ଚିଙ୍ଗୁଡି ମାଫିଆଙ୍କ କବଳରେ ଶତାଧିକ ଏକର ସରକାରୀ ଜମି

ବାଲିଆପାଳ, ୨୧ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ତହସିଲ ଅନ୍ତର୍ଗତ ଜମ୍ଭୀରାଇ, ପଞ୍ଚୁପାଲି ଓ ବୋଳଂ ଆଦି ପଞ୍ଚାୟତର ଶହ ଶହ ଏକର ସରକାରୀ ଗୋଚର ଚାରଣ ଜମି, ଜଙ୍ଗଲଜମି ଏବେ ଚିଙ୍ଗୁଡି ମାଫିଆଙ୍କ କବଳରେ ରହିଛି। ପ୍ରଶାସନ ସବୁ ଜାଣି ମଧ୍ୟ ମାଫିଆଙ୍କ ବିରୋଧରେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଚିଙ୍ଗୁଡି ମାଫିଆମାନେ ପ୍ରଥମେ ସ୍ଥାନୀୟ ଅଞ୍ଚଳର ପ୍ରଭାବଶାଳୀ ଲୋକମାନଙ୍କୁ ହାତ କରି ଏହିସବୁ ଜାଗାରେ ବେଆଇନ ଭାବେ ପୋଖରୀ ଖୋଳୁଛନ୍ତି । ଚିଙ୍ଗୁଡି ଚାଷରେ ମାଫିଆମାନେ ପ୍ରଚୁର ମୁନାଫା ଉଠାଉଥିବାରୁ ତଳିଆ ପ୍ରଶାସନିକ ଅଧିକାରୀମାନଙ୍କୁ ସହଜରେ ବଶ କରୁଛନ୍ତି । ଯେଉଁମାନେ ଏହା ବିରୋଧରେ ସ୍ବର ଉଠାଉଛନ୍ତି ମାଫିଆମାନେ ସେମାନଙ୍କୁ ଧମକଚମକ ଦେଉଛନ୍ତି । ଚିଙ୍ଗୁଡି ଝିଲି ଯୋଗୁ ଜଳନିଷ୍କାସନ ବାଟ, ନାଳ, ଜୋର ଆଦି ଅବରୋଧ ହୋଇଯାଉଛି । ହଂସକରା ନଦୀମୁହାଣ ଚିଙ୍ଗୁଡିଝିଲି ଯୋଗୁ ମଧ୍ୟ ଅବରୋଧ ହୋଇରହିଛି। ଫଳରେ ବର୍ଷାଋତୁରେ ଏସବୁ ଅଞ୍ଚଳର ଉଦବୃତ୍ତ ଜଳରାଶି ନିଷ୍କାସିତ ହୋଇ ନ ପାରି ଚାଷ ଜମିରେ ଦିନ ଦିନ ଧରି ଜମି ରହୁଛି । ବନ୍ୟାଜଳ ମଧ୍ୟ ସହଜରେ ସମୁଦ୍ରକୁ ନିଷ୍କାସିତ ହୋଇପାରୁନାହିଁ । ମାଫିଆମାନେ ଚିଙ୍ଗୁଡି ଝିଲିର ଆବର୍ଜନା, ବିଷାକ୍ତ ଜଳ, ନଷ୍ଟ ଚିଙ୍ଗୁଡି ଖାଦ୍ୟକୁ ଏଣେତେଣେ ଫୋପାଡି ଦେଉଥିବାରୁ ସ୍ଥାନୀୟ ଅଞ୍ଚଳର ପରିବେଶ ମଧ୍ୟ ଦୂଷିତ ହୋଇଯାଉଛି । ପୂର୍ତ୍ତଗନ୍ଧମୟ ପରିବେଶ ସୃଷ୍ଟି କରୁଛି। କୋଷ୍ଟାଲ ରେଗୁଲେଟିଂ ଆକ୍ଟ ଅନୁସାରେ ସମୁଦ୍ରଜଳ ରାଶିଠାରୁ ୨ କି.ମି. ବ୍ୟବଧାନରେ କୌଣସି ବେଆଇନ ଖନନ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ମାତ୍ର ମାଫିଆମାନେ ତାହାକୁ ବେଖାତିର କରି ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ କରୁଛନ୍ତି। ଅନ୍ୟପକ୍ଷରେ ଚିଙ୍ଗୁଡି ମାଫିଆମାନେ ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କୁ ହାତ କରି ହଂସକରା ନଦୀମୁହାଣରୁ ଚିଙ୍ଗୁଡି ଯାଆଁଳ ସହିତ ଅନ୍ୟ ଯାଆଁଳମାନଙ୍କୁ ଧରି ନେଉଥିବାରୁ ମୁହାଣ ମତ୍ସ୍ୟଶୂନ୍ୟ ହେବାକୁ ବସିଲାଣି। ସମୁଦ୍ର ମୁହାଣରୁ ମାଛଧରି ଜୀବିକା ନିର୍ବାହ କରୁଥିବା ଧୀବରମାନେ ମଧ୍ୟ ସେମାନଙ୍କ ଜୀବିକା ହରାଇଲେଣି। ଚାଉଳତି, ଜମ୍ଭୀରାଇ, ହଂସକରା, ଇଚ୍ଛାପୁର, ବୋଳଂ ଓ ସାଉଡି ଆଦି ଗ୍ରାମରେ ସମସ୍ୟା ଦିନକୁ ଦିନ ଜଟିଳ ହୋବକୁ ଲାଗିଛି । ତେବେ ଏନେଇ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ବୋଲି ତହସିଲଦାର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri