Posted inଜାତୀୟ

ଚୋରା ସୁନା କାରବାର: ଚେର ଲମ୍ବିଛି ମ୍ୟାନ୍‌ମାର୍‌ରୁ ଦିଲ୍ଲୀ

ନୂଆଦିଲ୍ଲୀ,୧।୭: ମ୍ୟାନ୍‌ମାର୍‌-ଭାରତ ସୀମାରେ ବେଧଡ଼କ ଚୋରା ସୁନା କାରବାର ଜାରି ରହିଛି। ଏହି କାରବାରର ଚେର ସୀମାବର୍ତ୍ତୀ ଅଞ୍ଚଳରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ଇମ୍ଫାଲରେ ଚୋରା ସୁନା ପହଞ୍ଚିବା ପରେ ଏହାକୁ ନାଗାଲାଣ୍ଡର ଦିମାପୁର ଏବଂ ଆସାମର ସିଲଚର ପଠାଯାଇଥାଏ। ପରେ ଏହାକୁ ପଶ୍ଚିମବଙ୍ଗର କୋଲକତା ଏବଂ ଦିଲ୍ଲୀ ପଠାଯାଇଥାଏ। ମ୍ୟାନ୍‌ମାରର ତାମୁ ଏବଂ ମଣିପୁରର ମୋରେଶ୍‌ରେ ଚୋରା ସୁନା କାରବାର ହୋଇଥାଏ। ମ୍ୟାନ୍‌ମାରରେ ସୁନା ଦର ଭାରତ ତୁଳନାରେ ୪-୫ ଶହ ଟଙ୍କା କମ୍‌। ଭାରତରେ ସୁନା ଉପରେ ୧୦ ପ୍ରତିଶତ କଷ୍ଟମ୍‌ ଡ୍ୟୁଟି ସହିତ ୩ ପ୍ରତିଶତ ଜିଏସ୍‌ଟି ଲାଗୁହୋଇଥାଏ। ୨୦୧୭-୧୮ରେ ଭାରତୀୟ କଷ୍ଟମ୍‌ ବିଭାଗ ପକ୍ଷରୁ ୩ହଜାର ୨ ଶହ ୨୩ କିଲୋଗ୍ରାମ୍‌ ସୁନା ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୯ଶହ ୭୪ କୋଟିଥିଲା। ୨୦୧୫-୧୬ରେ ୧,୧୧୯.୧ କୋଟି ଟଙ୍କା ମୂଲ୍ୟର ସୁନା ଜବତ ହୋଇଥିଲା। ସେହିପରି ୨୦୧୪-୧୫ରେ ଜବତ ହୋଇଥିବା ଚୋରା ସୁନାର ମୂଲ୍ୟ ୬୯୨.୩ କୋଟି ଟଙ୍କା ଥିଲା। ୨୦୧୩-୧୪ରେ ୯୯.୩ କୋଟି ଟଙ୍କା ମୂଲ୍ୟର ସୁନା ଜବତ ହୋଇଥିଲା। ଭାରତ-ମ୍ୟାନ୍‌ମାର ମଧ୍ୟରେ ଦୀର୍ଘ ୧,୬୪୩ କିଲୋମିଟର ସୀମା ରହିଛି। ଏହା ଭାରତର ମଣିପୁର, ମିଜେରାମ୍‌, ନାଗାଲାଣ୍ଡ ଏବଂ ଅରୁଣାଚଳପ୍ରଦେଶ ଆଦି ୪ଟି ରାଜ୍ୟ ଦେଇ ଯାଇଛି। ମଣିପୁରର ତାମୁ-ମୋରେଶ୍‌-ଇମ୍ଫାଲ୍‌ ଏବଂ ମିଜୋରାମ୍‌ର ଜୋଖାଟଓ୍ବର ରାସ୍ତା ଦେଇ ଭାରତ-ମ୍ୟାନମାର୍‌ ମଧ୍ୟରେ ଯୋଗାଯୋଗ ଜାରି ରହିଛି। ଚୋରା ସୁନା କାରବାର ବୃଦ୍ଧି ପାଉଥିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ

ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…

ସରିଯିବ ତେଲ, ବଞ୍ଚିପାରିବେନି କୌଣସି ଦେଶ! ଯୁଦ୍ଧ ମଧ୍ୟରେ ବଡ଼ ଶକ୍ତି ସଙ୍କଟକୁ ନେଇ ଚେତାବନୀ ଦେଲେ IEA ମୁଖ୍ୟ

ତେହରାନ୍‌,୨୩।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମେଣ୍ଟ ମଧ୍ୟରେ ସଂଘର୍ଷ ପ୍ରାୟ ତିନି ସପ୍ତାହ ଧରି ଚାଲିଛି, କିନ୍ତୁ ବର୍ତ୍ତମାନ ଏହାର କୌଣସି ଅନ୍ତ ଦେଖାଯାଉନାହିଁ। ଏହି ସମୟରେ,…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ,୨୩।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ତପୁର ବିଧାନସଭା କ୍ଷେତ୍ରର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ନନ୍ଦିପଦା ପୋଲିସ…

ବାଇକ ସହ ମୁହାଁମୁହିଁ ହେଲା ଭାଜପା ନେତାଙ୍କ ଗାଡ଼ି, ଚିଟିଙ୍ଗ ଘାଟିରେ….

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଚିଟିଙ୍ଗ ଘାଟିରେ ସଡ଼କ ଦୁର୍ଘଟଣା ହୋଇଛି । କାର – ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଚନ୍ଦ୍ରଗିରି ଚିଟିଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri