ଚିନ୍ତା ବଢ଼ାଉଛନ୍ତି ଯାଯାବର

ପୁରୀ ଅଫିସ,୧୮ା୧୦: ରାଜ୍ୟ ବାହାରୁ ଆସୁଥିବା ଯାଯାବର (ବଞ୍ଜାରା)ଙ୍କ ସଂଖ୍ୟା ଶ୍ରୀକ୍ଷେତ୍ରରେ ବଢ଼ିବାରେ ଲାଗିଛି। ପୁରୀ ସହରର ବିଭିନ୍ନ ସ୍ଥାନରେ ତମ୍ବୁ ଟାଣି ଯାଯାବରମାନେ ରହୁଥିବାବେଳେ ଅସାମାଜିକ ଓ ଆପରାଧିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ଏମାନଙ୍କ କାର୍ଯ୍ୟକଳାପରେ ସହରବାସୀଙ୍କ ସମେତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଅତିଷ୍ଠ ହୋଇପଡ଼ିଲେଣି। ଯାଯାବରଙ୍କ ମଧ୍ୟରୁ ନାବାଳିକା ଓ ନାବାଳକ ଭିକ୍ଷାବୃତ୍ତି କରୁଥିବାବେଳେ ସାବାଳକମାନେ ଚୋରି, ଛିନ୍‌ତାଇ ଭଳି ଆପରାଧିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ସେହିପରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଦେଖିଲେ ଦୌଡ଼ିଯାଇ ଗୋଡ଼ ଧରି ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ହଇରାଣ ହରକତ କରୁଛନ୍ତି। ବିଶେଷକରି ତାଳବଣିଆ, ଭୂଦାନ ଓ ପେଣ୍ଠକଟା ଅଞ୍ଚଳରେ ଏମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ପୋଲିସ ସଂପୃକ୍ତ ଯାଯାବରମାନଙ୍କୁ ଘଉଡ଼ାଉଥିଲେ ମଧ୍ୟ ସେମାନେ ଗୋଟିଏ ସ୍ଥାନରୁ ଉଠିଯାଇ ଅନ୍ୟ ସ୍ଥାନରେ ତମ୍ବୁ ତିଆରି କରି ରହୁଛନ୍ତି। ଫଳରେ ସେମାନେ ଏବେ ପ୍ରଶାସନ ଓ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି।
ପୁରୀ ସହରରେ ୫ ଶହରୁ ଊର୍ଦ୍ଧ୍ୱ ଯାଯାବର ବିଭିନ୍ନ ରାଜ୍ୟରୁ ଆସି ରହିଛନ୍ତି। ଏମାନେ ମୁଖ୍ୟତଃ ରାଜସ୍ଥାନ, ହରିୟାଣା ଓ ପଶ୍ଚିମବଙ୍ଗର ହୋଇଥିବାବେଳେ ଲାମ୍ବାଡ଼ି, ଲୋହାର, ଗୁଜ୍ଜର ଓ ଗୋପେ ଭଳି ଆଦିବାସୀ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ଏମାନଙ୍କ ପାଖରେ ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ନାହିଁ। ଏମାନଙ୍କ ମଧ୍ୟରୁ କେତେଜଣ କିଛି ମାସ ଅନ୍ତରରେ କୁଆଡ଼େ ଚାଲିଯାଉଛନ୍ତି ଏବଂ ଟ୍ରେନ୍‌ ଯୋଗେ ପୁଣି ନୂଆ ଯାଯାବର ଆସି ପହଞ୍ଚୁଛନ୍ତି। ଏମାନେ ସହରର ବିଭିନ୍ନ ସ୍ଥାନରେ ସରକାରୀ ଜମି ମାଡ଼ିବସି ଅସ୍ଥାୟୀ ଶିବିର କରି ରହୁଛନ୍ତି। ପୁରୀ ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ ଦେବାଶିଷ ରଥ କହିଛନ୍ତି, ଅଧିକାଂଶ ଶିଶୁଙ୍କ ମାତାପିତା ସେମାନଙ୍କ ସହ ନାହାନ୍ତି। ଶିଶୁଙ୍କୁ ଭିକ୍ଷାବୃତ୍ତି କରାଇବା ପାଇଁ ମାତାପିତାଙ୍କ ଠାରୁ ସମ୍ପର୍କୀୟମାନେ ଆଣିଛନ୍ତି। ଶିଶୁମାନେ ଅନାଥ ନୁହଁନ୍ତି ବୋଲି ସେମାନଙ୍କ ସହ ଆଲୋଚନାରୁ ଜଣାପଡ଼ିଛି। ତାଙ୍କ ମାତାପିତା ଯାଯାବର ଭାବେ ଅନ୍ୟ କୌଣସି ସ୍ଥାନ କିମ୍ବା ରାଜ୍ୟରେ ବୁଲୁଥିବା ରଥ କହିଛନ୍ତି। ଭାରତୀୟ ସାମାଜିକ ବିଜ୍ଞାନ ବିଶେଷଜ୍ଞ ପ୍ରଭୁଦତ୍ତ ମହାପାତ୍ର କହିଛନ୍ତି, ଏମାନେ ବିଭିନ୍ନ ରାଜ୍ୟ ବୁଲି ମେଳା, ଯାତ୍ରା ଓ ଉତ୍ସବରେ ଲୁହାବସ୍ତୁ, ଆୟୁର୍ବେଦିକ ଦ୍ରବ୍ୟ ବିକ୍ରି ସହ ଚିତା କୁଟାଇବା କାମ କରିଥାଆନ୍ତି। ମାତ୍ର ବିଜ୍ଞାନର ପ୍ରଗତି ସହ ଏମାନେ ବିଂଶଦଶ ଶତାଦ୍ଦୀରେ ନିଜ ଜୀବିକା ହରାଇ ଏବେ ଏକ ଆପରାଧିକ ଗୋଷ୍ଠୀରେ ପରିଣତ ହୋଇସାରିଲେଣି। ପ୍ରଶାସନ ଏମାନଙ୍କ ପାଇଁ ପୁନର୍ବାସ ବ୍ୟବସ୍ଥା କରିବା ଦରକାର। ଅନ୍ୟପକ୍ଷରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ରାଜ୍ୟ ବାହାରୁ ଆସି ଜବରଦଖଲ କରି ରହୁଥିବା ଲୋକଙ୍କ ପାଇଁ ପୁନର୍ବାସ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ଷମ ନାହିଁ। ଯେଉଁଠାରେ ଏଭଳି ଯାଯାବରଙ୍କୁ ଜବରଦଖଲ କରିଥିବା ଦେଖିବାକୁ ମିଳୁଛି, ସେଠାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଶିଶୁଙ୍କୁ ଭିକ୍ଷାବୃତ୍ତିରୁ ନିବୃତ୍ତ ରଖିବା ପାଇଁ ଜିଲା ଶିଶୁ କଲ୍ୟାଣ କମିଟି ସହିତ ସମନ୍ବୟରେ କାର୍ଯ୍ୟ କରାଯାଉଛି। ସମୁଦ୍ରକୂଳ ଥାନା ଆଇଆଇସି ଚିନ୍ମୟ ରାଉତ କହିଛନ୍ତି, ଗତ ମାସରେ ୧୦ରୁ ଊର୍ଦ୍ଧ୍ୱ ଯାଯାବର ଆପରାଧିକ ମାମଲାରେ ଜଡ଼ିତ ଥିବା ଅଭିଯୋଗ ହୋଇଛି। ପୋଲିସ ସେମାନଙ୍କୁ ଚେତାବନୀ ଦେଇ ଛାଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ…

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri