ଚିନ୍ତା ବଢ଼ାଉଛନ୍ତି ଯାଯାବର

ପୁରୀ ଅଫିସ,୧୮ା୧୦: ରାଜ୍ୟ ବାହାରୁ ଆସୁଥିବା ଯାଯାବର (ବଞ୍ଜାରା)ଙ୍କ ସଂଖ୍ୟା ଶ୍ରୀକ୍ଷେତ୍ରରେ ବଢ଼ିବାରେ ଲାଗିଛି। ପୁରୀ ସହରର ବିଭିନ୍ନ ସ୍ଥାନରେ ତମ୍ବୁ ଟାଣି ଯାଯାବରମାନେ ରହୁଥିବାବେଳେ ଅସାମାଜିକ ଓ ଆପରାଧିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ଏମାନଙ୍କ କାର୍ଯ୍ୟକଳାପରେ ସହରବାସୀଙ୍କ ସମେତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଅତିଷ୍ଠ ହୋଇପଡ଼ିଲେଣି। ଯାଯାବରଙ୍କ ମଧ୍ୟରୁ ନାବାଳିକା ଓ ନାବାଳକ ଭିକ୍ଷାବୃତ୍ତି କରୁଥିବାବେଳେ ସାବାଳକମାନେ ଚୋରି, ଛିନ୍‌ତାଇ ଭଳି ଆପରାଧିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ସେହିପରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଦେଖିଲେ ଦୌଡ଼ିଯାଇ ଗୋଡ଼ ଧରି ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ହଇରାଣ ହରକତ କରୁଛନ୍ତି। ବିଶେଷକରି ତାଳବଣିଆ, ଭୂଦାନ ଓ ପେଣ୍ଠକଟା ଅଞ୍ଚଳରେ ଏମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ପୋଲିସ ସଂପୃକ୍ତ ଯାଯାବରମାନଙ୍କୁ ଘଉଡ଼ାଉଥିଲେ ମଧ୍ୟ ସେମାନେ ଗୋଟିଏ ସ୍ଥାନରୁ ଉଠିଯାଇ ଅନ୍ୟ ସ୍ଥାନରେ ତମ୍ବୁ ତିଆରି କରି ରହୁଛନ୍ତି। ଫଳରେ ସେମାନେ ଏବେ ପ୍ରଶାସନ ଓ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି।
ପୁରୀ ସହରରେ ୫ ଶହରୁ ଊର୍ଦ୍ଧ୍ୱ ଯାଯାବର ବିଭିନ୍ନ ରାଜ୍ୟରୁ ଆସି ରହିଛନ୍ତି। ଏମାନେ ମୁଖ୍ୟତଃ ରାଜସ୍ଥାନ, ହରିୟାଣା ଓ ପଶ୍ଚିମବଙ୍ଗର ହୋଇଥିବାବେଳେ ଲାମ୍ବାଡ଼ି, ଲୋହାର, ଗୁଜ୍ଜର ଓ ଗୋପେ ଭଳି ଆଦିବାସୀ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ଏମାନଙ୍କ ପାଖରେ ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ନାହିଁ। ଏମାନଙ୍କ ମଧ୍ୟରୁ କେତେଜଣ କିଛି ମାସ ଅନ୍ତରରେ କୁଆଡ଼େ ଚାଲିଯାଉଛନ୍ତି ଏବଂ ଟ୍ରେନ୍‌ ଯୋଗେ ପୁଣି ନୂଆ ଯାଯାବର ଆସି ପହଞ୍ଚୁଛନ୍ତି। ଏମାନେ ସହରର ବିଭିନ୍ନ ସ୍ଥାନରେ ସରକାରୀ ଜମି ମାଡ଼ିବସି ଅସ୍ଥାୟୀ ଶିବିର କରି ରହୁଛନ୍ତି। ପୁରୀ ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ ଦେବାଶିଷ ରଥ କହିଛନ୍ତି, ଅଧିକାଂଶ ଶିଶୁଙ୍କ ମାତାପିତା ସେମାନଙ୍କ ସହ ନାହାନ୍ତି। ଶିଶୁଙ୍କୁ ଭିକ୍ଷାବୃତ୍ତି କରାଇବା ପାଇଁ ମାତାପିତାଙ୍କ ଠାରୁ ସମ୍ପର୍କୀୟମାନେ ଆଣିଛନ୍ତି। ଶିଶୁମାନେ ଅନାଥ ନୁହଁନ୍ତି ବୋଲି ସେମାନଙ୍କ ସହ ଆଲୋଚନାରୁ ଜଣାପଡ଼ିଛି। ତାଙ୍କ ମାତାପିତା ଯାଯାବର ଭାବେ ଅନ୍ୟ କୌଣସି ସ୍ଥାନ କିମ୍ବା ରାଜ୍ୟରେ ବୁଲୁଥିବା ରଥ କହିଛନ୍ତି। ଭାରତୀୟ ସାମାଜିକ ବିଜ୍ଞାନ ବିଶେଷଜ୍ଞ ପ୍ରଭୁଦତ୍ତ ମହାପାତ୍ର କହିଛନ୍ତି, ଏମାନେ ବିଭିନ୍ନ ରାଜ୍ୟ ବୁଲି ମେଳା, ଯାତ୍ରା ଓ ଉତ୍ସବରେ ଲୁହାବସ୍ତୁ, ଆୟୁର୍ବେଦିକ ଦ୍ରବ୍ୟ ବିକ୍ରି ସହ ଚିତା କୁଟାଇବା କାମ କରିଥାଆନ୍ତି। ମାତ୍ର ବିଜ୍ଞାନର ପ୍ରଗତି ସହ ଏମାନେ ବିଂଶଦଶ ଶତାଦ୍ଦୀରେ ନିଜ ଜୀବିକା ହରାଇ ଏବେ ଏକ ଆପରାଧିକ ଗୋଷ୍ଠୀରେ ପରିଣତ ହୋଇସାରିଲେଣି। ପ୍ରଶାସନ ଏମାନଙ୍କ ପାଇଁ ପୁନର୍ବାସ ବ୍ୟବସ୍ଥା କରିବା ଦରକାର। ଅନ୍ୟପକ୍ଷରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ରାଜ୍ୟ ବାହାରୁ ଆସି ଜବରଦଖଲ କରି ରହୁଥିବା ଲୋକଙ୍କ ପାଇଁ ପୁନର୍ବାସ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ଷମ ନାହିଁ। ଯେଉଁଠାରେ ଏଭଳି ଯାଯାବରଙ୍କୁ ଜବରଦଖଲ କରିଥିବା ଦେଖିବାକୁ ମିଳୁଛି, ସେଠାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଶିଶୁଙ୍କୁ ଭିକ୍ଷାବୃତ୍ତିରୁ ନିବୃତ୍ତ ରଖିବା ପାଇଁ ଜିଲା ଶିଶୁ କଲ୍ୟାଣ କମିଟି ସହିତ ସମନ୍ବୟରେ କାର୍ଯ୍ୟ କରାଯାଉଛି। ସମୁଦ୍ରକୂଳ ଥାନା ଆଇଆଇସି ଚିନ୍ମୟ ରାଉତ କହିଛନ୍ତି, ଗତ ମାସରେ ୧୦ରୁ ଊର୍ଦ୍ଧ୍ୱ ଯାଯାବର ଆପରାଧିକ ମାମଲାରେ ଜଡ଼ିତ ଥିବା ଅଭିଯୋଗ ହୋଇଛି। ପୋଲିସ ସେମାନଙ୍କୁ ଚେତାବନୀ ଦେଇ ଛାଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସମୀର ଦାଶଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୬।୫: ଟିକେଟ୍‌ କାଟିବା ପରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri