟ୍ରାସାହିର ସୀମାଞ୍ଚଳ ରାଓ। ସେମାନଙ୍କ ନିକଟରୁ ଗୋଟିଏ ଲୁହାରଡ, ଦୁଇଟି ବାଇକ୍‌, ୪ଟି ଏଟିଏମ୍‌ ଖୋଳ, କିଛି ଶାଢୀ ଓ ଜିନ୍ସପ୍ୟାଣ୍ଟ ଜବତ କରାଯାଇଛି। ଏହି ଘଟଣାରେ ଅନ୍ୟ ଜଣେ ଫେରାର ଥିବାବେଳେ ପୋଲିସ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ପୋଲିସ ସୂତ୍ରରୁ ପ୍ରକାଶ, ଶଙ୍କରଲାଲ ମାହେଶ୍ୱରୀଙ୍କର କଲେଜ ଛକରେ ଏକ ଶାଢୀ ଶୋରୁମ୍‌ ରହିଛି। ଗତ ମେ’ ୪ ରାତିରେ ଦୁର୍ବୃତ୍ତମାନେ ତାଙ୍କ ଶୋ’ରୁମ୍‌ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଦାମୀ ଶାଢି ଓ ଡ୍ରେସ୍‌ ଚୋରି କରିନେଇଥିଲେ। ଏହାର ପରଦିନ ସକାଳେ ଦୋକାନ ପାଖରେ ରହୁଥିବା ପଡୋଶୀଙ୍କଠାରୁ ଫୋନ୍‌କଲ ପାଇ ଶଙ୍କରଲାଲ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁବୃର୍ତ୍ତମାନେ ଦୋକାନ ଡ୍ର ଭାଙ୍ଗି ସମସ୍ତ ଟଙ୍କା ଓ ଶାଢୀ ଚୋରି କରିଥିବା ଦେଖିବା ପରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ ମାମଲା(ନଂ.୧୧୦/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ରବିବାର ଗିରଫ ପରେ ପୋଲିସ ପଚରାଉଚରା କରିବାବେଳେ ଅନ୍ୟ ଏକ ବଡ ଘଟଣା ସାମ୍ନାକୁ ଆସିଥିଲା। ଜୁନ୍‌ ୨୮ରେ ମଙ୍ଗଳାବାଗ ଏସ୍‌ବିଆଇ ବ୍ୟାଙ୍କରେ ହୋଇଥିବା ଚୋରିରେ ସମ୍ପୃକ୍ତି ଥିବା ନେଇ ସେମାନେ ପୋଲିସ ନିକଟରେ ସ୍ବୀକାର କରିଥିଲେ। ବ୍ୟାଙ୍କର ଲକିଂ ସିଷ୍ଟମ ଭାଙ୍ଗି ଭିତରେ ସେମାନେ ପଶିଥିଲେ। ହେଲେ ବ୍ୟାଙ୍କ୍‌ରେ ଲାଗିଥିବା ଆଲାରାମ୍‌ ବାଜିବାରୁ ଟଙ୍କା ଚୋରି ନ କରିପାରି ସେମାନେ ପଳାଇ ଯାଇଥିଲେ। ଯିବା ସମୟରେ ବ୍ୟାଙ୍କର ଜରୁରି କାଗଜପତ୍ର, ଏଟିଏମ୍‌ ଖୋଳ, ଡାଏରି, କାଲ୍‌କୁଲେଟର ଓ ବ୍ୟାଙ୍କ ଲକର ଚାବି ନେଇଥିଲେ। ଏ ନେଇ ଏସ୍‌ବିଆଇ ଚିଫ୍‌ ମ୍ୟାନେଜର ଭବାନୀ ଶଙ୍କର ମହାନ୍ତିଙ୍କ ପକ୍ଷରୁ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri