Posted inରାଜ୍ୟ

ଚିନିକଳ ଖୋଲିବା ପାଇଁ ତେଜିଲା ଆନ୍ଦୋଳନ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ; ୨୪ରେ ନୟାଗଡ଼ ବନ୍ଦ ଡାକରା

ନୟାଗଡ଼ ଅଫିସ,୧୭।୭-ଚିନିକଳ ଖୋଲିବା ଓ ପୁନରୁଦ୍ଧାର ଦାବିରେ ମଙ୍ଗଳବାର ଆନ୍ଦୋଳନ ଜୋରଦାର ହୋଇଛି। ଗାଁ ଗାଁ ବୁଲି ଚାଷୀମାନଙ୍କୁ ସଚେତନ କରାଇବା ପରେ ଚିନିକଳ ପୁନରୁଦ୍ଧାର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କମିଟି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିନିକଳ ଖୋଲିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି।
ଦର୍ଶାଯାଇଛି ଯେ, ନୟାଗଡ଼ ସମବାୟ ଚିନିକଳ ଜିଲାର ହଜାର ହଜାର ପାରମ୍ପରିକ ଆଖୁଚାଷୀଙ୍କର ଭାତହାଣ୍ଡି ସଦୃଶ୍ୟ। ଆନୁଷଙ୍ଗିକ ଭିତ୍ତିଭୂମି ଓ ଜନସାଧାରଣଙ୍କ ଆଗ୍ରହ ଯୋଗୁ ନୟାଗଡ଼ ବ୍ଲକ ପାଣିପୋଇଲା ଠାରେ ଚିନିକଳ ପ୍ରତିଷ୍ଠା ହୋଇଥିଲା। ଘରୋଇ ପରିଚାଳନା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏହା ହସ୍ତାନ୍ତର ହେବା ପରେ ପରିଚାଳନା କର୍ତ୍ତୃପକ୍ଷ ୨୦୧୪ ମସିହାରେ ଆଖୁଚାଷୀ ଓ କର୍ମଚାରୀଙ୍କ କୋଟି କୋଟି ଟଙ୍କା ବକେୟା ରଖି କାରଖାନାରେ ତାଲା ପକାଇ ଦେଇଛନ୍ତି। କାରଖାନା ଦୀର୍ଘ ୫ ବର୍ଷ ହେଲାଣି ବନ୍ଦ ହେବା ପରେ ଜିଲାରେ ଆଖୁଚାଷ ହ୍ରାସ ପାଇଛି। ଏଥିଯୋଗୁ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ମଧ୍ୟ ଦୋହଲି ଯାଇଛି। ବନ୍ଦ ହୋଇ ପଡ଼ିଥିବା ଯୋଗୁ କାରଖାନା ନଷ୍ଟ ହେବାରେ ଲାଗିଛି। ପରିଚାଳନା କମ୍ପାନୀଠାରୁ ଅନାଦେୟ ଋଣ ଆଦାୟ ନାମରେ ବ୍ୟାଙ୍କ୍‌ ଏହାର ଯନ୍ତ୍ରପାତି ଓ ଅସ୍ଥାବର ସମ୍ପତ୍ତି ନିଲାମ କରିବାର ମସୁଧା ମଧ୍ୟ ଚିନିକଳର ସ୍ଥିତି ସମ୍ପର୍କରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଚିନିକଳର ସ୍ଥାୟିତ୍ୱ , ଏହାର ସୁରକ୍ଷା ସୁନିଶ୍ଚିତ କରିବା ସହିତ ଆଗାମୀ ଦିନରେ ଚିନିକଳ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ଆସନ୍ତା ୨୪ ତାରିଖରେ କମିଟି ପକ୍ଷରୁ ନୟାଗଡ଼ ବନ୍ଦ ଡାକରା ଦିଆଯାଇଛି। ମଙ୍ଗଳବାର କମିଟିର ସଦସ୍ୟ ଓ ଚାଷୀମାନେ ପ୍ରଥମେ ଖଣ୍ଡପଡ଼ା ରୋଡଠାରେ ଏକତ୍ରିତ ହୋଇଥିଲେ। ଏହାପରେ ମଧ୍ୟାହ୍ନ ୧୨ଟାରେ ଶୋଭାଯାତ୍ରାରେ ଯାଇ ଚିନିକଳ ଖୋଲିବା ଦାବି କରି ପ୍ରଶାସନ ବିରୋଧରେ ନାରାବାଜି ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚତ୍ଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଶାସନ ବିରୋଧରେ ନାରାବାଜି ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲାପାଳ ଅନୁପସ୍ଥିତ ଥିବାରୁ ଅପରାହ୍ନ ୨ଟାରେ ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁଙ୍କୁ କମିଟିର ସଦସ୍ୟମାନେ ଦାବିପତ୍ର ପ୍ରଦାନ କରିଥିଲେ। ଆବାହକ ବିଶ୍ୱନାଥ ମହାପାତ୍ରଙ୍କ ନେତୃତ୍ୱରେ ମନୋଜ କୁମାର ସାହୁ, ସନ୍ତୋଷ କୁମାର ପ୍ରଧାନ, ଗୋଲକ ବିହାରୀ ମୁଦୁଲି, ଯୋଗେନ୍ଦ୍ର କୁମାର ଖୁଣ୍ଟିଆ, ରଣଜିତ ଦଳବେହେରା, ମହେଶ୍ୱର ଦାଶଙ୍କ ସମତେ ଶତାଧିକ ସଦସ୍ୟ ଓ ଚାଷୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri