Posted inଖେଳ

ଚାଟ୍ଟୋଗ୍ରାମ ଟେଷ୍ଟ: ପରାଜୟ ଦ୍ୱାରରେ ବାଂଲାଦେଶ

ଚାଟ୍ଟୋଗ୍ରାମ, ୯।୯- ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଭ୍ରମଣକାରୀ ଆଫଗାନିସ୍ତାନ ବିପକ୍ଷରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ବାଂଲାଦେଶ ପରାଜୟ ଦ୍ୱାରଦେଶରେ ପହଞ୍ଚତ୍ଛି। ୩୯୮ ରନର ଚ୍ୟାଲେଞ୍ଜିଂପୂର୍ଣ୍ଣ ଟାର୍ଗେଟ୍‌କୁ ପିଛା କରୁଥିବା ଘରୋଇ ବାଂଲାଦେଶ ରବିବାର ଚତୁର୍ଥ ଦିବସ ଶେଷ ସୁଦ୍ଧା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦ୍ୱିତୀୟ ଇନିଂସରେ ୪୪.୨ ଓଭରରେ ୬ ଉଇକେଟ୍‌ ହରାଇ ୧୩୬ ରନ୍‌ ସଂଗ୍ରହ କରିଛି। ଅଧିନାୟକ ଶାକିବ ଅଲ୍‌ ହାସନ ୩୯ ଓ ସୌମ୍ୟ ସରକାର କୌଣସି ରନ୍‌ ନ କରି ଅପରାଜିତ ରହିଛନ୍ତି। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଓପନର୍‌ ଲିଟନ ଦାସ ୯, ଶାଦମନ ଇସଲାମ ୪୧, ମୋସାଡେକ ହୋସେନ ୧୨, ମୁଶଫିକର ରହିମ ୨୩, ମହମ୍ମଦୁଲା ୭ ଓ ମୋମିନୁଲ ହକ୍‌ ୩ ରନ୍‌ କରି ଆଉଟ୍‌ ହୋଇଛନ୍ତି। ପ୍ରଥମ ଇନିଂସରେ ୫ ଉଇକେଟ୍‌ ଅକ୍ତିଆର କରିଥିବା ଆଫଗାନିସ୍ତାନ ଅଧିନାୟକ ରଶିଦ ଖାଁ ୨ୟ ଇନିଂସରେ ମଧ୍ୟ ୩ ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇ ଦେଇଛନ୍ତି। ଜାହିର ଖାଁ ୨ ଓ ମହମ୍ମଦ ନବି ଗୋଟିଏ ଉଇକେଟ୍‌ ଅକ୍ତିଆର କରିଛନ୍ତି। ସୋମବାର ମ୍ୟାଚ୍‌ର ଅନ୍ତିମ ଦିବସ ହୋଇଥିବାବେଳେ ୪ ଉଇକେଟ୍‌ ସୁରକ୍ଷିତ ଥାଇ ବାଂଲାଦେଶକୁ ବିଜୟ ପାଇଁ ଆହୁରି ୨୬୨ ରନ୍‌ ଆବଶ୍ୟକ ହେଉଛି। ଅପରପକ୍ଷରେ ଯଦି ଆଫଗାନିସ୍ତାନ ଅନ୍ତିମ ଦିନରେ ୪ ଉଇକେଟ୍‌ ହାସଲ କରିନିଏ ତେବେ ଟେଷ୍ଟ ଇତିହାସରେ ଏହାର ପ୍ରଥମ ବିଜୟ ସ୍ବାଦ ଚାଖିବ।
୧୩୭ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରି ୨ୟ ଇନିଂସ ଆରମ୍ଭ କରିଥିବା ଆଫଗାନିସ୍ତାନ ଶନିବାର ସୁଦ୍ଧା ୮ ଉଇକେଟ୍‌ରେ ୨୩୭ ରନ କରିଥିଲା। ରବିବାର ସକାଳେ ଦଳ ପୂର୍ବଦିନର ଅସମାପ୍ତ ସ୍କୋରରେ ଆଉ ୨୩ ରନ ଯୋଡ଼ି ୨୬୦ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଉଇକେଟ୍‌କିପର ଅଫସାର ଜାଜାଇ ୪୮ ରନରେ ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ପ୍ରଥମ ଇନିଂସ- ୩୪୨/୧୦
ବାଂଲାଦେଶ ପ୍ରଥମ ଇନିଂସ- ୨୦୫/୧୦
ଆଫଗାନିସ୍ତାନ ୨ୟ ଇନିଂସ- ୨୬୦/୧୦, ୯୦.୧ ଓଭର (ଜାଜାଇ ୪୮*, ଇବ୍ରାହିମ ଜର୍ଡାନ ୮୭, ଅସଘର ଆଫଘାନ ୫୦, ଶାକିବ ୩/୫୮, ମେହେଦି ହାସାନ ୨/୩୫)
ବାଂଲାଦେଶ ୨ୟ ଇନିଂସ- ୧୩୬/୬, ୪୪.୨ ଓଭର (ଇସଲାମ ୪୧, ଶାକିବ ୩୯*, ମୁଶଫିକର ୨୩, ରଶିଦ ୩/୪୬)।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କା ଛାଡିଲା ୮୪ ଇରାନୀ ନାବିକଙ୍କ ମୃତଦେହ ନେଇ ଯାଉଥିବା ତୁର୍କୀ ବିମାନ, ପ୍ରତିଶୋଧର ଶପଥ ନେଲା…

କଲମ୍ବୋ,୧୪।୩: ଭାରତ ମହାସାଗରରେ ଆମେରିକୀୟ ଆକ୍ରମଣର ଶିକାର ହୋଇଥିବା ଇରାନୀ ଯୁଦ୍ଧଜାହାଜ IRIS ଡେନା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା ଏହି ଆକ୍ରମଣରେ…

ସିଲିଣ୍ଡରର ବିକଳ୍ପ ହେବ କିରୋସିନ, ଓଡ଼ିଶାରେ ଆଜି ରେଟ୍‌ ଅଛି ଏତିକି, ଲିଟରେ କିଣିଲେ…

ଭୁବନେଶ୍ୱର,୧୪।୩: ବର୍ତ୍ତମାନ ସାରା ଦେଶରେ ଗ୍ୟାସ ସିଲିଣ୍ଡରକୁ ନେଇ ହଇଚଇ ସୃଷ୍ଟି ହୋଇଛିି। ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ସଂଘର୍ଷ ଭାରତୀୟ ରୋଷେଇ ଘରର ବଜେଟକୁ…

ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟଙ୍କ ଭିତରେ ବିରାଟ ଫାଟ, ବୈଠକ ଆରମ୍ଭରୁ ସାମ୍ନାକୁ ଆସିଲା…

ଧର୍ମଶାଳା,୧୪ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ବୈଠକ ଗୋକର୍ଣ୍ଣେଶ୍ୱର ପୀଠରେ ଅନୁଷ୍ଠିତ ହେଉଥିବା ବେଳେ ସଂଗଠନ ମଧ୍ୟରେ ବିରାଟ…

ନବୀନଙ୍କ ପୋଲ୍‌ ଖୋଲିଲେ ପ୍ରତାପ ଷଡ଼ଙ୍ଗୀ, ଅତୀତରେ ମୋତେ ଅଫର ଦେଇଥିବା କହି…

ଭୁବନେଶ୍ୱର,୧୪ା୩: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୋଲ୍‌ ଖୋଲି ଦେଇଛନ୍ତି ଏମ୍‌ପି ପ୍ରତାପ ଷଡ଼ଙ୍ଗୀ(ନନା)। ସେ କହିଛନ୍ତି, ନବୀନ ଘୋଡ଼ା ବେପାରରେ ମାହିର। ଅତୀତରେ ମୋତେ…

LPG ସଙ୍କଟ ମଧ୍ୟରେ ଚାକିରି ହରାଇଲେଣି ବହୁ ଡେଲିଭରି ବୟ! ଅନେକ ପରିବାର ଉପବାସରେ, ସରକାରଙ୍କୁ ଗୁହାରି କଲେ…

ନୂଆଦିଲ୍ଲୀ,୧୪।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଯୋଗୁ ବିଶ୍ୱବ୍ୟାପୀ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ସିଧାସଳଖ ଭାରତର ଖାଦ୍ୟ ଯୋଗାଣ ଏବଂ ଗିଗ କର୍ମଚାରୀମାନଙ୍କୁ ପ୍ରଭାବିତ କରିଛି। ପୁଣେରୁ…

ଗୋଟିଏ ଦିନରେ ବାରୁଣୀ ସ୍ନାନ ସହ ତାରାତାରିଣୀଙ୍କ ଚୈତ୍ର ଯାତ୍ରା, ମିଳିତ ଭାବରେ କାର୍ଯ୍ୟ କରିବା ନେଇ…

ପୁରୁଷୋତ୍ତମପୁର,୧୪ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ଗୋଟିଏ ଦିନରେ ବାରୁଣୀସ୍ନାନ ଓ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ରହିଥିବା ନେଇ କିଭଳି ଏହାର ମୁକାବିଲା…

ବିଜେଡି ସହ ବୁଝାମଣାକୁ ନେଇ ଏମିତି କହିଲେ ସୋଫିଆ, କଂଗ୍ରେସର ସ୍ଥିତି ଆଜି କେବଳ…

ଭୁବନେଶ୍ୱର,୧୪ା୩: ବିଧାୟିକା ସୋଫିଆ ଫିର୍ଦ୍ଦୋସ ଖୋଲାଖୋଲି ଭାବେ ତାଙ୍କର ଅସନ୍ତୋଷ ଝାଡ଼ିଛନ୍ତି। ବିଜେଡି ସହ ବୁଝାମଣାକୁ ନେଇ ଉଠୁଥିବା କଥା ଉପରେ ସେ ଖୁବ୍‌ ରାଗିଯାଇଛନ୍ତି। ସେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ! କିମ୍‌ କଲେ ୧୦ ମିସାଇଲ ଆଟାକ୍‌, ଛାରଖାର ହୋଇଯିବ…

ନୂଆଦିଲ୍ଲୀ,୧୪।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆଉ ଏକ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଥିବା ରିପୋର୍ଟ ସାମ୍ନାକୁ ଆସିଛି। ଦକ୍ଷିଣ କୋରିଆ କହିଛି ଯେ ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri