ଚେଇଁ ଶୋଇଛନ୍ତି ବିଏମ୍‌ସି ଡ୍ରେନେଜ ବିଭାଗ ଅଧିକାରୀ: ସହରର ୪୦% ଡ୍ରେନ୍‌ରେ ଢାଙ୍କୁଣି ନାହିଁ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଧୀନ ୬୭ଟି ଓ୍ବାର୍ଡରେ ମୋଟ ୬୫୦କିମିର ଆଭ୍ୟନ୍ତରୀଣ ଡ୍ରେନ ଓ ୬୦ କିମିର ୧୦ଟି ମୁଖ୍ୟ ଡ୍ରେନ୍‌ ରହିଛି। ତନ୍ମଧ୍ୟରୁ ପୂର୍ତ୍ତ ବିଭାଗର କେତୋଟି ଡ୍ରେନକୁ ବାଦ୍‌ ଦେଲେ ବାକି ସବୁ ବିଏମ୍‌ସି ଦ୍ୱାରା ରକ୍ଷଣାବେକ୍ଷଣ ହୋଇଥାଏ। ୬୭ଟି ଓ୍ବାର୍ଡ ମଧ୍ୟରୁ ୩୦ରୁ ୩୫ଟି ଓ୍ବାର୍ଡରେ ଡ୍ରେନେଜ୍‌ ପୁନରୁଦ୍ଧାର, ସଫେଇ ଓ ନୂଆ ଡ୍ରେନ ନିର୍ମାଣ କାମ ସରିଥିବା ଜଣାପଡ଼ିଛି। ଅନ୍ୟ ୩୨ଟି ଓ୍ବାର୍ଡରେ ସ୍ଥିତି ନ କହିବା ଭଲ। କେଉଁଠି କାର୍ଯ୍ୟ ମନ୍ଥର ତ କେଉଁଠି ଆରମ୍ଭ ହୋଇନାହିଁ। ମୁଖ୍ୟ ଡ୍ରେନ ବ୍ୟତୀତ ଅନ୍ୟ ସମସ୍ତ ଡ୍ରେନରେ ଢାଙ୍କୁଣି ପକାଇବା ଲାଗି ବିଏମ୍‌ସିକୁ ନିର୍ଦ୍ଦେଶ ରହିଛି। ହେଲେ କର୍ତ୍ତୃପକ୍ଷଙ୍କ ଅବହେଳା ଓ ମନମୁଖି ଯୋଗୁ ଏବେ ବି ରାଜଧାନୀର ୩୦ରୁ ୪୦ ପ୍ରତିଶତ ଡ୍ରେନରେ ଢାଙ୍କୁଣି ପଡି ପାରିନାହିଁ। ମୁକୁଳା ପଡ଼ିଥିବା ଡ୍ରେନ୍‌ଗୁଡ଼ିକରେ ପିଲା, ବୃଦ୍ଧାବୃଦ୍ଧ ଖସିପଡ଼ି ଆଘାତପ୍ରାପ୍ତ ହେଉଛନ୍ତି। ଏପରି କି ଅନେକ ସମୟରେ ଲୋକଙ୍କ ଜୀବନ ଯାଉଛି। ଗୁରୁବାର ସନ୍ଧ୍ୟାରେ ଜୟଦେବ ବିହାର ଭିଲ୍ଲା ଛକ ନିକଟ ଡ୍ରେନ୍‌ରେ ସାଲିଆସାହି ଆଦିବାସୀ ଗଁ।ର ବୃଦ୍ଧା ଟି.ଆକାମ୍ମା ଖସିପଡ଼ିଥିଲେ। ଫଳରେ ପାଣି ସ୍ରୋତରେ ସେ ଭାସିଯାଇ ପ୍ରାଣ ହରାଇଥିଲେ। ଏହି ଘଟଣାର ୨୪ ଘଣ୍ଟା ପରେ ବି ଉକ୍ତ ଡ୍ରେନ୍‌ରେ ଢାଙ୍କୁଣି ପକାଯାଇନାହିଁ। ଏଥିଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷେ ଏ ନେଇ ଲୋକେ ସଚେତନ ହେଉନାହାନ୍ତି। ଡ୍ରେନ ଉପରେ ଯାତାୟାତ କରୁଛନ୍ତି। ବେପରୁଆ ଭାବେ ଯାତାୟାତ କରିବା ଦ୍ୱାରା ଏଭଳି ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ମୃତ ବୃଦ୍ଧା ଟି ଆକ୍କାମ୍ମାଙ୍କ ସ୍ବାମୀ ଟି ମଧାୟାଙ୍କୁ ବିଏମ୍‌ସି ପକ୍ଷରୁ ୨ ଲକ୍ଷ ଟଙ୍କା ସହାୟତା ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ପକ୍ଷରୁ ୧ ଲକ୍ଷ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।

କ୍ଷତିପୂରଣ, ତଦନ୍ତ ନିର୍ଦ୍ଦେଶ ପାଇଁ ଓଏଚ୍‌ଆରସିରେ ଅଭିଯୋଗ
ଭୁବନେଶ୍ୱର, ୨୬ା୭(ବ୍ୟୁରୋ): ବିଏମ୍‌ସିର ବେପରୁଆ ମନୋଭାବ ଯୋଗୁ ମୁକୁଳା ଡ୍ରେନରେ ବୃଦ୍ଧା ଭାସିଯାଇ ମୃତ୍ୟୁ ବରଣ କଲେ। ତେଣୁ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ତଦନ୍ତ ନିର୍ଦ୍ଦେଶ ଦାବିରେ ଓଡ଼ିିଶା ବିକାଶ ପରିଷଦ ପକ୍ଷରୁ ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ ହୋଇଛି। ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢୀ ଏହି ପିଟିଶନ ଦାଖଲ କରିଛନ୍ତି। ରାଜ୍ୟ ସରକାର କ୍ଷତିପୂରଣ ଦେବା ସହ ଘଟଣାର ତଦନ୍ତ କରିବାକୁ ସେ ତାଙ୍କ ପିଟିଶନରେ ମାନବାଧିକାର କମିଶନଙ୍କୁ ନିବେଦନ ଜଣାଇଛନ୍ତି।

ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା

ଡ୍ରେନରେ ଭାସି ପ୍ରାଣ ହରାଇଥିବା ଟି. ଆକାମ୍ମାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ ସହାୟତା ରାଶି ପ୍ରଦାନ କରାଯାଇଛି। ବିଧାୟକ ରାଉତ ୬୦ ହଜାର ଟଙ୍କା ନଗଦ ଦେବା ସହ ୫୦ ହଜାର ଟଙ୍କା ଚେକ୍‌ ଆକାରରେ ପ୍ରଦାନ କରିଛନ୍ତି। ଏ ଅବସରରେ ସେ କହିଛନ୍ତି, ନଗଦ ଟଙ୍କାରେ ତାଙ୍କ ପରିବାର ଲୋକେ ଶୁଦ୍ଧ କର୍ମ କରିବେ। ହଠାତ୍‌ ତାଙ୍କ ପରିବାର ଉପରେ ଏପରି ଏକ ସମସ୍ୟା ଦେଖାଦେଇଛି। ଏଥିପାଇଁ କେହି ବି ପ୍ରସ୍ତୁତ ନ ଥିବେ। ସେଥିପାଇଁ ଏହି ସହାୟତା ରାଶି ଦିଆଯାଇଛି ବୋଲି ସେ କହିଥିଲେ। ଶୁକ୍ରବାର ସନ୍ଧ୍ୟାରେ ବିଧାୟକ ରାଉତ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସହାୟତା ରାଶି ପ୍ରଦାନ କରିଥିଲେ।
ସେହିପରି ବିଏମ୍‌ସି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ସାଢେ ୧୦ଟାରେ କମିଶନରଙ୍କ ଘୋଷଣା ଅନୁଯାୟୀ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ରିଲିଫ ପାଣ୍ଠିରୁ ଏହି ସହାୟତା ଦିଆଯାଇଥିଲା। ଜୋନାଲ ଗୋଷ୍ଠୀ ସଙ୍ଗଠକ ପ୍ରଶାନ୍ତ କୁମାର ରାଉତ ଓ ଗୋଷ୍ଠୀ ସଙ୍ଗଠକ ରଶ୍ମିତା ମହାନ୍ତି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଏହି ସହାୟତା ପ୍ରଦାନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଆଉ ୧ ଲକ୍ଷ ୭୦ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରିଥିଲେ। ଯାହାକୁ ବିଧାୟକ ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଉପସ୍ଥିତିରେ ବିଏମ୍‌ସି କର୍ତ୍ତୃପକ୍ଷ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri