ଚିଲିକା ଡଙ୍ଗାବୁଡ଼ି ଘଟଣାରେ ୪ ଗିରଫ

ବାଲୁଗାଁ,୩।୨(ଡି.ଏନ୍‌.ଏ.): ରବିବାର ସନ୍ଧ୍ୟାରେ ଚିଲିକା ଡଙ୍ଗା ବୁଡ଼ି ଘଟଣାରେ ସମ୍ପୃକ୍ତ ଡଙ୍ଗା ମାଲିକଙ୍କ ସମେତ ୪ ଜଣଙ୍କୁ ବାଲୁଗାଁ ଥାନା ପୋଲିସ ଗିରଫ କରିଛି। ଅନ୍ୟପକ୍ଷେ ଚିଲିକାରେ ବିନା ଲାଇସେନ୍ସରେ ଚଳାଚଳ କରୁଥିବା ଯାତ୍ରୀବାହୀ ଓ ମାଛଧରା ଡଙ୍ଗା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୋମବାର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ମଙ୍ଗଳବାରଠାରୁ ସମଗ୍ର ଚିଲିକାରେ ଚଢ଼ାଉ କରାଯାଇ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି।
ଦୁର୍ଘଟଣାର ଶିକାର ହୋଇଥିବା ଡଙ୍ଗାର ରେଜିଷ୍ଟ୍ରେଶନ ନଂ.ଆଇଏନ୍‌ଡି-ଓଆର-୦୬-ଏମ୍‌ଓ-୧୦୫୩୪ ଏବଂ ମାଲିକ ସ୍ଥାନୀୟ ଚନ୍ଦ୍ରାପୁଟ ଗ୍ରାମର ନବଘନ ଜାଲି ବୋଲି ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ କ୍ଷେତ୍ରବାସୀ ବେହେରା ସୂଚନା ଦେଇଛନ୍ତି। ବାଲୁଗାଁ ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଏ ସଂକ୍ରାନ୍ତରେ ଦଫା ୨୮୦,୩୩୭,୩୩୮,ଆଇପିସି ୩୪ ଧାରା ଅନୁଯାୟୀ ନଂ. ୧୮/୨୦ରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଡଙ୍ଗା ମାଲିକଙ୍କ ସମେତ ୩ କର୍ମଚାରୀ ଅଶୋକ ଜାଲି, ବିଶେଖ ଜାଲି ଓ ସୁଦର୍ଶନ ଜାଲିଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ରବିବାର ସକାଳେ ବାଲୁଗାଁ ନିକଟସ୍ଥ ବଡ଼କୂଳ, କୋରିଆସାହି, କାନ୍ଥମାଳ, ଆଙ୍କୁଲା ଓ ଚନ୍ଦ୍ରାପୁଟ ଗ୍ରାମର ୪୫ଜଣ ମହିଳା ଓ ପୁରୁଷ ଚିଲିକା ମଧ୍ୟସ୍ଥ କାଳିଜାଈ ପୀଠକୁ ଦର୍ଶନ ଏବଂ ବଣଭୋଜି ପାଇଁ ୩ଟି ମାଛଧରା ଡଙ୍ଗା ଯୋଗେ ଯାଇଥିଲେ। ସେଠାରେ ଭୋଜିସାରି ସନ୍ଧ୍ୟାରେ ଫେରୁଥିବା ବେଳେ ପ୍ରତିକୂଳ ପାଗ ସହ ବର୍ଷାପବନ ହୋଇଥିଲା। ୩ଟି ଡଙ୍ଗା ମଧ୍ୟରୁ ଗୋଟିଏ ଡଙ୍ଗାରେ ଭୋଜିସାମଗ୍ରୀ ସହ କିଛି ଯାତ୍ରୀ ଥିଲେ ଏବଂ ଅନ୍ୟ ଏକ ଡଙ୍ଗାରେ ୧୫ ଜଣ ଯାତ୍ରୀ ଥିବାବେଳେ ତୃତୀୟ ଡଙ୍ଗାରେ ୨୫ ଯାତ୍ରୀଙ୍କ ସମେତ ମାଛଧରା ସରଞ୍ଜାମ ମହଜୁଦ ଥିଲା। ପ୍ରଥମ ଦୁଇଟି ଡଙ୍ଗା ସୁରକ୍ଷିତ ଭାବେ ଆସୁଥିବା ବେଳେ ତୃତୀୟ ଡଙ୍ଗାଟି କାଳିଜାଈ ଗଣ୍ଡଠାରୁ ଅନତି ଦୂରରେ ପହଞ୍ଚିଥିବା ବେଳେ ଏହି ସମୟରେ ପବନ ବହିବା ଯୋଗୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ତେବେ ସୌଭାଗ୍ୟବଶତଃ ନିକଟରେ ଥିବା ଅନ୍ୟ ମାଛଧରା ଡଙ୍ଗା ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ। ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନେ ଚିକିତ୍ସାଧୀନ ଅଛନ୍ତି।
ଏହି ପରିପ୍ରେକ୍ଷୀରେ ସୋମବାର ବାଲୁଗାଁ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ପୋଲିସ, ସିଡିଏ, ମତ୍ସ୍ୟ ବିଭାଗ, ଅନ୍ତର୍ଦେଶୀୟ ଜଳପଥ ପରିବହନ ବିଭାଗ ଓ ଚିଲିକା ତହସିଲର ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଥିବା ବେଳେ ମଙ୍ଗଳବାରଠାରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଲାଇସେନ୍ସ ନ ଥିବା ଉଭୟ ମାଛଧରା ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ନିଷିଦ୍ଧ କରାଯିବ ଏବଂ ଖିଲାପ କଲେ ସମ୍ପୃକ୍ତ ଡଙ୍ଗା ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲୁଗାଁ ଥାନା ଆଇଆଇସି ରମାକାନ୍ତ ମହାଳିକ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୮ ଜୁନ୍‌ ୧୬ ତାରିଖରେ ଅନୁରୂପ ଭାବେ କାଳିଜାଈ ଦର୍ଶନ ସାରି ଫେରୁଥିବା ଏକ ଯାତ୍ରୀବାହୀ ଡଙ୍ଗା କାଳବୈଶାଖୀ ଯୋଗୁ ବୁଡ଼ିଯିବାରୁ ୬ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ଚିଲିକାରେ ବେଆଇନ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ନିଷିଦ୍ଧ କରାଯାଇଥିଲା। ସେତେବେଳେ ଦୀର୍ଘ ୩ ମାସ ଧରି ଚିଲିକାରେ ଯାତ୍ରୀ ପରିବହନ ଠପ୍‌ ହୋଇପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ମୋନାଲିସା ନାବାଳିକା: ଜେଲ୍‌ ଯିବେ ସ୍ବାମୀ ଫରମାନ! ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶ ଏବଂ କେରଳ ରାଜ୍ୟ ସହିତ ଜଡିତ ଏକ ହାଇ-ପ୍ରୋଫାଇଲ ମାମଲାରେ ‘ଭାଇରାଲ ଗର୍ଲ’ ଭାବରେ ପରିଚିତ ମୋନାଲିସା ଭୋଁସଲେଙ୍କ ବିଷୟରେ ଏକ ବଡ଼ ଖୁଲାସା…

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ମନ୍ଦିରରୁ ଚୋରି କରୁଥିଲେ ଚୋର, ହଠାତ୍‌ ଶୁଭିଲା ଠାକୁରାଣୀଙ୍କ ପାଉଁଜି ଶବ୍ଦ, ଭୟରେ ଥରିଥରି ଏମିତି କହିଲେ…

ଭଦ୍ରକ,୧୦ା୪(ସନାତନ ରାଉତ):  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

ବଢ଼ିବ ତାତି: ଗରମ-ଗୁଳୁଗୁଳିରେ ଛଟପଟ ହେବେ ଏସବୁ ଜିଲାର ଲୋକେ, ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୦।୪: ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବ। ଦୁଇଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବିଶେଷକରି ଶନିବାର ୧୧ ତାରିଖରୁ ପଶ୍ଚିମ ଓ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri