ଚିକେନ୍‌ କାଲି ମିର୍ଚି

ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ରୁଚିକୁ ଦୃଷ୍ଟିରେ ରଖି ପୁରୀ ସହରର ପ୍ରାୟ ବଡ଼ ବଡ଼ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଅନେକ ଦେଶୀ, ବିଦେଶୀ ଖାଦ୍ୟର ମଜା ବି ନେଉଛନ୍ତି ଗ୍ରାହକ। ସି’ବିଚ୍‌ ରୋଡ୍‌ସ୍ଥିତ ପୁରୀ ହୋଟେଲରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଇ ଗ୍ରାହକଙ୍କୁ ପରଷା ଯାଉଛି। ତେବେ ଏଠାରେ ଏକ ଚାହିଦାଯୁକ୍ତ ଡିଶ୍‌ ହେଉଛି ଚିକେନ୍‌ କାଲି ମିର୍ଚି। ଏହି ଇଣ୍ଡିଆନ୍‌ ଡିଶ୍‌ର ଗୋଟିଏ ପ୍ଲେଟ୍‌ ଦାମ୍‌ ରହିଛି ୨୮୦ ଟଙ୍କା। ଚିକେନ୍‌ କାଲି ମିର୍ଚିର ପ୍ରସ୍ତୁତି ସମ୍ପର୍କରେ ହୋଟେଲର ମୁଖ୍ୟ ଶେଫ୍‌ ରଶ୍ମିରଞ୍ଜନ ବିଶ୍ୱାଳ ଯାହା କୁହନ୍ତି…

ଆବଶ୍ୟକ ସାମଗ୍ରୀ:

ଚିକେନ୍‌: ୨୦୦ ଗ୍ରାମ୍‌
କଟା ପିଆଜ: ୫୦ ଗ୍ରାମ୍‌
ଅଦା ରସୁଣ ପେଷ୍ଟ: ୨୦ ଗ୍ରାମ୍‌
ଟମାଟୋ ସସ୍‌: ୫୦ ଗ୍ରାମ୍‌
କାଜୁବଟା: ୨୫ ଗ୍ରାମ୍‌
ରିଫାଇନ୍‌ ତେଲ: ୫୦ ଗ୍ରାମ
ଦହି: ୨୫ ଗ୍ରାମ୍‌
କ୍ଷୀର: ୫୦ ଗ୍ରାମ୍‌
ଗରମ ମସଲା: ୧୦ ଗ୍ରାମ୍‌
ଲଙ୍କାଗୁଣ୍ଡ: ୧୦ ଗ୍ରାମ୍‌
ହଳଦୀଗୁଣ୍ଡ: ୫ ଗ୍ରାମ୍‌
ଶୁଖିଲା ଲଙ୍କା: ୨ଟା
ମେଥିପତ୍ର: ୧୦ ଗ୍ରାମ୍‌
ଗୋଟା ଗୋଲମରିଚ: ୧୦ ଗ୍ରାମ୍‌
ଗୋଲମରିଚ ଗୁଣ୍ଡ: ୧୦ ଗ୍ରାମ୍‌
ଅମୁଲ କ୍ରିମ୍‌: ୧୦ ଗ୍ରାମ୍‌
ଚିକେନ ମସଲା: ୫ ଗ୍ରାମ୍‌
ଭୁର୍ସୁଙ୍ଗପତ୍ର: ୫ ଗ୍ରାମ୍‌
କଞ୍ଚାଲଙ୍କା: ୨ଟା
ଧନିଆପତ୍ର: ୫ ଗ୍ରାମ୍‌
ସ୍ବାଦ ଅନୁସାରେ ଲୁଣ ଓ ଚିନି

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଚିକେନ୍‌କୁ ଛୋଟ ଛୋଟ କରି କାଟି ଭଲଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଦା ରସୁଣ ପେଷ୍ଟ ଅଧା, ଲୁଣ ଓ ହଳଦୀ ମିଶାଇ କିଛି ସମୟ ଗୋଳାନ୍ତୁ। ନିଅଁ।ରେ ପ୍ୟାନ୍‌ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେଲା ପରେ ସେଥିରେ ଶୁଖିଲା ଲଙ୍କା, ଭୁର୍ସୁଙ୍ଗପତ୍ର ଓ କିଛି ସମୟ ପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ସାମାନ୍ୟ ବ୍ରାଉନ କଲର୍‌ ହେବା ପରେ ସେଥିର ଗୋଟା ଗୋଲମରିଚ ଏବଂ ବଳକା ଅଦା ରସୁଣ ପେଷ୍ଟ ପକାନ୍ତୁ। ଏହା ଧୀରେ ଧୀରେ ବ୍ରାଉନ କଲର୍‌ ହୋଇଯିବ। ଏଥିରେ କାଜୁବଟା ପକାଇ କଷନ୍ତୁ। ପରେ ଟମାଟୋ ଜୁସ୍‌, ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ମେଥିପତ୍ର, ଚିକେନ୍‌ ମସଲା, ଦହି ପକାଇ ଭଲ ଭାବେ ଗୋଳାନ୍ତୁ। କିଛି ସମୟ ପରେ ଗ୍ରେଭି ପ୍ରସ୍ତୁତ ହୋଇଯାଏ। ଅନ୍ୟ ଏକ ପ୍ୟାନ୍‌ରେ ତେଲ ପକାଇ ପୂର୍ବରୁ ଗୋଳାଇ ରଖିଥିବା ଚିକେନ୍‌ ଫ୍ରାଏ କରନ୍ତୁ। ଏପଟେ ଗ୍ରେଭିରେ କ୍ଷୀର ଦେବା ପରେ ଫ୍ରାଏ୍‌ ଚିକେନ୍‌ ପକାନ୍ତୁ। ୧୦ ମିିନିଟ୍‌ ଫୁଟିବା ପରେ ସେଥିରେ ଗୋଲମରିଚ ଗୁଣ୍ଡ, ଗରମ ମସଲା ଓ ଅମୁଲ କ୍ରିମ୍‌ ଦେଇ ଓହ୍ଲାଇ ଦେବେ। ଏବେ ପ୍ରସ୍ତୁତ ହୋଇଗଲା ଚିକେନ୍‌ କାଲି ମିର୍ଚି। ପ୍ଲେଟ୍‌ରେ କାଢି ଧନିଆପତ୍ର ଏବଂ କଞ୍ଚାଲଙ୍କା ଦେଇ ସଜାଇ ଗରମ ଗରମ ନାନ୍‌ ଏବଂ ରୁଟି ସହିତ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri