ଚାଷୀଙ୍କୁ ଘାରିଛି ଫସଲ ଅମଳ, ବିକ୍ରି ଚିନ୍ତା

ଜଟଣୀ,୧୧ା୪(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ସହ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିଯୋଗୁ ଚାଷୀ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ଫସଲ ଓ ପନିପରିବା ଚାଷ କରି ଲୋକଙ୍କ ପେଟକୁ ଦାନା ଯୋଗାଉଥିବା ଚାଷୀଙ୍କ ସମସ୍ୟା ଅଣଦେଖା କରାଯାଉଛି। ଜଟଣୀ ବ୍ଲକର ଅନେକ ଚାଷୀ କ୍ଷୋଭ ଭରା କଣ୍ଠରେ ଏଭଳି ଅଭିଯୋଗ ଆଣିଛନ୍ତି। ଆବଶ୍ୟକ ସମୟରେ ସାର, କୀଟନାଶକ ଅଭାବ ସାଙ୍ଗକୁ ଏବେ କୃଷି ଅଧିକାରୀ ବା କର୍ମଚାରୀଙ୍କ ଦେଖା ମିଳୁ ନ ଥିବା ସେମାନେ କହିଛନ୍ତି। ଏକର ଏକର ଜମିରେ ହୋଇଥିବା ପନିପରିବା ଚାଷରେ ପୋକ ଲାଗି ନଷ୍ଟ ହେବାରେ ଲାଗିଛି। ଯାହା ବି ଅମଳ ହେଉଛି ତାହା ମଧ୍ୟ ଲକ୍‌ଡାଉନ୍‌ ଯୋଗୁ ବିକ୍ରି କରିବାରେ ସମସ୍ୟା ହେଉଛି। ଏବେଠାରୁ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଥିବାବେଳେ ଆଗକୁ ବର୍ଷାଦିନିଆ ଚାଷ କିପରି କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।
ଜଟଣୀ ବ୍ଲକ କନ୍ତିଆ ଗ୍ରାମର ଚାଷୀ ପଦ୍ମଚରଣ ସୁବୁଦ୍ଧି କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ସାରଦୋକାନ ବନ୍ଦ ଥିବା ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଦୋକାନ ଖୋଲିଥିଲା। ହେଲେ ସେତେବେଳକୁ ଚାଷ ହୋଇଥିବା ଅନେକ ପନିପରିବା ନଷ୍ଟ ହୋଇ ସାରିଥିଲା। ୬ ଏକର ଜମିରେ ଏକଲକ୍ଷ ଟଙ୍କାର ତରଭୁଜ ମଞ୍ଜି ଓ ୪୫ ହଜାର ଟଙ୍କାର କଖାରୁ ମଞ୍ଜି କ୍ରୟ କରି ସେ ଚାଷ କରିଥିଲେ। ତେବେ ଏଥିରୁ ଅଧାରୁ ଅଧିକ ପୋକ ଲାଗି ନଷ୍ଟ ହୋଇଯାଇଛି। ବାରମ୍ବାର ଅଭିଯୋଗ ପରେ ବି ଦିନଟିଏ କୃଷି ବିଭାଗର କେହି ଅଧିକାରୀ ଓ କର୍ମଚାରୀ ଆସିଲେ ନାହିଁ। ଏପରି ସମୟରେ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ବୁଲି ଚାଷୀଙ୍କୁ ବିଭିନ୍ନ ପରାମର୍ଶ ଦେବା କଥା। ମାତ୍ର କାହାର ଦେଖାନାହି। ସେହିପରି ଚାଷୀ ଚକ୍ରଧର ପ୍ରଧାନ କହିଛନ୍ତି, ମୁଁ ଭେଣ୍ଡି, କଖାରୁ, ଜହ୍ନି ଚାଷ କରିଛି। ପୋକ ଲାଗି ଯାହା ତ ନଷ୍ଟ ହୋଇଛି, ଆଉ ଯାହା ଅମଳ ହୋଇଛି ତାହା ବିକ୍ରୟ କରିବାରେ ସମସ୍ୟା ଦେଖାଦେଇଛି। ଅନ୍ୟ ଉପାୟ ନ ଥିବାରୁ ମଧ୍ୟସ୍ଥଙ୍କ ଦ୍ୱାରା ଏହା ଦେବାକୁ ପଡ଼ୁଛି। କ୍ଷତି ସହୁଥିଲେ ମଧ୍ୟ ମଧ୍ୟସ୍ଥ ସ୍ଥିର କରୁଥିବା ଦରରେ ପନିପରିବା ବିକ୍ରୟ କରିବାକୁ ବାଧ୍ୟ ହେଉଛି। ସରକାର ସମବାୟ ସମିତି ବା ଅନ୍ୟ କୌଣସି ମାଧ୍ୟମରେ ଅମଳ ପନିପରିବା ବିକ୍ରି ସୁବିଧା କଲେ ଚାଷୀ ଉପକୃତ ହୋଇପାରନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ରଥଟଣା ବେଳେ ଅଘଟଣ: ଶଳାକୁ ଖଣ୍ଡାରେ ହାଣିଥିବା ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୧୭।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଗୁରୁବାର ରଥଟଣା ଚାଲିଥିବା ବେଳେ ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଭିଣୋଇ ଟିଟୁ…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖୁସିଖବର: ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଜେନେରାଲ୍ ଟିକେଟ୍‌ରେ ମିଳିବ ରିହାତି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୭।୭: ଭାରତୀୟ ରେଳବାଇ ରେଳ ଯାତ୍ରୀମାନଙ୍କୁ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଅଣ-ସଂରକ୍ଷିତ (Unreserved) ଅର୍ଥାତ୍ ଜେନେରାଲ୍ ଟିକେଟ୍ ବୁକିଂ ଉପରେ ମିଳୁଥିବା ୩% ର…

ସବୁକିଛି ହାସଲ କରିବା ପରେ, ସେହି ଗୋଟିଏ କଥା ‘ହିଟମ୍ୟାନ’ଙ୍କୁ ଜୀବନସାରା କନ୍ଦାଇବ! ରୋହିତ ଶର୍ମାଙ୍କୁ ଅବସର ନେବାକୁ…

ନୂଆଦିଲ୍ଲୀ,୧୭।୭: କ୍ରିକେଟ ପ୍ରଶଂସକମାନେ ନିଶ୍ଚିତ ଭାବରେ ଏହା ଜାଣିଥିବେ ଯେ ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଦିନିକିଆ ରୋହିତ ଶର୍ମାଙ୍କ କ୍ୟାରିୟରର ଶେଷ…

କଳିଯୁଗ ଶେଷକୁ ନେଇ ସତ ହେଉଛି କି ମାଳିକାର ଭବିଷ୍ୟବାଣୀ? ଜଗନ୍ନାଥ ମନ୍ଦିରର ଏହି ସଙ୍କେତ ବଢାଇଲା ଚିନ୍ତା!

ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଅନେକ ସ୍ଥାନରେ ଉଲ୍ଲେଖ ରହିଛି ଯେ କଳିଯୁଗର ଶେଷରେ ଭଗବାନ ଜଗନ୍ନାଥ ‘କଲ୍କି ଅବତାର’ ରୂପରେ ପ୍ରକଟ ହେବେ ଏବଂ ପୁନର୍ବାର ‘ସତ୍ୟଯୁଗ’ର ସ୍ଥାପନା…

ଶ୍ରୀଜଗନ୍ନାଥଙ୍କ ଟାହିଆ ପ୍ରସଙ୍ଗ, ଗୋଟି ଗୋଟି କରି ସବୁ କଥା କହିଦେଲେ ଦଇତାପତି ନିଯୋଗ ସମ୍ପାଦକ, ଜାଣନ୍ତୁ…

ପୁରୀ,୧୭।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ରଥଟଣା ଶେଷ ହୋଇଛି। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ରଥ…

‘ମୁଁ ଖେଳିବା ଛାଡିଦେବି…’, କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କଲା ରୋହିତ ଶର୍ମାଙ୍କ….

ନୂଆଦିଲ୍ଲୀ,୧୭।୭: ୧୯ ଜୁଲାଇ ଦିନ ରୋହିତ ଶର୍ମା ନିଜ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ଖେଳିବେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ…

ସଞ୍ଜୟ ରାଉତଙ୍କ ବଡ଼ ଦାବି: ‘ବଦଳିପାରନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ; ଦେବେନ୍ଦ୍ର ଫଡନଭିସଙ୍କୁ କେନ୍ଦ୍ରରେ ମିଳିବ ବଡ଼ ଭୂମିକା’

ମୁମ୍ବାଇ,୧୭।୭: ଉଦ୍ଧବ ଠାକରେଙ୍କ ଶିବସେନା (UBT)ର ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଶୁକ୍ରବାର (୧୭ ଜୁଲାଇ) ସେ କହିଛନ୍ତି ଯେ…

ଏତିକି କିମି ବେଗରେ ପବନ ସହ ଝଡ଼ତୋଫାନ! ଚେତାବନୀ ଦେଲା IMD; ୧୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୧୭।୭: ଦେଶରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ମଧ୍ୟରେ ପାଣିପାଗ ବିଭାଗ ଏବେ ଆଶ୍ୱାସନା ଦେଲା ଭଳି ଏକ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ ଆସନ୍ତାକାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri