ଚିଲଡ୍ରେନ ସ୍କୁଲ ବ୍ୟାଗ ପଲିସିକୁ ଅଣଦେଖା

ଚମ୍ପୁଆ, ୯।୯(ଡି.ଏନ.ଏ.)-ଚମ୍ପୁଆ ଓ ଯୋଡା ବ୍ଲକରେ ଚିଲଡ୍ରେନ ସ୍କୁଲ ବ୍ୟାଗ ପଲିସିକୁ ଅଣଦେଖା କରାଯାଉଥିବା ଦେଖିବାକୁ ମିଳୁଛି। ସରକାରୀ ବିଦ୍ୟାଳୟଠାରୁ ଆରମ୍ଭ କରି ବେସରକାରୀ ବିଦ୍ୟାଳୟସଗୁଡ଼ିକ ଖୋଲା ଖୋଲି ଭାବେ ଏହି ନିୟମର ଉଲ୍ଲଂଘନ କରୁଥବା ବେଳେ ଏହାର ପ୍ରଭାବ ଛାତ୍ରୀଛାତ୍ରଙ୍କ ଉପରେ ପଡୁଛି। ନିୟମ ଲାଗୁହେବାର ଦୁଇମାସ ବିତିବାକୁ ବସିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ କୌଣସି ପ୍ରଭାବ ପକାଇ ନ ଥିବା ଏବଂ ଶିକ୍ଷାବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହଁି। ସରକାରଙ୍କ ନିର୍ଦ୍ଦେଶନାମା ପରେ ଅଭିଭାବକ ମହଲରେ ଏହାକୁ ନେଇ ଖୁସିବ୍ୟକ୍ତ କରାଯାଇଥିଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ପାଳନ କରୁ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ସୂଚନା ଅନୁସାରେ ଗତ ୮।୩।୨୦୧୯ରିଖରେ ସରକାରଙ୍କ ପକ୍ଷରୁ ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ରଙ୍କ ନିମିତ୍ତ ବ୍ୟବହାର କରାଯାଉଥିବା ସ୍କୁଲ ବ୍ୟାଗ ଗୁଡିକର ଓଜନ ଉପରେ ନିର୍ଦ୍ଦେଶ ଜାରି କରାଯାଇଥିଲା। କେଉଁ ଶ୍ରେଣୀ ପାଇଁ କେତେ ଓଜନ ରହିବ ସେବିଷୟରେ ସୂଚନା ଦିଆଯାଇ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ କୌଣସି ଖିଲାପ କରାଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି। ମାତ୍ର ନିୟମ ନିୟମ ବାଟରେ ରହିଥିବା ବେଳେ ଚମ୍ପୁଆ ଓ ଯୋଡା ବ୍ଲକରେ ବିଦ୍ୟାଳୟଗୁଡିକ ଏହାକୁ ଖାତିର କରୁ ନ ଥିବା ଦେଖାଯାଇଛି। ପ୍ରତ୍ୟହ ଉଭୟ ବ୍ଲକରେ ଛାତ୍ରୀଛାତ୍ର ୫କେଜିରୁୁ ଅଧିକ ଓଜନର ବ୍ୟାଗ ଧରି ବିଦ୍ୟାଳୟଗୁଡିକୁ ଯାଉଛନ୍ତି। ଏ ସମ୍ପର୍କରେ ଯୋଡା ବ୍ଲକ ଦାୟିତ୍ୱରେ ଥିବା ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ନାଏକଙ୍କୁ ପଚାରିବାରୁ ବିଦ୍ୟାଳୟଗୁଡ଼ିକୁ ଛାତ୍ରୀଛାତ୍ର ବ୍ୟବହାର କରୁଥିବା ସ୍କୁଲ ବ୍ୟାଗର ଓଜନ ମଗାଯାଇଛି। ଯଦି ନିୟମରୁ ଅଧିକ ଓଜନ ବ୍ୟବହାର କରୁଥିବେ ତେବେ ସେଥିରୁ ନିବୃତ୍ତ ରହିବାକୁ କୁହାଯିବ। ନ ମାନିଲେ ବିଦ୍ୟାଳୟ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri