ଚାଷୀଙ୍କ ନୂଆ ଆଶା ‘ସୂର୍ଯ୍ୟମୁଖୀ’

କେନ୍ଦୁଝର, ୩୦ା୪(ସ୍ବ.ପ୍ର.): ସରକାର ଚାଷୀଙ୍କ ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରୁଛନ୍ତି। ଅର୍ଥ ଆମଦାନୀ ଫସଲ ସୂର୍ଯ୍ୟମୁଖୀ, ବିରି, ମୁଗ। ଏହି ଚାଷୀଙ୍କୁ ପ୍ରୋତ୍ସାହନ କରାଯାଉଥିଲା ବେଳେ ଜଳସେଚନର ସୁବିଧା ନ ଥିବାରୁ ଅନେକେ ଉତ୍ସାହୀ ଚାଷୀ ଏହି ଚାଷ କରିପାରୁ ନାହାନ୍ତି। କୃଷି ବିଭାଗ ଅନେକ ସମୟରେ ବିହନ ଦେଇ ଦାୟିତ୍ୱ ଶେଷ କରୁଛି। ଜଳସେଚନ ବ୍ୟବସ୍ଥା କିପରି ମିଳିପାରିବ ସେ ନେଇ ପଦକ୍ଷେପ ନେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏଭଳି ଲାଭଜନକ ସୂର୍ଯ୍ୟମୁଖୀ ଚାଷ ପ୍ରତି ଚାଷଙ୍କ ଆଗ୍ରହ ବଢୁଥିଲେ ହେଁ ଉପଯୁକ୍ତ ସୁବିଧାସୁଯୋଗ ମିଳୁ ନ ଥିବାରୁ ଅନେକ ହତାଶ ହେଉଛନ୍ତି। ସ୍ବାସ୍ଥ୍ୟପ୍ରତି ଯନତ୍ବାନ ହେଉଥିବା ଲୋକ ଆଜିକାଲି ସୂର୍ଯ୍ୟମୁଖୀ ତେଲ ଖାଇବାକୁ ପସନ୍ଦ କରୁଛନ୍ତି। ଏ ନେଇ ଚାଷୀଙ୍କ ନୂଆ ଆଶା ସୂର୍ଯ୍ୟମୁଖୀ ହୋଇଛି। ଏହାର ଚାହିଦା ଅଧିକ ରହିଛି। ଉପଯୁକ୍ତ ପ୍ରୋତ୍ସାହନ ମିଳିଲେ ଏହି ଚାଷ ବ୍ୟାପକ ପରିମାଣରେ ହୋଇପାରିବ ବୋଲି ଚାଷୀ ମତ ବ୍ୟକ୍ତ କରୁଛନ୍ତି।

ଏଭଳି ହରିଚନ୍ଦନପୁର ବ୍ଲକର ଉତ୍ସାହୀ ଚାଷୀ ସୂର୍ଯ୍ୟମୁଖୀ ଫୁଲ ଚାଷ ଆରମ୍ଭ କରିଛନ୍ତି। ପିଟାପିଟିର ଚାଷୀ ଭୀମସେନ ସାହୁ କହିଛନ୍ତି ଯେ, ପାଖାପାଖି ୨ ଏକର ଜମିରେ ସେ ଖରାଟିଆ ଚାଷ କରିଛନ୍ତି। ଲାଭ ହେଲେ ଆଗକୁ ଅଧିକ ଜମିରେ ଏହି ଚାଷ କରିବେ। କୃଷି ବିଭାଗ ପକ୍ଷରୁ ମଞ୍ଜି ମିଳିଛି। ସାର ନିଜେ କିଣି ବ୍ୟବହାର କରିଛନ୍ତି। ଏବର୍ଷ ନୂଆ କରି ଏହି ଚାଷ କରିଛନ୍ତି। ତେଲ ପେଡି ଖାଇବାକୁ କରିଛନ୍ତି। କେତେ ଅମଳ ହେବ ଜାଣିବା ପରେ ଆଗକୁ କରିପାରିବେ ବୋଲି କହିଛନ୍ତି। ଆଗରୁ ମୁଗ, ବିରି କୋଳଥ ଆଦି ଚାଷ କରୁଥିଲେ। ବର୍ଷା ପାଣି ଉପରେ ନିର୍ଭର କରୁଛନ୍ତି। ଜଳସେଚନ ବ୍ୟବସ୍ଥା ନାହିଁ। ଜଳସେଚନ ପାଇଁ ତାଙ୍କର ଉଠାଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା। ଠିକ ଭାବେ ଖନନ ହୋଇ ନ ଥିବାରୁ ଏବେ ଅଚଳ ହୋଇପଡିଛି। ଉକ୍ତ ଗ୍ରାମର ଯତୀନ୍ଦ୍ର କୁମାର ବିଦ୍ୟାଧର ଓ ଗୌରାଙ୍ଗ ଚରଣ ସାହୁ ମଧ୍ୟ ଏହି ଚାଷ ପରୀକ୍ଷାମୂଳକ ଭାବେ କରିଛନ୍ତି। ଉକ୍ତ ଅଞ୍ଚଳରେ ଶତାଧିକ ଉତ୍ସାହୀ ଚାଷୀ ଅଛନ୍ତି। ସୂର୍ଯ୍ୟମୁଖୀ ଫୁଲ ତେଲର ଚାହିଦା ଆଜିକାଲି ବହୁତ ରହିଛି। ଏହା ଲାଭଜନକ ଚାଷ ବୋଲି ବହୁ ଚାଷୀ କହିଛନ୍ତି। ଜଳସେଚନର ସୁବିଧା ନ ଥିବା ସହ ମଞ୍ଜି ବିକ୍ରି ପାଇଁ ବ୍ୟବସ୍ଥା ନ ଥିବାରୁ ଏହି ଚାଷପ୍ରତି ଆଗ୍ରହ କରୁନାହାନ୍ତି ବୋଲି କେତେକ ଚାଷୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri