Posted inଫୁରସତ

ଚିନ୍ମୟ ଚିନ୍ତନ: ଟୁଉକୁ ମୂଷିଲୋ ଟୁଉକୁ ମୂଷି..

‘ଟୁଉକୁ ମୂଷିଲୋ ଟୁଉକୁ ମୂଷି
ଧାନ ଭରଣକ ଖାଉଥା ବସି
ତୁ ଥା ମୁଁ ଯାଉଛି ରୁଷି’

ଦୁଇ ତିନି ବର୍ଷ ବୟସର ଶିଶୁ। ଲମ୍ବା ହୋଇଥିବା ମା’ର ଦୁଇ ଗୋଡ଼ ମଝିରେ ଶୋଇଥିବ। ଖାଇବାକୁ ଅଝଟ ହେଉଥିବ। ଠିକ୍‌ ସେତିକିବେଳେ ମା’ ପାଟିରୁ ଝରି ଆସେ ଏହି ନାନାବାୟା ଗୀତଟି। ଓଡ଼ିଶାର ଘରେ ଘରେ ଏହି ଗୀତଟିର ପରିଚିତି ଢେର। ଏଭଳି ଏକ ସୁନ୍ଦର ପଦଟିର ଲେଖକ କିଏ? -ୟା ବାବଦରେ ମୁଁ ଓଡ଼ିଶାର ଦୁଇ ଚାରିଜଣ ବିଶିଷ୍ଟ ସାହିତି୍ୟକଙ୍କୁ ପ୍ରଶ୍ନ କଲି। ପକ୍କା ଉତ୍ତର ମିଳିଲା ନାହିଁ। ତଥାପି ପାଠକେ, ଏହାକୁ ଏକ ଲୋକଗୀତି ଭାବେ ଧରିନେଇ ଆମେ ଆଗକୁ ବଢ଼ିବା।

ପାଠକେ! ଆମ ଓଡ଼ିଆ ସାହିତ୍ୟର ସିନ୍ଦୁକ ଭିତରେ ଏମିତି ବହୁ ଲେଖା ଅଛି, ଯାହା ଭିତରେ ଏକ ଗଭୀର ଦାର୍ଶନିକ ଚିନ୍ତାଧାରା ବା ଆଧ୍ୟାତ୍ମିକ ଭାବଧାରା ଥାଏ। ଉପରକୁ ଦିଶୁଥିବ ଗୋଟିଏ ଅର୍ଥ। କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀ ନେଇ ଟିକେ ତଳେଇ କରି ତର୍ଜମା କଲେ ସେଥି ମଧ୍ୟରୁ ବାହାରିଆସେ ସୁନ୍ଦର ଏକ ସନ୍ଦେଶ। ଏହା ମଧ୍ୟରେ ଥାଏ ଅବାଟରେ ବାଟ ଚାଲୁଥିବା ମଣିଷମାନଙ୍କ ପାଇଁ ଏକ ତୀବ୍ର ଚେତାବନୀ।

ଯଦି ମଣିଷକୁ ପଚରାଯାଏ-ବାବୁରେ ତୋ ଜୀବନର ଲକ୍ଷ୍ୟ କ’ଣ? କିଏ କେତେ ପ୍ରକାର ଉତ୍ତର ଦିଅନ୍ତୁ ନା କାହିଁକି ସବୁ ଉତ୍ତର ଭୁଲ। କେବଳ ଗୋଟିଏ ଉତ୍ତର ଠିକ୍‌। ସେ ଉତ୍ତରଟି ‘ଶ୍ରୀମଦ୍‌ ଭାଗବତ’ରେ ଅଛି। ଉତ୍ତର ଦେଇଛନ୍ତି ଅତିବଡ଼ୀ ଜଗନ୍ନାଥ ଦାସ। ପାଠକେ, ଏଇ ନିକଟରେ ଭାଗବତ ପୂର୍ଣ୍ଣିମା ଯାଇଛି। ଗୋଟିଏ ବହିର ଜନ୍ମ ଦିନ! ହଁ, ଏହା କେବଳ ଏ ମାଟିରେ ସମ୍ଭବ। ‘ଗୀତା’ ବା ‘ଭାଗବତ’କୁ ଛାଡ଼ିଦେଲେ ଗୋଟିଏ ପୁସ୍ତକର ଜନ୍ମଦିନ ପାଳନ କରିବା ବୋଧେ ପୃଥିବୀରେ ବିରଳ।

ହଁ, ‘ଭାଗବତ’ କହିଲେ-ହେ କଳିଯୁଗ ମଣିଷ! ହେ ଶ୍ରୀ ସନ୍ନ୍ୟାସୀ!! ମନୁଷ୍ୟ ଜୀବନର ଲାଭ, ଯଦି ଗୋବିନ୍ଦେ କରେ ଭାବ। ଜୀବନର ଲକ୍ଷ୍ୟ ଏହା ହିଁ ହେବା ଦରକାର। ତା’ ବାଦ୍‌ ଡାକ୍ତର, ଇଞ୍ଜିନିୟର, ଓକିଲ, ନେତା, ମନ୍ତ୍ରୀ, ରାଷ୍ଟ୍ରପତି ଏହା ପଛ କଥା। ଏବେ ଉପରୋକ୍ତ ପଦକୁ ଫେରିବା। ଏଠି ଟୁଉକୁ ମୂଷି କିଏ-ଧାନ ଭରଣ-ତୁ ଥା-ମୁଁ-ପୁଣି କାହିଁକି ରୁଷି କି ଯିବି! କ’ଣ ସବୁ କଥା?

ପାଠକେ, ଏଠାରେ ଜୀବ ଅର୍ଥାତ୍‌ ଆମେ ସମସ୍ତେ ହେଉଛୁ ମୂଷା। ଆମ୍ଭେ ଈଶ୍ୱରଙ୍କୁ ଛାଡି ସବୁବେଳେ ବିଷୟରେ ଉବୁଟୁବୁ ହେଲୁ। କବି ବିଷୟ ବାସନାକୁ ‘ଭରଣେ ଧାନ’ ସହ ତୁଳନା କରିଛନ୍ତି। ଆମେ ପ୍ରମତ୍ତ ହୋଇ ବିଷୟା ବିଷକୁ ଅହରହ ଆକଣ୍ଠ ପାନ କରି ଚାଲୁଛେ। ଆମ ଭିତରେ ଥିବା ପରମାତ୍ମା ଆମକୁ ସବୁବେଳେ ହାତଠାରି ଡାକୁଛନ୍ତି-ଆରେ! ମୋ ଆଡକୁ ଟିକେ ଦେଖ୍‌। ତୋତେ ପରା ମୁଁ ସୃଷ୍ଟି କରିଛି। ମୁଁ ଏଇଠି ବସିଛି। ଥରେ ଆଖି ଫେରାଇ ଚାହଁା। ତୋର ସବୁ ଦୁଃଖ ବିପଦ ଦୂର ହୋଇଯିବ। ‘ଭରଣେ ଧାନ’ ଅର୍ଥାତ ସଂସାରରୁ କ’ଣ ସୁଖ ମିଳେ କି ବାବା?

ଏଠି ପରମାତ୍ମା ହେଉଛନ୍ତି ‘ମୁଁ’ର ପ୍ରତୀକ। ପରମାତ୍ମାଙ୍କ ଡାକ ଶୁଣେ ନାହିଁ ଏ ମଣିଷ। ଗର୍ବଦମ୍ଭରେ ବାଟ ଚାଲେ। ଶାସ୍ତ୍ର ପୁରାଣ, ଗୁରୁ ବ୍ରାହ୍ମଣଙ୍କୁ ନିନ୍ଦା କରେ। ଧନ ଓ କ୍ଷମତାରେ ବୁଡି ଆହୁରି ଉଦ୍ଧତ ହୁଏ।

ଶେଷରେ ‘ତୁ ଥା’ ଅର୍ଥାତ ଶରୀରଟା ରହିଲା ଏଇଠି। ମୁଁ ଚାଲିଲି। ‘ହରି’ ଦେହରୁ ଛାଡି ଚାଲିଗଲେ। କଥା ମାନିଲାନି ଏ ଜୀବ। ବୁଝାଇ ବୁଝାଇ ଥକି ଗଲେ ‘ପରମାତ୍ମା’। ମରଣ ବେଳ ଆସିଲା। ବାଧ୍ୟ ହୋଇ ଜୀବ ଉପରେ ଅଭିମାନ କରି ବା ରୁଷି ଆତ୍ମା ଏ ଘଟ ଛାଡିଦେଲେ।

ପାଠକେ! ଏହି ଲୋକଗୀତଟି କେବଳ ଅବୋଧ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା ଆମ ପରି ଘୋର ବିଷୟାସକ୍ତ ଜୀବମାନଙ୍କ ପାଇଁ ଏକ ଦିଗ୍‌ବାରେଣୀ। ଏହାର ରଚନାକାରୀଙ୍କୁ ଶତ ଧନ୍ୟବାଦ।

ଶ୍ରୀ ସନ୍ନ୍ୟାସୀ

-ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri