ଚିକିତ୍ସା ଲାଗି ଟଁକା ବାଧକ୍‌: ଗୁରୁତର ହେଉଛେ ସ୍ବାଧୀନର ଅବସ୍‌ତା

ବିନିକା,୧୫ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ମହଦା ଗଁାର ଶ୍ରୀରାମ ନଗର ପଡ଼ାର ଉତ୍ତମ ବିଶ୍ୱାଳକଁର ପୁଓ ସ୍ବାଧୀନ ବିଶ୍ୱାଳ(୪)। ସେ ଜନମ ବେଲେ ଠିକ୍‌ଠାକ୍‌ ଥିଲେ। ହେଲେ କେହେନ୍‌ସି କାରନ୍‌ରୁ ତାକର ମେରୁହାଡ଼ରେ ଅସବିଧା ଦେଖାଦେଇ ଦିନୁଦିନ୍‌କେ ଗୋଡ଼ହାତ୍‌ ସଁପୁର ହେଇବସଲା। ଏନ୍‌ତାଥି ମା’ବାପ୍‌ ଘରେ ଯାହାଥିଲ ବିକାଭଂଗା, ଧାର ଉଧାର କରି ପୁଓର ଚିକିସତ୍ାକରି ନିରାଶ ହେଲେ। ଏହେଦେ ଟଁକା ପଏସା ଅଭାବୁ ପୁଓର ଚିକିସତ୍ା ନାଇଁ କରେଇପାରି ଘରେ ପକେଇ ରଖିଛନ୍‌।  ଅବସ୍‌ତା ଏନ୍‌ତା ଯେ ସ୍ବାଧୀନକେ ଉଷୋକଷା ବି ଘିନି ଦେଇ ନାଇଁପାରବାର।

ସୂଚନା ଅନ୍‌ସାରେ ବିନିକା ବ୍ଲକ ମହଦା ଗଁାର ଶ୍ରୀରାମ ନଗରର ଉତ୍ତମ ବିଶ୍ୱାଳ। ସେ ଝନେ ନିହାତି ଗରିବ୍‌ ଲୋକ୍‌ ହେଇଥିଲାବେଲେ କୁଲି ମଜୁରି କରି କୁଟୁମ ପୁଷୁଛନ୍‌। ସଁପତି କହେଲେ ଝାଟିମାଟିର ୨ ବଖରା ଘର। ତାକର ପରିବାର କହେଲେ ମାଏକିନା ଜନତା ବିଶ୍ୱାଳ(୨୮) ଆର ଗୁଟେ ବଲି ପୁଓ ସ୍ବାଧୀନକେ ନେଇ ସଁସାର। ପରିବାରଟା ଗରିବ୍‌ ସୀମାରେଖା ତଲେ ଥିଲେ ବି ସବୁପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ ହେଇ ରହିଛନ୍‌। ଉତ୍ତମ କୁଲି ମଜୁରି କରି ଯାହା କମଉଥିଲେ ସେଥ୍‌ରେ ପରିବାରଟା ହସ୍‌ଖୁସିରେ ଚଲିଯାଉଥିଲେ। ଏନ୍‌ତାଥି ୪ ବଛର ତଲେ ପୁଓ ସ୍ବାଧୀନ ଜନମ ହେଇଥିଲେ। ପରିବାରରେ ଖୁସିର ଲହର ଖେଲିଯାଇଥିଲା। ହେଲେ ପଛେ ସ୍ବାଧୀନର ବଏସ୍‌ ବଢ଼ବାର ସଂଗେ ହାତ୍‌ଗୋଡ଼ ନାଇଁ ବଢ଼ଲା, ସେ ସବୁବେଲେ କଁଦାକଟା କଲେ। ଗରିବ୍‌ ମା’ବାପ୍‌ ପୁଓର ଚିକିସତ୍ା ଲାଗି ସୁବର୍ଣ୍ଣପୁର ଜିଲା ମୁଖିଆ ଡାକ୍‌ତରଖାନାନୁ ମୂଲ କରି ବୁର୍ଲା ବଡ଼ ଡାକ୍‌ତରଖାନା ଆର ଶେଷେ ବିଶାଖାପାଟଣା ନେଇଥିଲେ। ସେଠାନେ ସ୍ବାଧୀନର ମେରୁହାଡ଼ରେ ଅସ୍‌ବିଧା ଥିବାର ଜନାପଡ଼ିଥିଲା। ଗରିବ୍‌ ମା’ବାପ୍‌ ଘରର ଜିନିଷପାତି ବିକାଭଂଗା, ଧାର ଉଧାର କରି ପୁଓର ଚିକିସତ୍ା କରି ସରବ୍‌ସୁଅଁାତ୍‌ ହେଇଗଲେ। ହେଲେ କିଛି ଲାଭ ନାଇଁହେଲା। ଏହେଦେ ମା’ବାପ୍‌ ଟଁକା ପଏସା ଅଭାବୁ ପୁଓର ଚିକିସତ୍ା କରେଇ ନାଇଁପାରବାର। ଇଆଡ଼େ ପୁଓର ଉଷୋକଷା ବାବ୍‌ଦେ ମାସିକ ୧୫ ହଜାର ଟଁକା ଖରଚ୍‌ ଲାଗୁଛେ। ମା’ବାପ୍‌ ସଖାଲ ପାଏଲେ ବାହା ଜାଂଗଲ ମାଜଲେ ଯାଇ ଘରର ଚୁଲି ଜଲୁଛେ। ଏନ୍‌ତାଥି ପୁଓର ଉଷୋକଷା ବାବ୍‌ଦେ ମାସିକ ୧୫ ହଜାର ଟଁକା ଚିନ୍‌ତା ବି କରି ନାଇଁପାରବାର। ଏହେଦେ ଦୁଇ ମାଏଝି ମୁନୁଷ ଗୁଟେବଲି ପୁଓର ଅବସ୍‌ତା ଦେଖି ହରମେଶା ଅଁାଖିରୁ ଲହ ଝରଉଛନ୍‌। କାଣା କରବେ, କାହାକେ କହେବେ, କିଏ ପୁଓର ଚିକିସତ୍ା ଲାଗି ସାହାଯ୍‌ କରବା ଭାବି ଭାବି ଦିନ୍‌ ରାଏତ୍‌ ନାଇଁ ଶୁଇବାର। ଯେନ୍‌ ବଏସେ ସ୍ବାଧୀନ ଖେଲାବୁଲା କରବାର କଥା ସେ ସମିଆରେ ସବୁବେଲେ ଖଟେ ପଡ଼ିରହିଛନ୍‌। ଶେଷେ ଇ ଗରିବ୍‌ ମା’ବାପ୍‌ ଗଣମାଧ୍ୟମ ଜରିଆରେ ପୁଓର ଚିକିସତ୍ା ସାହାଯ୍‌ ଲାଗି ଜିଲା ପରଶାସନ ଆର ସୁଆସ୍‌ତିଅ ବିଭାଗକେ ଗୁହାରି କରିଛନ୍‌। ଇ ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ପ୍ରଭାସ ପଧାନକୁଁ ପଚରାଲାରୁ ମୋର ପାସେ ଇ ବାବ୍‌ଦେ ଖବର ନାଇଁଥାଇ। ଘଟନାର ତଦଁତ୍‌ କରି ସରକାରୀ ହିସାବେ ଯେନ୍‌ଟା ହେବା ଚିକିସତ୍ା ସାହାଯ୍‌ ଯୁଗେଇ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଧାନ ସଂଗ୍ରହ ପକ୍ରିୟାରେ ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଚାଷୀ...

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ମିଳିଲା ଗ୍ରେଡ୍‌ ‘ଏ’ ମାନ୍ୟତା

ସମ୍ବଲପୁର,୨୭ା୧୧: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍‌ ଗ୍ରେଡ ଏ’ ମାନ୍ୟତା ମିଳିଛି। ଏନେଇ ଡେପୁଟି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ...

ରୋଷେଇ ଛାଡି ଫୋନ୍‌ରେ ଅଧିକ କଥା ହେବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଜମନକିରା,୨୭ା୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ରୋଷେଇ ଛାଡ଼ି ମୋବାଇଲ ଫୋନ୍‌ରେ କଥା ହେଉଥିଲେ ସ୍ତ୍ରୀା ରୋଷେଇ କରିବାକୁ କହିବାରୁ ନ ଶୁଣି ଫୋନ୍‌ରେ ଗପିଚାଲିଥିଲେ। ଏଥିରେ ରାଗି...

ଟ୍ରକ୍‌ ପଛରେ ପିଟିହେଲା ଆମ୍ବୁଲାନ୍ସ: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଶନିବାର ଭୋର୍‌ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ଅନ୍ୟ ୫...

ପୁଣି ବ୍ରାଉନସୁଗାର ଜବତ: ୩ ମହିଳାଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧୧(ପ୍ରମୋଦ ବହିଦାର): ସମ୍ବଲପୁରରେ ମଙ୍ଗଳବାର ପୁଣି ଜବତ ହୋଇଛି ବ୍ରାଉନସୁଗାର। ପୋଲିସ ସୁନାପାଲିର ମହମ୍ମଦ ସୋହେଲ ଓ ମହମ୍ମଦ ନୁମାଲଙ୍କ ଅଟକ ରଖି ପଚରାଉଚରା କରୁଛି।...

ଜଙ୍ଗଲରେ ପଡିଛି ଦନ୍ତା ହାତୀର ମୃତଦେହ

ରେଢ଼ାଖୋଲ,୧୮।୧୧: ସମ୍ବଲପୁର ଜିଲା ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ଦନ୍ତା ହାତୀର ବୟସ ୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri