ଚିନ୍ତା ବଢ଼ାଉଛନ୍ତି ଝିଣ୍ଟିକା ପ୍ରଜାତିର କୀଟ: ପଙ୍ଗପାଳ ସନ୍ଦେହରେ ସ୍ଥାନୀୟ ବାସିନ୍ଦା ଭୟଭୀତ

ମହାକାଳପଡ଼ା,୧୭ା୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀ ପାର୍ଶ୍ୱବର୍ତ୍ତୀ ପିତାପାଟ ଗାଁର ବିଭିନ୍ନ ଗଛରେ ଝିଣ୍ଟିକା ପ୍ରଜାତିର କୀଟଗୁଡ଼ିକ ଗଛପତ୍ର ଖାଇ ନଷ୍ଟ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏହି କୀଟ ପଙ୍ଗପାଳ ବୋଲି ଲୋକେ ସନ୍ଦେହ କରୁଛନ୍ତି। ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଯଦି ପଙ୍ଗପାଳ ପ୍ରଜାତି କୀଟ ହୋଇଥାନ୍ତି, ତେବେ ଚାଷୀଙ୍କ ପାଇଁ ବିରାଟ ସମସ୍ୟା ହେବ ବୋଲି ପୂର୍ବତନ ସରପଞ୍ଚ ବିକାଶ ଦେବନାଥ କହିଛନ୍ତି। ଏହି କୀଟ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଥିବା ସେ କହିଛନ୍ତି। ସାଧାରଣତଃ ମୌସୁମୀ ଆରମ୍ଭରୁ ଏହି କୀଟଗୁଡ଼ିକ ବଂଶ ବିସ୍ତାର କରନ୍ତି। ତେବେ କୀଟ ବିଶେଷଜ୍ଞଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ। କାରଣ ଖରିଫ୍‌ ଧାନ ଫସଲ ପାଇଁ ଏହା ମହାମାରୀ ରୂପେ ଉଭା ହେବ। ଗ୍ରାମର ଦୀନବନ୍ଧୁ ବେହେରା, ଟୁକୁନା ଜେନା, କୃଷ୍ଣପଦ ମିର୍ଦ୍ଧା, ସୁକୁମାର ମିର୍ଦ୍ଧା, ଦିଲ୍ଲୀପ ବେହେରା, ବିଶ୍ୱନାଥ ବେହେରା, ବିନୋଦ ବେହେରା ପ୍ରମୁଖ ତଦନ୍ତ ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମାଙ୍କ ମତାମତ ନେବା ସମ୍ଭବପର ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିବର୍ଷ ଭାରତ ଛାଡୁଛନ୍ତି ୨ ଲକ୍ଷ ଲୋକ, ଖୋଲାଖୋଲି କାରଣ କହିଲେ କେନ୍ଦ୍ର ସରକାର, ଏହି…

ନୂଆଦିଲ୍ଲୀ,୧୮ା୧୨: ପ୍ରତିବର୍ଷ ଲକ୍ଷାଧିକ ଲୋକ ଭାରତ ଛାଡୁଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସଂସଦକୁ ସୂଚନା ଦେଇଛି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୯୦୦୦୦୦ରୁ ଅଧିକ ଭାରତୀୟ...

ସଟର ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ସକାଳେ ଦୋକାନୀ ମାଲିକ ପହଞ୍ଚିଲା ପରେ…

ଲୋଇସିଂହା, ୧୮।୧୨( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବସଷ୍ଟାଣ୍ଡ ସ୍ଥିତ ଜେଶ୍ମିନ ଅଳଙ୍କାର ଦୋକାନରୁ ବୁଧବାର ରାତିରେ ଚୋରି ହୋଇଥିବା ନେଇ ଦୋକାନ ମାଲିକ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

‘ମୁଁ ଇସ୍ତଫା ଦେଇଦେବି’, କାହିଁକି ଏମିତି ଘୋଷଣା କଲେ FBI ଡେପୁଟି ଡାଇରେକ୍ଟର? ଟ୍ରମ୍ପଙ୍କୁ ଲେଖିଲେ ଏମିତି ପତ୍ର

ଓ୍ବାଶିଂଟନ,୧୮।୧୨: ଏଫବିଆଇର ଡେପୁଟି ଡାଇରେକ୍ଟର ଡାନ ବୋଙ୍ଗିନୋ ବୁଧବାର ଘୋଷଣା କରିଛନ୍ତି ଯେ ସେ ଚାକିରି ଆରମ୍ଭ କରିବାର ୧୦ ମାସରୁ କମ ସମୟ ପରେ...

ୟୁନୁସ ସରକାରଙ୍କୁ ପାନେ ଦେବ ଭାରତ: ନେଲା ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୧୮।୧୨: ଡିସେମ୍ବର ୧୭ରେ ବାଂଲାଦେଶରେ ଭାରତୀୟ ହାଇକମିଶନ ସମ୍ମୁଖରେ ଯାହା ଘଟିଥିଲା ତାହା କୌଣସି ଦୁର୍ଘଟଣା ନୁହେଁ। ଏହା ଏକ ସୁଚିନ୍ତିତ ରଣନୀତିର ଅଂଶ ଭାବରେ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ଆମେରିକାର ସବୁଠାରୁ ବଡ଼ ନ୍ୟୁଜ ନେଟୱାର୍କ, CNN ର ଭବିଷ୍ୟତ କ’ଣ ହେବ? ଟ୍ରମ୍ପଙ୍କ ଚାପ ପରେ ଉଠିଲାଣି ପ୍ରଶ୍ନ

ଓ୍ବାଶିଂଟନ,୧୮।୧୨: CNN ଏକ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହେଉଛି, ଏହାର ମୂଳ କମ୍ପାନୀ, ୱାର୍ନର ବ୍ରଦର୍ସ ଡିସ୍କଭରୀ (WBD), ଏକ ସମ୍ଭାବ୍ୟ ଅଧିଗ୍ରହଣର ସମ୍ମୁଖୀନ ହେଉଛି।...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri