ଚିକିଛା ଲାଗି ଟଁକା ଅଭାବ: ସରକାରୀ ସୁବିଧାରୁ ବଁଚିତ୍‌ ଦିବ୍ୟାଙ୍ଗ ତୃପ୍ତି

 

ଜାମଟିକ୍ରା, ୩୦।୧୧(ଡି.ଏନ୍‌.ଏ.)-
ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ପତ୍ରାପାଲି କେନାଲ ଛକର ରାଜକିଶୋର ପଧାନ ଆର ସୁଷମା ପଧାନକଁର ଝି’ ତୃପ୍ତି ପଧାନ (୧୮)। ଜନ୍‌ମୁ ତାକର ଦୁଇ ଆଏଁଖ୍‌ ନାଇଁ ଦିଶ୍‌ବାର। ଇଆଡ଼େ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ରାଜକିଶୋର ପରହର କାମ୍‌ବୁତା କରି କୁଟୁମ ପୁଷୁଛନ୍‌। ଏନ୍‌ତାଥି ସେ ଝ’ର ଚିକିଛା କରେଇ ନାଇଁପାରବାର।
ସୂଚନା ଅନ୍‌ସାରେ ବୁଗବୁଗା ପଁଚେତ୍‌ ପତ୍ରାପାଲି କେନାଲ ଛକର ରାଜକିଶୋର ପଧାନକଁର ପରିବାର କହେଲେ ମାଏକିନା ସୁଷମା, ଦୁଇ ଝି’ ପ୍ରୀତି ଆର ତୃପ୍ତିକେ ନେଇ ସଁସାର। ତୃପ୍ତିକଁର ଜନ୍‌ମୁ ଦୁଇ ଆଏଁଖ୍‌ ନାଇଁ ଦିଶ୍‌ବାର। ଏନ୍‌ତାଥି ମା’ ସୁଷମା ତାକର ଗଧାମଖା, ଖିଆପିଆ, ଝାଡ଼ାଝପଟ କଥା ସବୁ ବୁଝୁଛନ୍‌। ଝି’ର ଚିକିଛା ଲାଗି ଗରିବ୍‌ ମା’ବାପ୍‌ ଧାର ଉଧାର କରି ଅତାବିରାନୁ ମୂଲ କରି ବୁର୍ଲା ବଡ଼ ଡାକ୍‌ତରଖାନା ତକ୍‌ ନେଇ ନିରାଶ ହେଇଛନ୍‌। ହେଲେ ଟଁକା ପଏସା ଅଭାବୁ ମା’ବାପ୍‌ ତୃପ୍ତିକଁର ଉଚ ଚିକିଛା କରେଇ ନାଇଁପାରବାର। ଇଆଡ଼େ ତୃପ୍ତିକଁର ଆଏଁଖ୍‌ ନାଇଁ ଦିଶ୍‌ବାର ଲାଗି ଆଧାର କାର୍ଡ ତିଆର ନାଇଁ ହେଇପାରବାର ବଲି ପରିବାର ଲୋକ୍‌ କହିଛନ୍‌। ଭିନେ ଭିନେ ଜାଗାରେ ଅନ୍‌ଲାଇନ ୫ ଥର ଆବେଦନ କରି ନିରାଶ ହେଇଛନ୍‌। ତୃପ୍ତି ୧୦୦ ପରତିଶତ ଭିନ୍ନକ୍ଷମ ହେଇଥିଲେ ବି ଆଧାର କାର୍ଡ ଅଭାବୁ ସରକାରୀ ଭତା, ରାଶନ ସାମାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ସେ ତାକର ଭିନ୍ନକ୍ଷମ ପରମାନପତର ନବୀକରନ ବି କରେଇ ନାଇଁ ପାରବାର। ତୃପ୍ତିକଁର ବାପା ରାଜକିଶୋର କୁଲିମଜୁରି କରି ଯାହା କମଉଛନ୍‌ ସେଟା ପରିବାରର ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ। ଏନ୍‌ତାଥି କୁଟୁମବସିଆ ଗୁଟେ ଭଂଗା ଦଦ୍‌ରା ମାଏଟ୍‌ କୁରିଆରେ ବଡ଼ା ଗୁଲ୍‌ଗୁଲା ହେଇ ରହୁଛନ୍‌। ଉପେ ଶୂଇନ୍‌ ଗରିବ୍‌ ମା’ବାପ୍‌ ଝି’ର ଚିକିଛା ସାହାଯ୍‌, ସରକାରୀ ସୁବିଧା ସୁଯୋଗ ଲାଗି ଗଣମାଧ୍ୟମ ଜରିଆରେ ରାଏଜ୍‌ ସରକାର ଆର ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ତୃପ୍ତିକଁର ଆଧାର କାର୍ଡ ଲାଗି ଚେଷ୍‌ଟା କରାଯିବା ଆର ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri