ଚିକିତ୍ସା ଲାଗି ଟଁକା ବାଧକ୍‌:ତୃତୀୟାର ନାକେ ବଢ଼ୁଛେ ଆବୁ

ବିନିକା, ୧୭ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନଂ. ଓ୍ବାର୍ଡ ମିଶ୍ରପଡ଼ାର ତୃତୀୟା କର(୬୦)। ସେ ଗୁଟେ ବିରଲ କିସମର ରୋଗ୍‌ରେ ପୀଡ଼ିତ ଅଛନ୍‌। ଯେନ୍‌ଥିରଲାଗି ତାକର ନାକେ ଦୁଇ ତିନ୍‌ଟା ଆବୁ ବଢ଼ତେଲ ଯାଉଛେ। ନିଶାସ ପରଶାସ ନେବାରେ ବଡ଼ାଭାରି ଅସବିଧା ହେଉଛେ। ସେଥିରଲାଗି ସେ କାହିଁ ଯାଇ ଆସି ନାଇଁପାରବାର। ଇଆଡ଼େ ତୃତୀୟା ନିହାତି ଗରିବ୍‌ ହେଇଥିଲାବେଲେ ଚିକିସତ୍ା ଲାଗି ପାସେ ଫଟା କଉଡ଼ିଟେ ନଁାଇଁନ।
ସୂଚନା ଅନ୍‌ସାରେ ତୃତୀୟାକଁର ପରିବାର କହେଲେ ମାଏକିନା ଚାନ୍ଦ, ପୁଓ ଡକିଳ ଆର ମିଥୁନ। ଜମିବାଡ଼ି ବଲି କିଛି ନାଇଁ। ଗୁଟେ ସରକାରୀ ଜାଗାରେ ବହୁତ୍‌ ବଛର ହେଲା ଘର କରି କୁଟୁମବସିଆ ରହିଆସୁଛନ୍‌। ପରିବାରଟା ବାଉଁଶ ସାମାନ ତିଆରି କରି ବିକାଭଂଗା କରୁଛନ୍‌। ସେଥ୍‌ରେ ଯାହା କମାନି ହେଉଛେ ଘରର ଚୁଲି ଜଲୁଛେ। ହେଲେ କଡ଼ା ଜଂଗଲ ଆଇନ୍‌ ଲାଗି ଏହେଦେ ବାଉଁଶଟା ବି ଦୁରଲଭ ହେଇଗଲାନ। ବେପାର ବି ଆଘର ଲେଖେଁ ନାଇଁ ଚଲବାର, ମୁଠେ ଖାଇ ଡଁାଡ଼େ ଶୁଇବାର ହେଉଛେ। ଏନ୍‌ତାଥି ମୋର ଚିକିସତ୍ା କଥା କିଏ ପଚାରେ ବଲି ତୃତୀୟା କହିଛନ୍‌।
ତୃତୀୟା ଆଗରୁ ଏନ୍‌ତା ନାଇଁଥାଇ। ବିହା ହେବାର ୧୨ ବଛର ଉତାରୁ ନାକେ ଚନା ଟାକର ଗୁଟେ ଆବୁ ହେଲା। ପଛେ ପଛେ ବଢ଼ି ବଡ଼ ହେଲା। ତୃତୀୟାର ବଡ଼ପୁଓ ଛବିଳ ବ୍ରହ୍ମପୁର ନେଇ ଝନେ ଡାକ୍‌ତରକୁଁ ଦେଖାଲେ। ହେଲେ ଟଁକା ପଏସା ଅଭାବୁ ଦୁଇ ବାପ୍‌ପୁଓ ଘରକେ ଫିରିଆଏଲେ। ସେଦିନଠାନୁ ଆଏଜ୍‌କେ ୨୦ ବଛର ହେଲା ତୃତୀୟା ଅଭାବ ଅନାଟନ ଲାଗି ରୋଗ୍‌ର ଚିକିସତ୍ା କରେଇ ନାଇଁପାରବାର। ଏନ୍‌ତାଥି ସେ ନିଜର ଭାଏଗ୍‌କେ ଆଦ୍‌ରି ଘରେ ପଡ଼ିରହିଛନ୍‌। ତୃତୀୟା ଆର ତାକର ମାଏକିନା ଭତା ପାଉଥିଲାବେଲେ ରାଶନ କାର୍ଡ ଆର ସରକାରୀ ଯୋଜନାରେ ପକାଘର ଖଁଡ଼େ ପାଏବାରୁ ବଁଚିତ ହେଇ ରହିଛନ୍‌। ଗରିବ୍‌ ଦୁଖିକୁ ସରକାର ମାହାଲିଆ ବିଦ୍ୟୁତ୍‌ ସଂଯୋଗ ଦେଉଥିଲା ବେଲେ ସେଥ୍‌ରୁ ବି ପରିବାରଟା ବଁଚିତ ହେଇ ରହିଛନ୍‌। ଜିଲା ପରଶାସନ ଇ ଦୁଖି ଗରିବ୍‌ ପରିବାର ଉପରେ ଦୁରୁଷ୍‌ଟି ଦେଇ ତୃତୀୟାକୁଁ ଚିକିସତ୍ା ସାହାଯ୍‌ ସଂଗେ ସବୁ ପରକାର ସରକାରୀ ସୁବିଧା ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ। ଇ ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ପ୍ରଭାସ ପ୍ରଧାନକୁଁ ପଚରାଲାରୁ ତୃତୀୟାକଁର ବାବ୍‌ଦେ ମୋର ପାସେ ଖବର ନାଇଁଥାଇ। ଆପନକରନୁ ଜାନଲି, ତାକର ପରୀକ୍ଷା ନିରୀକ୍ଷା କରାଯିବା ଆର ସେ ହିସାବେ ଚିକିସତ୍ା ସୁବିଧା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ସେନ୍‌ତା ପରିବାରଟା ଅନେକ ସରକାରୀ ସୁବିଧାରୁ ବଁଚିତ୍‌ ଥିବାର ବାବ୍‌ଦେ ବିନିକା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଦୁଃଖିରାମ ନାଏକକୁଁ ପଚରାଲାରୁ ଯଦି ପରିବାରକେ ସରକାରୀ ଯୋଜନାରେ ଘର ନାଇଁ ମିଲି ସେମାନେ ବିନିକା ତହସିଲରୁ ବଛରକ ୫୦ ହଜାରୁ କମ୍‌ କମାନୀ ହେଉଥିବାର ଗୁଟେ ପରମାନପତର ଆନୁନ୍‌। ପରମାନପତର ଆନ୍‌ଲେ ରୁଗୀକଁର ପରିବାରକେ ସବୁ ପରକାର ଯୋଜନାରେ ସାମିଲ କରବାର ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri