‘ବିକ୍ରମ’ର ସନ୍ଧାନ ପାଇଲେ ଚେନ୍ନାଇ ଇଞ୍ଜିନିୟର

ଓ୍ବାଶିଂଟନ/ନୂଆଦିଲ୍ଲୀ,୪ା୧୨: ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ହାର୍ଡ ଲ୍ୟାଣ୍ଡିଂ କରିବାର ୨୦ ଦିନ ପରେ ଅର୍ଥାତ୍‌ ସେପ୍ଟେମ୍ବର ୨୬ରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଉକ୍ତ ସ୍ଥାନର ଏକ ମୋଜାଇକ୍‌ ଛବି ଜାରି କରିଥିଲା। ଏହାସହ ବିକ୍ରମକୁ ଖୋଜି ବାହାର କରିବାରେ ସାହାଯ୍ୟ ପାଇଁ ଲୋକଙ୍କୁ ଅନୁରୋଧ କରିଥିଲା। ଏହାର ମାତ୍ର ସପ୍ତାହେ ପରେ (ଅକ୍ଟୋବର ୩ରେ) ଚେନ୍ନାଇର ୩୩ ବର୍ଷୀୟ ମେକାନିକାଲ୍‌ ଇଞ୍ଜିନିୟର ଶନମୁଗା ସୁବ୍ରମଣ୍ୟମ୍‌ ନାସାର ହ୍ୟାଣ୍ଡଲ, ଏହାର ଲୁନାର୍‌ ରିକନାଇସାନ୍ସ ଅର୍ବିଟର (ଏଲ୍‌ଆର୍‌ଓ) ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ଏକ ଟୁଇଟ୍‌ରେ ଟ୍ୟାଗ୍‌ କରିଥିଲେ। ଏଥିରେ ସେ ନିରୀହ ଭାବେ ପ୍ରଶ୍ନ କରିଥିଲେ, ‘ଏହା ବିକ୍ରମ ଲ୍ୟାଣ୍ଡର କି?’ ଶେଷରେ ତାହା ହିଁ ଶନମୁଗାଙ୍କୁ ବାଟ କଢ଼ାଇ ନେଇଯାଇଥିଲା ନିଷ୍କର୍ଷ ଯାଏ ।
୨୦୧୯ ସେପ୍ଟେମ୍ବର ୬ ରାତି ୨ଟା ୧୫ ମିନିଟ। ଏହା ହେଉଛି ସେହି ସମୟ, ଯେତେବେଳେ ଜହ୍ନ ରାଇଜରେ ନିଖୋଜ ହୋଇଯାଇଥିଲା ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’।
ଇସ୍ରୋ ପକ୍ଷରୁ ଜୁଲାଇ ୨୨ରେ ଲଞ୍ଚ୍‌ ହୋଇଥିବା ଉକ୍ତ ମିଶନର ଲ୍ୟାଣ୍ଡର ରାତି ୧ଟା ୫୩ରେ ଚନ୍ଦ୍ରର ଦକ୍ଷିଣ ମେରୁକୁ ସ୍ପର୍ଶ କରିବାକୁ ଥିବାବେଳେ ଶେଷ ମୁହୂର୍ତ୍ତରେ ଏହାସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଚନ୍ଦ୍ରପୃଷ୍ଠରେ ବିକ୍ରମ ଅବତରଣ କରିବା ପରେ ତା’ଠାରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇ ଜଳର ସନ୍ଧାନ କରିବା ସହ ଅନ୍ୟାନ୍ୟ ବିଷୟ ଉପରେ ଅନୁଧ୍ୟାନ କରିବ ଏବଂ ଭବିଷ୍ୟତରେ ଚନ୍ଦ୍ରକୁ ମଣିଷର ଯାତ୍ରାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଥିଲା। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ କରିଥିଲା ଇସ୍ରୋ। ହେଲେ ହାର୍ଡଲ୍ୟାଣ୍ଡିଂର ଶେଷ ୧୫ ମିନିଟ ଅତିକ୍ରମ କରିବା ପରେ ମଧ୍ୟ କଣ୍ଟ୍ରୋଲ ରୁମ୍‌କୁ କୌଣସି ସୂଚନା ମିଳି ନ ଥିଲା। ଶେଷରେ ପୂର୍ବରୁ ହସ୍ତଗତ ହୋଇଥିବା ସଙ୍କେତକୁ ବିଶ୍ଳେଷଣ କରାଯିବ ବୋଲି ଘୋଷଣା କରିଥିଲେ ଇସ୍ରୋ ଅଧ୍ୟକ୍ଷ କେ.ଶିବନ୍‌। ଏହା ପରେ ଆରମ୍ଭ ହୋଇଥିଲା ‘ବିକ୍ରମ’ ଖୋଜା। ଏହାକୁ ଠାବ କରିବା ପାଇଁ ନାସା ମଧ୍ୟ ସହାୟତାର ହାତ ବଢ଼ାଇଥିଲା। ହେଲେ ଆମେରିକାର ମହାକାଶ ଗବେଷଣା ସଂସ୍ଥାକୁ ବି ମିଳି ନ ଥିଲା ବିଶେଷ ସଫଳତା। ବିଶ୍ୱର ଅନେକ ମହାକାଶ ବିଜ୍ଞାନୀ ଏଥିରେ ଫେଲ୍‌ ମାରିବା ପରେ ମେକାନିକାଲ ଇଞ୍ଜିନିୟର ତଥା କମ୍ପ୍ୟୁଟର ପ୍ରୋଗ୍ରାମର୍‌ ଶାନମୁଗା ସୁବ୍ରମଣ୍ୟମ୍‌ ବିକ୍ରମର ଭଗ୍ନାବଶେଷକୁ ଠାବ କରିଛନ୍ତି। ନାସା ପକ୍ଷରୁ ଜାରି ଫଟୋକୁ ଉପଯୋଗ କରି ସେ ଚନ୍ଦ୍ରର ଦକ୍ଷିଣ ମେରୁରେ ଏହାର ସନ୍ଧାନ ପାଇଛନ୍ତି।
ଚେନ୍ନାଇସ୍ଥିତ ଲେନ୍ନୋକ୍ସ ଇଣ୍ଡିଆ ଟେକ୍ନୋଲୋଜି ସେଣ୍ଟରରେ ଜଣେ ବୈଷୟିକ ସ୍ଥପତି ଭାବେ କାର୍ଯ୍ୟରତ ଶନମୁଗାଙ୍କ ଘର ତାମିଲନାଡ଼ୁର ମଦୁରାଇରେ। ସେ ପୂର୍ବରୁ କଗ୍ନିଜେଣ୍ଟ ପାଇଁ ଜଣେ ପ୍ରୋଗ୍ରାମ ଆନାଲିଷ୍ଟ ଭାବେ କାର୍ଯ୍ୟ କରିଥିଲେ। ନାସାର ଏଲ୍‌ଆର୍‌ଓ ସେପ୍ଟେମ୍ବର ୧୭, ଅକ୍ଟୋବର ୧୪, ୧୫ ଓ ନଭେମ୍ବର ୧୧ରେ ଉଠାଇଥିବା ଫଟୋଗୁଡ଼ିକୁ ଶନମୁଗା ଅନୁଧ୍ୟାନ କରି ବିକ୍ରମର ଭଗ୍ନାବଶେଷକୁ ଠାବ କରିଥିଲେ। ଏହି ଆବିଷ୍କାର ପରେ ନିଜ ସଫଳତା ନେଇ ସେ ନାସାକୁ ଇ-ମେଲ୍‌ରେ ଅବଗତ କରାଇଥିଲେ। ଶନମୁଗାଙ୍କ କୃତିତ୍ୱକୁ ସୁନିଶ୍ଚିତ କରିବା ପାଇଁ ନାସା କିଛି ସମୟ ନେଇଥିଲା। ଶେଷରେ ଏହା ହିଁ ବିକ୍ରମର ଭଗ୍ନାବଶେଷ ବୋଲି ନାସା ଡେପୁଟି ପ୍ରୋଜେକ୍ଟ ସାଇଣ୍ଟିଷ୍ଟ (ଏଲ୍‌ଆର୍‌ଓ ମିଶନ) ଜନ୍‌ କେଲର୍‌ ମଙ୍ଗଳବାର ତାଙ୍କ ନିକଟକୁ ପତ୍ର ଲେଖି ଧନ୍ୟବାଦ ଦେବା ସହ ଅଭିନନ୍ଦନ ଜଣାଇଛନ୍ତି। ନାସା ପକ୍ଷରୁ ବିକ୍ରମର ଅବସ୍ଥିତି ସମ୍ପର୍କିତ ଫଟୋକୁ ମଧ୍ୟ ଟୁଇଟ୍‌ କରାଯାଇଛି। ଏହି ବିରଳ ସଫଳତା ପରେ ଶନମୁଗା କହିଛନ୍ତି, ବିକ୍ରମର କ୍ରାଶ୍‌ ସାଇଟ୍‌ରୁ ଭଗ୍ନାବଶେଷର ଦୂରତା ହେଉଛି ୭୫୦ ମିଟର। ନାସାର ମୋଜାଇକ୍‌ ଫଟୋରେ ଏକ କ୍ଷୀଣ ଆଲୋକ ରହିଥିଲା, ଯାହାକି ଲ୍ୟାଣ୍ଡିଂ ପୂର୍ବ ଫଟୋରେ ନ ଥିଲା। ତାହା ହିଁ ବିକ୍ରମ ବୋଲି ମୋ ମନରେ ଧାରଣା ସୃଷ୍ଟି ହେଲା। ଏହା ପ୍ରମାଣିତ କରିବା ପାଇଁ ଦିନକୁ ୭ରୁ ୮ ଘଣ୍ଟା ଧରି ଫଟୋଗୁଡ଼ିକୁ ଅନୁଧ୍ୟାନ କରୁଥିଲି। କଠିନ ପରିଶ୍ରମ ପରେ ସଫଳତା ମିଳିଥିବାରୁ ମୁଁ ବହୁତ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

ପଥଚାରୀଙ୍କୁ ପିଟିଦେଲା ବାଇକ୍‌: ପରିବହନ ବିଭାଗ କ୍ୟାମେରା ଆଗରେ ଘଟିଲା…

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଲାସପଦର ଛକ ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ ଚାଳକ ଜଣେ ପଥଚାରୀଙ୍କୁ…

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ନୋଟିସ: ଅପମାନଜନକ ମନ୍ତବ୍ୟ ଦେଇ…

ନୂଆଦିଲ୍ଲୀ,୧୮ା୫:ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇଥିବାବେଳେ ଏବେ ତାଙ୍କୁ ରାଜ୍ୟ ସଭାରେ ସ୍ବାଧିକାର ଭଙ୍ଗର ସମ୍ମୁଖୀନ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ସାମ୍ନାକୁ ଆସିଲା ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର: ଦେଖିବାକୁ…

ନୂଆଦିଲ୍ଲୀ,୧୮।୫: ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର ସାମ୍ନାକୁ ଆସିଛି। ଏହି ଟ୍ରେନ୍‌ଟି ଗୁଜରାଟରେ ପ୍ରଥମଥର ପାଇଁ ଚାଲିବାକୁ ଯାଉଛି। ଏଥିରେ ଏକ କେଶର ରଙ୍ଗ(ଗେରୁଆ) ରହିବ।…

ଏବେ ଶେଷ ହୋଇଯିବ ଯୁଦ୍ଧ! ଇରାନ ଆମେରିକାକୁ ପଠାଇଲା ଏଭଳି ଏକ ଜିନିଷ, ଦେଖିଲେ କ’ଣ ରାଜି ହୋଇଯିବେ ଟ୍ରମ୍ପ?

ନୂଆଦିଲ୍ଲୀ,୧୮।୫: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନ ଆମେରିକା ସହିତ ଏକ ସଂଶୋଧିତ ଶାନ୍ତି ପ୍ରସ୍ତାବ ଶେୟାର କରିଛି। ସୋମବାର ଏକ ପାକିସ୍ତାନୀ…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…

ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ କୀର୍ତ୍ତିମାନ: IPL ଇତିହାସରେ କେହି ଏମିତି ରେକର୍ଡ ହାସଲ କରିପାରିନାହାନ୍ତି

ନୂଆଦିଲ୍ଲୀ,୧୮।୫: ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଛୋଟ IPL କ୍ୟାରିୟର ମଧ୍ୟରେ ଅନେକ ରେକର୍ଡ ସ୍ଥାପନ କରିସାରିଛନ୍ତି। ତାଙ୍କ କ୍ୟାରିୟରରେ ସୂର୍ଯ୍ୟବଂଶୀ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri