ଚିକେନ୍‌ ବେଗମ୍‌ ବାହାର

ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ରୁଚିକୁ ଦୃଷ୍ଟିରେ ରଖିତ୍ ବିଭିନ୍ନ ହୋଟେଲ ଏବଂ ରେସ୍ତୋରାଁରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି। ମୁଖ୍ୟତଃ ଗ୍ରାହକଙ୍କ ଚାହିଦାକୁ ଦେଖି ସି ବିଚ୍‌ ରୋଡରେ ଥିବା ଗୋଲ୍‌ଡେନ ଟ୍ରି ହୋଟେଲରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଏ। ଆମିଷ ଖାଦ୍ୟ ମଧ୍ୟରେ ଚିକେନ୍‌ ବେଗମ୍‌ ବାହାରର ଚାହିଦା ବେଶି। ଏହି ଇଣ୍ଡିଆନ ଡିଶ୍‌ର ଗୋଟିଏ ପ୍ଲେଟ୍‌ ଦାମ୍‌ ୩୨୦ ଟଙ୍କା। ଏହାର ପ୍ରସ୍ତୁତି ସମ୍ପର୍କରେ ହୋଟେଲର ମୁଖ୍ୟ ସେଫ୍‌ ଦୋଳଗୋବିନ୍ଦ ବାରିକଙ୍କ ମୁହଁରୁ …

ଆବଶ୍ୟକ ସାମଗ୍ରୀ:

ଚିକେନ୍‌: ୪୦୦ ଗ୍ରାମ୍‌
ପିଆଜ ଚପ୍‌: ୩୦୦ ଗ୍ରାମ୍‌
ଅଦା ପେଷ୍ଟ: ୫୦ ଗ୍ରାମ୍‌
ରସୁଣ ପେଷ୍ଟ: ୫୦ ଗ୍ରାମ୍‌
କଟା ଟମାଟୋ: ୧୦୦ ଗ୍ରାମ୍‌
ଦହି: ୬୦ ଗ୍ରାମ୍‌
କଞ୍ଚାଲଙ୍କା: ୨ଟି
କାଜୁ ପେଷ୍ଟ: ୧୦୦ ଗ୍ରାମ୍‌
ଚାରମଗଜ ପେଷ୍ଟ: ୫୦ ଗ୍ରାମ୍‌
ତେଲ: ୨୦୦ ଗ୍ରାମ୍‌
ହଳଦୀ ଗୁଣ୍ଡ: ୫ ଗ୍ରାମ୍‌
ଧନିଆ ଗୁଣ୍ଡ: ୫ ଗ୍ରାମ୍‌
ଲଙ୍କାଗୁଣ୍ଡ: ୩ ଗ୍ରାମ୍‌
ଗୁଆଘିଅ: ୫ ଗ୍ରାମ୍‌
ଅମୂଲ କ୍ରିମ୍‌: ୧୦ ଗ୍ରାମ୍‌
ଗରମ ମସଲା: ୧୦ ଗ୍ରାମ୍‌
ଧନିଆପତ୍ର: ୫ ଗ୍ରାମ୍‌
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ଦିଅନ୍ତୁ। କଡ଼େଇରେ ତେଲ ଗରମ କରି ଚିକେନ ପକାଇ ଛାଣନ୍ତୁ। ବ୍ରାଉନ ରଙ୍ଗ ହୋଇଯିବା ପରେ ଏକ ପାତ୍ରରେ ଚିକେନ୍‌କୁ ବାହାର କରି ରଖିବେ। ଏହାପରେ କଡ଼େଇରେ ଥିବା ତେଲରେ ପିଆଜ ପକାନ୍ତୁ। ପିଆଜ ସାମାନ୍ୟ ଲାଲ ହୋଇଗଲା ପରେ ସେଥିରେ ଅଦା ଓ ରସୁଣ ପେଷ୍ଟ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, କଟା ଟମାଟୋ, କାଜୁ ଚାରମଗଜ ପେଷ୍ଟ, ଦହି, ଏବଂ ଲୁଣ ପକାଇ ଭଲ ଭାବେ କଷନ୍ତୁ। ମସଲା ହୋଇଗଲା ପରେ ସେଥିରେ ପୂର୍ବରୁ ଛଣାଯାଇଥିବା ଚିକେନ୍‌ ପକାଇ ଭଲ ଭାବେ ଗୋଳାଇ ଘୋଡଣୀ ଦେଇଦିଅନ୍ତୁ। ମଝିରେ ମଝିରେ ଏହାକୁ ଗୋଳାନ୍ତୁ। ଚିକେନ ସିଝିଗଲା ପରେ ସେଥିରେ ଗରମ ମସଲା, କ୍ରିମ୍‌, ଗୁଆଘିଅ ଏବଂ ଧନିଆପତ୍ର ପକାଇଦେବେ। ଏବେ ପ୍ରସ୍ତୁତ ହୋଇଗଲା ଚିକେନ୍‌ ବେଗମ୍‌ ବାହାର। ଏହାକୁ ଏକ ପାତ୍ରରେ କାଢ଼ି ଏହା ଉପରେ କଞ୍ଚାଲଙ୍କା ଏବଂ ଧନିଆପତ୍ର ଦେଇ ସଜାଇ ଗରମ ଗରମ ନିଜେ ଖାଇ ଅନ୍ୟଙ୍କୁ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri